Browsing monthly archive

July 2024

ଟ୍ରକ୍‌କୁ ପିଟିଲା କାର୍‌, ଆଖି ବୁଜିଲେ ଦମ୍ପତି

ଯାଜପୁର,୪ା୭(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲିଛକ ଶର୍ମା ପେଟ୍ରୋଲପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦ୍ରୁତ ଗତିରେ ଆସୁଥିବା କାର୍ ପିଟିବାଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବିନୋଦ ଜେନା ଓ ତାଙ୍କ ପତ୍ନୀ ସୁମାତ୍ରା ଜେନା ବୋଲି ଜଣାଯାଇଛି। ଗତକାଲି ଦମ୍ପତିଙ୍କ ସମେତ ୫ ଜଣ ଏକ କାର୍ ଯୋଗୁ କଟକରୁ ବାଲେଶ୍ୱର ଫେରୁଥିଲେ […]

ଗ୍ୟାସ ସିଲିଣ୍ଡରଫାଟି ଭାଙ୍ଗିଗଲା ଘର,୩ ଗୁରୁତର

ନୟାଗଡ,୪ା୭(ଏସଏସନିଉଜ) ଫ୍ୟାନରୁ ସର୍ଟ ସର୍କିଟ୍ ହେବା ପରେ ଘରେ ଲାଗିଲା ନିଆଁ। ଫାଟିଗଲା ଗ୍ୟାସ ସିଲିଣ୍ଡର। ଉଡ଼ିଗଲା ଘରର ଛାତ। ଏହି ଅଘଟଣ ଯୋଗୁ ପତିପତ୍ନୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ଏହିଭଳି ଭୟାବହ ଘଟଣା ଭାପୁର ତହସିଲ କାର‌୍ୟ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ୱାର୍ଟର୍ସରେ ଗତ ରାତିରେ ଏପରି ଭୟାବହ ଅଗ୍ନିକାଣ୍ଡ ହୋଇଛି ।ଘରେ ଶୋଇଥିଲେ ଭାପୁର ତହସିଲ କାର‌୍ୟ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମା’। […]

ଆଜିର ରାଶିଫଳ

ଜୁଲାଇ ମାସ ୦୪ ତାରିଖ ୨୦୨୪ ମସିହା(ଗୁରୁବାର)ଆଷାଢ଼ ମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୬/୦୬ ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର- ମୃଗଶିରା ରାତ୍ରି ଘ ୦୪/୩୯ ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୯ ,ଚତୁର୍ଦ୍ଦଶୀ ର ,ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କନ୍ୟା ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୩/୦୭ ଗତେ ଘ୦୬/୨୬ ମଧ୍ୟେ ,ଅଦ୍ୟ ପୁଷ୍କର ଦୋଷନାସ୍ତି ,ବିଶୁଦ୍ଧ […]

କିଏ ଏହି ଭୋଲେବାବା ?

ଭୁବନେଶ୍ୱର,୩ା୭(ଏସଏସନିଉଜ) କିଏ ସେ ଭୋଲେ ବାବାାଯାହାଙ୍କ ପ୍ରବଚନ ଶୁଣିବାପାଇଁ ହଜାରହଜାରଶ୍ରଦ୍ଧାଳୁ ପହଁଚୁଥିଲୋଯାହାଙ୍କୁ ଏବେ ପୋଲିସ ଖୋଜୁଥିଲେ ମଧ୍ୟ ପାଇପାରିନାହିଁ ।ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା।ଏହି ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ଏବେ ପୋଲିସ। ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଏହି ଆତ୍ମଘୋଷିତ ବାବା ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ […]

ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ!

ଭୁବନେଶ୍ୱର,୩ା୭(ଏସଏସନିଉଜ) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାରସନ୍ଧ୍ୟାରେ ରାଜଭବନରେପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇସୋରେନ। ଏହାସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ସରକାରଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମଙ୍ଗଧରିବା ଏକପ୍ରକାର ସ୍ପଷ୍ଟ ହୋଇଛିାଜେଏମଏମ ନେତୃତ୍ୱାଧୀନ ମେଣ୍ଟର ବିଧାୟକଦଳ ବୈଠକରେ ହେମନ୍ତଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିଧାୟକ ପୁଣିଥରେ […]

ଅଧକ୍ଷାଙ୍କୁ ଶୁଭେଛା ଜଣାଇଲେ ପୁରୁଣାଛାତ୍ର

ବାରଙ୍ଗ, ୨।୭(ଏସଏସନିଉଜ) ସୋମବାରଦିନ ବାରଙ୍ଗ କୁଞବିହାରୀମହାବିଦ୍ୟାଳୟର ଅଧକ୍ଷଭାବେ ଲିପିପୁଷ୍ପାନାୟକ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାରଦିନ ଛାତ୍ରୀଛାତ୍ରମାନଙ୍କ ତରଫରୁ ତାଙ୍କୁ ଶୁଭେଛା ଜଣାଯାଇଛି ।୩୩ତମ ଅଧକ୍ଷାଭାବେ ସେ ଯୋଗଦେଇଥିବାରୁ ମହାବିଦ୍ୟାଳୟ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ରହିବ ବୋଲି କହିଛନ୍ତି ।ଅନ୍ୟପଟେ ମଙ୍ଗଳବାରଦିନ ପୁର୍ବତନ ଛାତ୍ର ତଥା ୫ପଂଚାୟତ ବିଜେପିନେତା ଅଜିତସାସମଲଙ୍କ ନେତୃତ୍ୱରେ କିଛିଛାତ୍ର ଅଧକ୍ଷାଙ୍କୁଭେଟି ଶୁଭେଛା ଜଣାଇଛନ୍ତି ।

୫ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି,୩।୭(ଏସଏସନିଉଜ) ସୁରକ୍ଷା ବାହିନୀଙ୍କ ଗୁଳିରେ ୫ ନକ୍ସଲ ମୃତୁବରଣ କରିଛନ୍ତି। ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ନକ୍ସଲ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେବଡ଼ ଧରଣର ଗୁଳିବିନିମୟ ହୋଇଥିଲା। DRG, ITBP, STF ଓ BSF ଯବାନଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ବସ୍ତର ଆଇଜିଙ୍କ ପକ୍ଷରୁ ସୂଚନା ରହିଛି।

ଭୁଲ୍ ଇଞ୍ଜେକସନ୍ ନେଲା ନାବାଳକର ଜୀବନ

ଭୁବନେଶ୍ବର,୩।୭(ଏସଏସନିଉଜ)ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି। କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।ଯାହାକୁ ନେଇ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଏକ ଅପରେସନ ପାଇଁ ୧୪ ବର୍ଷୀୟ ନାବାଳକ ମେଡିକାଲ ଆସିଥିଲେ। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯାଇଥିଲା। ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାର ଲୋକ।ଏହାପରେ ମୃତଦେହକୁ ପରିବାର ଲୋକ ମେଡିକାଲ ଆଗରେ ରଖି ନ୍ୟାୟ ଦାବି କରିଛନ୍ତି।

ତହସିଲଦାରଙ୍କ ଘରେ ଭିଜିଲାନ୍ସ

ନୟାଗଡ଼,୩।୭(ଏସଏସନିଉଜ) ବିଳମ୍ବିତ ରାତିରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ ହୋଇଛି। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌।କିନ୍ତୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ।

ଗାଁରେପଶି ଆକ୍ରମଣକଲା ଭାଲୁ

ରେଢ଼ାଖୋଲ,୩।୭(ଏସଏସନିଉଜ)ଉଦ୍ଧାର ପରେ ଗାଁରେ ପଶି ଆକ୍ରମଣ କରିଛି ଭାଲୁ।ନାକଟିଦେଉଳ ରେଞ୍ଜ କୁଡ଼ାନାଳି ଗାଁରେ ଭାଲୁଟି ଆକ୍ରମଣ କରିଛି।ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବାର ସୂଚନା ମିଳିଛି।ଗାଁର ଏକ ପରିତ୍ୟକ୍ତ କୁଅରୁ ଭାଲୁଟି ପଡିଯାଇଥିଲା।ଖବରପାଇ ବନବିଭାଗ ଭାଲୁକୁ କୂଅରୁ ଉଦ୍ଧାର ପରେ ଭାଲୁଟି ଲୋକଙ୍କୁ ଆକ୍ରମଣ କରିଥିଲା।