Browsing daily archive

February 4, 2024

ଆଜିର ରାଶିଫଳ

ଫେବୃଆରୀମାସ ୦୫ତାରିଖ ୨୦୨୪ ମସିହା(ସୋମବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ସନ୍ଧ୍ୟା ଘ୦୫/୨୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୪୯ ,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୨୪ ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୪୬ ଗତେ ଘ୦୯/୧୧ ମଧ୍ୟେ ,ବାରବେଳା – ଦିବା ଘ୦୨/୪୯ ଗତେ ଘ୦୪/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୨ଗତେ ଘ୦୧/୩୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୫ […]

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡ଼ି

ଗଞ୍ଜାମ,୪ା୨(ଏସଏସନିଉଜ)ଆଜି ପ୍ରଥମଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣଚାଉଳରେ ପ୍ରସ୍ତୁତହୋଇଛି ଖେଚୁଡ଼ି।ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣଦ୍ୱାରରେ ଦର୍ଶନସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଇଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ ।ଏହି ପ୍ରସାଦକୁୁ ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହୋଇଥିଲା ।ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ।  

ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର,୪ା୨(ଏସଏସନିଉଜ) ଫିରିଙ୍ଗିଆଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗପରେ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।କମିଶନଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ […]