Browsing daily archive

June 1, 2024

ବୁଥ୍ ଆଗରେ ରକ୍ତର ଛିଟା

ଭଦ୍ରକ,୧।୬(ଏସଏସନିଉଜ)ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ ।ଭଦ୍ରକ ଗ୍ରାମାଞ୍ଚଳଥାନା ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀ କିଛି ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ହେଲେ ଭୋଟଦେବାକୁ ନିଜ ଦାଦାଙ୍କ ସହ ବୁଥକୁ ଆସିଥିବା ବେଳେ ସ୍ୱାମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଳିଗଲା ୪ଟିବସ

ରାୟଗଡା,୧ା୬(ଏସଏସନିଉଜ)ରାୟଗଡା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡରେ ଜଳୁଛି ବସ।ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଠ ରହିଥିବାବେଳେ ଖବରପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।ଏହି ୪ଟିବସ ଜଣେ ମାଲିକର ହୋଇଥିବା ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିଲା ବେଳେ ଅଘଟଣ ଘଟିଥିଲ।।  

ଆଜିର ରାଶିଫଳ

ଜୁନ୍ ମାସ୦୨ତାରିଖ ୨୦୨୪ ମସିହା(ମଙ୍ଗଳବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି-ଦଶମୀ ପ୍ରା ଘ୦୫/୨୩ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/ ୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୮/୦୦,ଯୋଗିନୀ ଉତ୍ତରେ ପ୍ରା ଘ୦୫/୨୨ ଗତେ ଅଗ୍ନିକୋଣେ, ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଦୋଷ ରାତ୍ରି ଘ୦୨/୫୫ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୬ଗତେ ଘ୦୯/୧୦ମଧ୍ୟେ ଓ ଘ୦୧/୨୧ଗତେ ଘ୦୧/୫୯ମଧ୍ୟେ ଓ ଘ୦୭/୫୫ ଗତେ ଘ୧୧/୦୮ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ଦିବା ଘ୦୩/୩୪ ଗତେ ଘ୦୫/୨୨ମଧ୍ୟେ,ଶିମ୍ବଭକ୍ଷଣ […]

ସସ୍‌ପେଣ୍ଡ ହେଲେ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର,୧ା୬(ଏସଏସନିଉଜ) ରାଜ୍ୟରେ ଶେଷ ପର‌୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ସାଲେପୁରରେ କେତେକଜାଗାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ ।ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର […]

ବୁଥ୍ ଲେବଲ ଅଫିସରଙ୍କ ମୃତ୍ୟୁ

ଯାଜପୁର,୧ା୬(ଏସଏସନିଉଜ) ବିଂଝାରପୁର ନିର୍ବାଚନମଣ୍ଡଳୀ ଫତେପୁରର ବୁଥନମ୍ବର ୧୫୭ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ମନୋରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତରା ସେହିଭଳିଭାବେ ଆଜି ସକାଳେ ୭୭ବର୍ଷର ଜଣେ ବୃଦ୍ଧ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ […]

ବୋମା ଧମକ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ବିମାନକୁ ଶନିବାର ସକାଳୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟିକୁ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି । ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ପାନବରଜର ପୋଲିଂ ବୁଥ୍

କାକଟପୁର,୧ା୬(ଏସଏସନିଉଜ) ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍‌ରେ ପାନ ବରଜ ପାଲଟିଛି। ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ […]

ରାଉରକେଲାରେ ସ୍ବତନ୍ତ୍ର ଟିମ୍

ରାଉରକେଲା,୧ା୬(ଏସଏସନିଉଜ)ରାଉରକେଲାରେ ପହଞ୍ଚିଲା ସ୍ବତନ୍ତ୍ର ମେଡିକାଲ ଟିମ୍ ।ସରକାରୀହସ୍ପିଟାଲରେ ପହଞ୍ଚିଲେ ୩ ଜଣିଆ ଡାକ୍ତରୀ ଟିମ୍ ।ଅସ୍ବାଭାବିକ ମୃତ୍ୟୁକୁନେଇ ତଦନ୍ତ କରିବ ୩ ଜଣିଆଟିମ୍ ।ରାଉରକେଲାରେ ଦିନକରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ଅସ୍ବାଭାବିକ ମୃତ୍ୟୁର ତଦନ୍ତ ଚାଲିଛି ।ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅସ୍ବାଭାବିକ ମୃତ୍ୟୁ ହିଟ୍‌ୱେଭ୍ ନାଁ ଅନ୍ୟ କାରଣରୁ ତଦନ୍ତ ଚାଲିଛି ।ସ୍ଥାନୀୟ ଅଧିକାରୀ ତଦନ୍ତ କରି ଏସଆରସିଙ୍କୁ ରିପୋର୍ଟ ଦେବେ ।ଅନ୍ୟପଟେ ପିକ୍ ଟାଇମରେ ବାହାରକୁ ନବାହାରିବାକୁ […]

ଛୁରାମାଡ଼ କରି ଲୁଟିଲେ

ବୌଦ୍ଧ,୧ା୬(ଏସଏସନିଉଜ) ଲୁଟ୍ ବେଳେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଘର ମାଲିକ ମୃତ୍ୟୁବରଣ କରିଛି ।ସୁବର୍ଣ୍ଣପୁରରୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ଚାଲିଯାଇଛି ଜୀବନା ବାଉଁଶୁଣୀଥାନା ବାଦିକଟାଗାଁରେ ଘରେ ପଶି ଛୁରାମାଡ଼ କରିଥିଲେ ଦୁର୍ବୁତ ।ଲୁଟ୍ ବେଳେ ଘର ମାଲିକ ଦେଖିଦେବାରୁ ଛୁରାମାଡ଼ କରିଥିଲେ । ୩ରୁ ୫ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।  

ନାକଚଣାଦ୍ୱାର ନିକଟରେଅଗ୍ନିକାଣ୍ଡ

ପୁରୀ,୧ା୬(ଏସଏସନିଉଜ) ଗୁଣ୍ଡିଚାମନ୍ଦିର ନାକଚଣାଦ୍ୱାର ନିକଟରେ ଅଗ୍ନିକାଣ୍ଡାନାକଚଣା ଦ୍ୱାର ନିକଟ ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।