Browsing daily archive

May 25, 2024

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୬ତାରିଖ ରବିବାର।ଋତୁ- ଗ୍ରୀଷ୍ମଋତୁର (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୧୧/୨୮ ,ସୂର୍ଯ୍ୟାସ୍ତ- ଘ୬/୧୫/ ୩୦ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ତୃତୀୟା ଅପରାହ୍ନ ଘ୬/୩ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ମୂଳାନକ୍ଷତ୍ର ଦିବାଘ୧୧/୯ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଅପରାହ୍ନ ଘ୬/୩ମିପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣ, ମାସଦଗ୍ଧା, ଚତୁର୍ଥୀଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୨୭ମିମଧ୍ୟେ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ,କର୍କଟ,କନ୍ୟା,ଧନୁ,ମକର ଓ ମୀନରାଶିର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ […]

ବୁଥ୍‌ରେ ପଶି EVM ଭାଙ୍ଗିଲେ ପ୍ରଶାନ୍ତ

ଭୁବନେଶ୍ୱର,୨୫।୫(ଏସଏସନିଉଜ)ବୋଲଗଡ ୧୧୪ନଂ ବୁଥ୍‌ରେ EVMଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ବାଉଁଶିଆପାଟଣା ୧୧୪ନଂ ବୁଥରେ ଅଘଟଣପରେ ପ୍ରଶାନ୍ତ ଫେରାର ହୋଇଯାଇଥିଲେ।ଏହାପରେ ପ୍ରଶାନ୍ତଙ୍କୁ ଖୋଜିଥିଲା ପୋଲିସ।ପରେ ଗୋଡାଇ ଗୋଡାଇ ଅପରାଜିତାଙ୍କ ଗାଡିରୁ ପ୍ରଶାନ୍ତଙ୍କୁ ଧରି ଅଟକ ରଖିଛି ପୋଲିସ ।ବୋଲଗଡ ୧୧୪ ନଂ ବୁଥ୍‌ରେ EVM ଭାଙ୍ଗି ଫେରାର ହୋଇଥିଲେ।ଅନ୍ୟପଟେ ପ୍ରଶାନ୍ତଜଗଦ୍ଦେବଙ୍କ ଗିରଫ ଦାବି କରିଛି ବିଜେଡି।ପ୍ରଶାନ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସାଂସଦ।ସମସ୍ତଙ୍କ ସାମ୍ନାରେ ଘଟିଛି ଘଟଣା, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ CEO ବୋଲି ସସ୍ମିତ ପାତ୍ର କହିଛନ୍ତି।