Browsing daily archive

June 28, 2024

ଆଜିର ରାଶିଫଳ

ଆଜିର ରାଶିଫଳ

ଜୁନ୍ ମାସ ୨୯ତାରିଖ ୨୦୨୪ମସିହା(ଶନିବାର)ଆଷାଢ଼ ମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୨/୪୦ଗତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୯/୪୨ ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯ ,ଯୋଗିନୀ ଐଶାନ୍ୟେ ଦିବାଘ୦୨/୪୦ ଗତେ ପୂର୍ବେ , ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୬/୫୫ ମଧ୍ୟେ ଓ ଦିବା ଘ୦୪/୪୬ଗତେ ଘ୦୬/୦୫ମଧ୍ୟେ ,ବାରବେଳା -ଦିବା ଘ୦୧/୨୮ଗତେ […]

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

  ଭୁବନେଶ୍ୱର,୨୮।୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ […]

ଭବାନୀପାଟଣାରେ ତେଜିଲା ବିଜେଡ଼ି କନ୍ଦଳ

ଭବାନୀପାଟଣାରେ ତେଜିଲା ବିଜେଡ଼ି କନ୍ଦଳ

ଭବାନୀପାଟଣା ,୨୮ା୬(ଏସଏସନିଉଜ) ଭବାନୀପାଟଣା ପୌରପାଳିକାରେ ତେଜିଲା ବିଜେଡ଼ି କନ୍ଦଳାପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ହଟାଇବାକୁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି କାଉନସିଲର । ଅନାସ୍ଥା ପ୍ରସ୍ତାବ ନୋଟିସ ନେଇ ଫେରାଦ ହୋଇଛନ୍ତି ସମସ୍ତ ୨୦କାଉନସିଲର ।ଏଥିରେ ବିଜେଡ଼ିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ରହିଛନ୍ତି ।ବିଜେଡ଼ି ଟିକେଟରେ ଜିତିଥିବା ପୌରାଧ୍ୟକ୍ଷାଙ୍କୁ ହଟାଇବାକୁ ଏକାଠି ହୋଇଛନ୍ତି କାଉନସିଲର

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।୩୧୫ ସ୍ପେଶାଲ ଟ୍ରେନ୍ ଚାଲିବ , ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବା୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ କହିଲେ ରେଳ ମନ୍ତ୍ରୀା

୩ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର,୨୮ା୬(ଏସଏସନିଉଜ) ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାର ଆକଳନ କରିଛି ପାଣିପାଗବିଭାଗ ।ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ବହିବ ପବନ। ରାଜ୍ୟର ୨୨ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ନେଇ ସୂଚନା ଦିଆଯାଇଛି। ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ଲାଗିରହିବ କାଳବୈଶାଖୀର ପ୍ରଭାବରୁ ବିଜୁଳି , […]

ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଗୁରୁତର ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଆହତ ଛାତ୍ର ଓ ଆକ୍ରମଣକାରୀ ଛାତ୍ର […]

ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡ଼ି ନଷ୍ଟ ହୋଇଯାଇଛି ।ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡ଼ି ଗୁଡ଼ିକ ପୋତି ହୋଇଯାଇଛି ।ମାଲୟାନାରେ, ପାହାଡ଼ରୁ ବଡ଼ […]

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଗାଡି […]

ମନୋଜଆହୁଜା ହେଲେ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୮।୬(ଏସଏସନିଉଜ) କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନସଚିବ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

ରାଜ୍ୟରେ ହୋଇପାରେ କଲେଜ ନିର୍ବାଚନ

ଭୁବନେଶ୍ଵର,୨୭।୬(ଏସଏସନିଉଜ)ରାଜ୍ୟରେ ହୋଇପାରେ ଛାତ୍ରସଂସଦ ନିର୍ବାଚନ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି। ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟରେଛାତ୍ରସଂସଦ  ନିର୍ବାଚନର ଯଥାର୍ଥତା ରହିଛି।ଏନେଇ ବିଚାର ବିମର୍ଶ ଚାଲିଛି ।ସରକାର ଯାହାବି  ନିଷ୍ପତିନେବେସମାଜର ସକାରାତ୍ମକଦିଗକୁ ଦୃଷ୍ଟିରେ ରଖ୍ ନିଷ୍ପତି  ନବେ।ଛାତ୍ରସଂଗ୍ରଠନ ଦାବି ମହତ୍ତ୍ଵ ତେବେ ଯାହା ଠିକ୍ ହେବ,ସରକାର ନିଷ୍ପତ୍ତି ନେବେ ନେବେ। ୨୦୧୭ରେ ଛାତ୍ରସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେ ବେଳେ ହିଂସାଭଳି ବିଭିନ୍ନ […]