Browsing daily archive

June 8, 2024

ବିଚ୍‌ ରାସ୍ତାରେ ଯୁବତୀଙ୍କ ତଣ୍ଟି କାଟିଲା ଯୁବକ

ଭୁବନେଶ୍ୱର,୮।୬(ଏସଏସନିଉଜ)ବ୍ଲେଡରେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା ଯୁବକ।ଦେବଗଡ଼ଥାନା ଗୁରୁସାହି ରାସ୍ତାରେ ଯୁବକ ଜଣଙ୍କ ଏହିପରି ଜଘନ୍ୟକାଣ୍ଡ ଘଟାଇଛି।ଯୁବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ସାସମଲ୍‌। ଦୁଇବର୍ଷ ତଳେ ଦେବଗଡ଼ ଟାଉନ୍‌ର ରୀମା(ଛଦ୍ମ ନାମ)ଙ୍କ ସହିତ ତାଙ୍କର ଫେସ୍‌ବୁକ୍‌ରେ ଦେଖା ସାକ୍ଷାତ ହୋଇଥିଲା।ପ୍ରଥମେ ଚାଟିଂ, ତାପରେ କଥାବାର୍ତ୍ତା। ଏହି କଥାବାର୍ତ୍ତା ଭିତରେ ରୀମାଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୀମାଞ୍ଚଳ।ଆଉ ସମୟସୁବିଧା ଦେଖି ପ୍ରପୋଜ ମଧ୍ୟ ମାରିଥିଲେ […]

ଖଇରାରେ ମାତିଛି ବାଘ

ବାଲେଶ୍ବର,୮।୬(ଏସଏସନିଉଜ)ବାଘ ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି।ଏହିଭଳି ଘଟଣା ବାଲେଶ୍ବର ଖଇରାରେ ଦେଖିବାକୁ ମିଳିଛି। କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।ଖଇରା ବଜାର ନିକଟସ୍ଥ ଗଡ଼ଗାଁରେ ବାଘର ଆତଙ୍କ ଦେଖାଦେଇଛି।କଲରାପତରିଆବାଘ ଆକ୍ରମଣରେ ୪ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା,୩ପୁରୁଷ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ବେଳେ ବାଘ ଆକ୍ରମଣ କରିଥିବାର ଜଣାପଡିଛି।

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୮।୬(ଏସଏସନିଉଜ) ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣପଶ୍ଚିମ ମୌସୁମୀବାୟୁ। ସ୍ୱାଭାବିକ ସମୟର ୪ଦିନପୂର୍ବରୁ ମୌସୁମୀ ଆସି ପହଂଚିଥିବ| ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି।ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ ।ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳବର୍ଷା ହୋଇଛି।ଯାଜପୁର, ମାଲକାନଗିରି,ନୟାଗଡ଼,ଭଦ୍ରକ,ଢେଙ୍କାନାଳ, […]

ଆଜିର ରାଶିଫଳ

୨୦୨୪ମସିହା ଜୁନ୍ ମାସ୯ତାରିଖ ରବିବାର ।ଉମା ଚତୁର୍ଥୀ,ଶିବବିବାହ ଜନିତ ତାଟନିମନ୍ତ୍ରଣ।ସୁର୍ଯ୍ୟୋଦୟ- ଘ୫/୧୦/୩୬,ସୂର୍ଯ୍ୟାସ୍ତ- ଘ୬/୨୦/ ୩୮,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ତୃତୀୟା ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ। ନକ୍ଷତ୍ର- ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୮/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୩/୩୬ମି ପରେ ନୈର୍ଋତ କୋଣରେ।ରିକ୍ସାତିଥି ,ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୩/୩୬ମିମଧ୍ୟେ ଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ, ମିଥୁନ,ସିଂହ, ତୁଳା, ଧନୁ,ମକର ଓ କୁମ୍ଭ ଏହି ରାଶି […]

ପୁଣି ବ୍ରାହ୍ମଣୀନଦୀରେ ବୁଡିଗଲେ ୨କଲେଜଛାତ୍ର, ୪ ଉଦ୍ଧାର

ରାଉରକେଲା,୮ା୬(ଏସଏସନିଉଜ) ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇଜଣଛାତ୍ର ମୃତ୍ୟୁବରଣ କରିଛନ୍ତି ।ସେମାନେ ହେଲେ ରଜତ ସାହୁ (୨୧) ଓ ସମୀରନ ସୁକୁମାର ନାୟକ (୨୩)। ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ , ସମୀରନ୍ ଓସେମାନଙ୍କ ସାଥି ଭିସୁଟ୍‌ର ଛାତ୍ରୀ ଅଭିଲିପ୍‌ସା ପ୍ରଧାନ, ବୈଷ୍ଣୁଦେବୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସମ୍ବିଧାନ ସାହୁ ଓ ସୋଆ ବିଶ୍ବବିଦ୍ୟାଳୟର ଛାତ୍ର ତପନ କୁମାର ପାତ୍ର ବେଦବ୍ୟାସ ମନ୍ଦିରକୁ […]

ପୁଣି ମୋ ବସ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର,୮ା୬(ଏସଏସନିଉଜ) ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ହୋଇନଥିବାବେଳେ ଆଜି ଅପରାହ୍‌ଣରେ କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି।ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା […]

ଭାରିଯାନକୁ ପିଟିଲା ବସ

ଯାଜପୁର,୮ା୬(ଏସଏସନିଉଜ) ଆଜି ସକାଳୁ ଯାଜପୁର ଜିଲ୍ଲାର ବଡ଼ଚଣା କଡେଇଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଭାରିଯାନକୁ ଏକ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ପଶ୍ଚିମବଙ୍ଗରୁ ପର୍ଯ୍ୟଟକମାନଙ୍କୁ ନେଇ ବସଟି ପୁରୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୭ ଜଣ ଯାତ୍ରୀଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କଣ୍ଡକ୍ଟର ଓ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି […]

ସୋର ଷ୍ଟେସନରେ ଜଳିଗଲା ଟ୍ରେନର ୪ଟି ବଗି

ବାଲେଶ୍ୱର,୮ା୬(ଏସଏସନିଉଜ) ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବାର ଜଣାପଡିଛି ।ଯାହାକୁନେଇ ଘଟଣାସ୍ଥଳରେ ଭୟ ଖେଳିଯାଇଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ଭଦ୍ରକରୁ ଝାଡ଼ଖଣ୍ଡକୁ ଯାଉଥିବା ଏହି ମାଲବାହୀ ଟ୍ରେନରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି ।

ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ 

ଭୁବନେଶ୍ଵର,୮ା୬(ଏସଏସନିଉଜ)ବିଜେଡି ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି ପ୍ରସନ୍ନ।ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।