Browsing daily archive

October 28, 2023

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ ତାରିଖ ୨୦୨୩ ମସିହା(ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ,ସୌରମାସ- ତୁଳା ୧୨ ଦିନ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ ,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ […]

ସୋସାଇଟିଟଙ୍କା ଚୋରିକରି ଧରାପଡିଲେ ଯୁବକ

ବାରଙ୍ଗ,୨୭।୧୦(ଏସଏସ ନିଉଜ)ସୋସାଇଟି ଟଙ୍କା ଚୋରି କରିବା ଅଭିଯୋଗରେ ଶୁକ୍ରବାର ଦିନ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳନ କରିଛି। ପ୍ରକାଶଯେ,ହେମନ୍ତ କୁମାର ମଲ୍ଲିକ ଓ ପ୍ରମୋଦ ସୁତାର ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ଜିଡିଏସ ଟାୱାରର ସୋସାଇଟି ରୁମରେ ରୁହନ୍ତି । ଉକ୍ତ ସୋସାଇଟିର ମାସିକିଆ ମେଣ୍ଟେନାନ୍ସ ଖର୍ଚ୍ଚ ବାବଦକୁ ଆଦାୟ ହୋଇଥିବା ମୋଟ ୫୨,୦୦୦ ଟଙ୍କାକୁ ହେମନ୍ତ ଜଣକ ଉକ୍ତ ଜିଡିଏସ ଟାୱାରର ସୋସାଇଟି ରୁମରେ ରଖି ଶୋଇବା ନିମନ୍ତେ […]

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଗୁରୁତର

ଗଞ୍ଜାମ,୨୮।୧୦(ଏସଏସନିଉଜ) ପୋଲସରା ମାଢୁଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ସ୍ଥାନୀୟ ନିଗମ ନଗର ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତା ମହିଳା ହେଲେ ସୁମତି ମହାରଣା ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମହାରଣା ବୋଲି ଜଣାଯାଇଛି। ଉଭୟ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା।ଏଥିରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା […]

ସେଞ୍ଚୁରୀପଦକ ହାସଲ କଲା ଭାରତ

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ପାରା ଏସିଆନରେ ସେଞ୍ଚୁରୀପଦକ ଭାରତ ହାସଲ କରିପାରିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ। ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି।ସେଥିମଧ୍ୟରେ ୨୬ ସ୍ୱର୍ଣ୍ଣ , ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ସହ ଶହେ ପଦକ ରହିଛି।ସଫଳତା ପାଇଁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ରେ ସର୍ବାଧିକ ୭୨ ପଦକ ଜିତିଥିଲା ଭାରତ।

ବିଜେପିର ଅମୃତକଳସ ଶୋଭାଯାତ୍ରା

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।ମୋମାଟି ମୋଦେଶ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି।ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଏହି ଶୋଭାଯାତ୍ରା ଯାଇଛି। ଅମୃତ କଳସ ଧରି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପିନେତା ଓ କର୍ମୀ।ସ୍ୱତନ୍ତ୍ର ଟ୍ରେନ୍‌ରେ ଅମୃତ କଳସ ଧରି ଦିଲ୍ଲୀ ଯିବେ କର୍ମୀ। ୩୧ତାରିଖରେ ଦିଲ୍ଲୀରେ ଅମୃତ ବାଟିକାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।