Browsing daily archive

June 18, 2024

ଆଜିର ରାଶିଫଳ

୨୦୨୪ ମସିହା ଜୁନ୍ ମାସ ୧୯ ତାରିଖ ବୁଧବାର ।ଅଦ୍ୟ ଶ୍ରୀମନ୍ଦିରେ ଚମ୍ପକ ଦ୍ଵାଦଶୀ, ଅଦ୍ୟ ସନ୍ଧ୍ୟାପରେ ଋକ୍ମିଣୀ ଓ ମାଧବଙ୍କର ରାଜନବରରୁ ଓ ଯମେଶ୍ବରଙ୍କର ନିକଟକୁ ବିଜେ।ସୁର୍ଯ୍ୟୋଦୟ- ଘ୫/୧୧/୫୧ ,ସୂର୍ଯ୍ୟାସ୍ତ- ଘ୬/୨୩/୩୧ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଦ୍ବାଦଶୀ ଦିବା ଘ୭/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ବିଶାଖା ନକ୍ଷତ୍ର ଅପରାହ୍ନ ଘ୬/୦ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର ।ଯୋଗ- ସିଦ୍ଧିଯୋଗ ରାତ୍ରି ଘ୧୦/୨୪ମି ପର୍ଯ୍ୟନ୍ତ ତଦନ୍ତେ ସାଧ୍ୟଯୋଗ। କରଣ- ବାଳବକରଣ ଦିବା ଘ୭/୨୭ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ଅପରାହ୍ନ […]

ତ୍ରିଲୋଚନମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ

ଭୁବନେଶ୍ୱର,୧୮ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।ବିଶେଷ କରି ନିର୍ବାଚନ ସମୟରେ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିରପେକ୍ଷ ହୋଇ କାମ କରି ପ୍ରଶଂସିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ […]

ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ଏହିସମୟରେ ଡ୍ରେନ ପାଣି ସୁଅରେ ଭାସିଗଲା ୮ ବର୍ଷୀୟ ନାବାଳକ । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ସୂଚନାମିଳିଛି । ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ଖୋଜୁଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ସନ୍ଧ୍ୟା ହୋଇ ଆସୁଥିବାରୁ ନାବାଳକକୁ ଉଦ୍ଧାର କରିବା ଓଡ୍ରାଫ ଟିମ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଭୁବନେଶ୍ୱରରେ ପ୍ରବଳ […]

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା