Browsing daily archive

November 19, 2023

ଆଜିର ରାଶିଫଳ

ନଭେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୪ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୧୦/୨୧ ପର୍ଯ୍ୟନ୍ତ ତଦନ୍ତେ ଶତଭିଶା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨/୪୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୯ ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,କାଳବେଳା -ଦିବା ଘ୦୭/୨୫ ଗତେ ଘ୦୮/୪୮ ମଧ୍ୟେ ,ବାରବେଳା – ଦିବା ଘ୦୨/୧୬ ଗତେ ଘ୦୩/୪୦ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। […]

ଦାଦନ ଖଟିବାକୁ ଯାଇ ଫେରିଲାନାହିଁ ପୁଅ

ଗଞ୍ଜାମ,୧୯ା୧୧(ଏସଏସନିଉଜ)ପରିବାରର ଗୁଜରାଣ ମେଂଟାଇବାପାଇଁ ଦାଦନଖଟିବାକୁ ଯାଇଥିଲା ପୁଅ ।କିନ୍ତ ଆଉ ଘରକୁଫେରିଲାନାହିଁ ।ଘରକୁଫେରୁଥିବାର ପରିବାରଲୋକଙ୍କୁ ସୁଚନାଦେଇ ଟ୍ରେନରେ ଆସୁଥଲା ।ପରିବାରଲୋକ ବହୁତ ଖୁସିଥିଲେ ।ହେଲେ ପୁଅ ଟ୍ରେନରେ ଆସୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଏହିଭଳି ଘଟଣା ଆସିକାବ୍ଲକ ହରିଡାପଦର ପଂଚାୟତର କୁମ୍ବାରୀଗ୍ରାମରେ ଘଟିଛି ।ଗ୍ରାମର ଶିକ୍ଷିତଯୁବକ ଜିତେନ୍ଦ୍ର ବେହେରା ପରିବାରର ଦୁଃଖକୁ ସହ୍ୟନକରିପାରି ରୋଜଗାରକରିବାପାଇଁ ଦାଦନଖଟିବାକୁ ଦୁର୍ଗାପୁରକୁ ଗତ୫ବର୍ଷ ହେବ ଯାଇଥିଲେ ।ସେଠାରୁ ଅନ୍ୟକାହାସହ ମିଶି କାମଆଶାରେ ଦିଲ୍ଲୀ ଗୁରୁଗାଁଓ ଯାଇଥିଲେ ।ସେଠାରେ ହତାଶହେବାପରେ ଦିଲ୍ଲୀରେ ଥିବା ଭାଇ […]

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ସରପଞ୍ଚଙ୍କୁ ତାଲା

କନ୍ଧମାଳ,୧୯ା୧୧(ଏସଏସନିଉଜ) ଦାରିଙ୍ଗବାଡ଼ି ବ୍ଲକ୍ ସ୍ୟାଙ୍ଗବାଲି ପଞ୍ଚାୟତରେ ଠିକ୍ ଭାବେ ଭତ୍ତା ପ୍ରଦାନ କରାଯାଉ ନଥିବା ଅଭିଯୋଗକରି ହିତାଧିକାରୀମାନେ ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ ।ଖବରପାଇ ଦାରିଙ୍ଗବାଡ଼ି ଥାନାପୋଲିସ ଓ ତହସିଲଦାର ପଞ୍ଚାୟତକାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ।କିନ୍ତୁ ହିତାଧିକାରୀମାନେ ନିଜ ଜିଦରେ ଅଟଳ ରହିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ଆସି ଭତ୍ତା ପ୍ରଦାନ କରିବାପରେ ହିତାଧିକାରୀମାନେ ତାଲା ଖୋଲିଥିଲେ ।

ଭାରତ ବିଶ୍ବକପ୍ ଜିତିଲେ ୧୦୦କୋଟି ବାଣ୍ଟାଯିବ

ଭୁବନେଶ୍ୱର,୧୯ା୧୧(ଏସଏସନିଉଜ) ଆଇସିସି କ୍ରିକେଟ୍ ବିଶ୍ବକପ୍‌’ରେ ଆଜି ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ସିଇଓ’ ପୁନୀତ ଗୁପ୍ତା ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟିବେ ବୋଲି କହିଛନ୍ତି।୨୦୧୧ରେ ଭାରତର ବିଶ୍ବକପ୍ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି ପୁନୀତ କହିଛନ୍ତି, ୨୦୧୧ରେ ଭାରତ ବିଶ୍ବକପ୍ ଜିତିବା ବେଳେ ସେ କଲେଜରେ ପଢୁଥିଲେ। ସେ ସମୟଟି ତାଙ୍କପାଇଁ ଜୀବନର ସବୁଠୁ ଆନନ୍ଦଦାୟକ ଦିନ ଥିଲା ବୋଲି କହିଛନ୍ତି ।ଏହାସହ ଭାରତୀୟ ଟିମ୍‌କୁ ସମର୍ଥନ […]

ବାଘର ପାଦଚିହ୍ନ

ଆନନ୍ଦପୁର,୧୯ା୧୧(ଏସଏସନିଉଜ) ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗର ଚେତା ପଶିଛି । ଜଙ୍ଗଲବିଭାଗ ପକ୍ଷରୁ ତନାଘନାତଦନ୍ତ ଆରମ୍ଭ କରାଯିବାସହ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଙ୍ଗଲବିଭାଗ ପକ୍ଷରୁ କୁହାଯାଇଛି ।ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଥିବାବେଳେ ଭୋରସମୟରେ ନଦୀକୂଳ ବିଲମଧ୍ୟରେ ବାଘଟି ଯାଉଥିବାବେଳେ ତାର ଭିଡିଓ କେହିଜଣେ କରିଥିଲେ […]

ବିରଳ ଶିଶୁ କନ୍ୟା

ମୟୂରଭଞ୍ଜ,୧୯ା୧୧(ଏସଏସନିଉଜ) ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି ।ଯାହାରକି ମୁଣ୍ଡ ନାହିଁ କି ଗୋଡ଼ ମଧ୍ୟନାହିାଁ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟଘଟଣା ଶନିବାର ଦିନ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାରେ ଅପରାହ୍ନ ସମୟରେ ମୃତ ଅବସ୍ଥାରେ ମୁଣ୍ଡ ଓ ହାତ ନଥିବା ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ […]

୨୦ ଫୁଟ୍ ତଳକୁ ଖସିଲା କାର୍

ସୁନ୍ଦରଗଡ଼,୧୯ା୧୧(ଏସଏସନିଉଜ) ମହୁଲପଦା ଥାନାର ନଗରିଆ ପୋଲ ତଳକୁ ଭାରସମ୍ୟ ହରାଇ ଏକ କାର ଖସିପଡିଛି ।କାରଟି ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବାରୁ ଜଣେ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ କେନ୍ଦୁଝର କାଦଡ଼ିଆର ଅଜିତ ମହାନ୍ତ ଓ ଡ୍ରାଇଭର ଓମକାର ବେହେରା । ଉଭୟଙ୍କୁ ରାଉରକେଲା ଚିକିସ୍‌ାପାଇଁ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା ।ଖବରପାଇ […]