Browsing daily archive

October 25, 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୬ତାରିଖ ଗୁରୁବାର। ଶରଣଶେଷ ସୁର୍ଯ୍ୟୋଦୟ- ଘ୫/୪୮/୪୦ ,ସୂର୍ଯ୍ୟାସ୍ତ-ଘ୫/୧୨/୪୮ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବାଦଶୀ ଦିବା ଘ୯/୫୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୯/୫୬ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟ ତିଥି ଓ ଶନିଯୁକ୍ତଦୋଷ ହେତୁ ଦିବାଘ୯/୫୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ପ୍ରାତଃ ଘ୬/୪୫ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ […]

କାଲି ରାତିଯାଏ ୧୪୪

ବଲାଙ୍ଗୀର , ୨୫ା୧୦(ଏସଏସନିଉଜ) ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ଆସନ୍ତାକାଲି ମଧ୍ୟରାତ୍ରଯାଏ ବଙ୍ଗୋମୁଣ୍ଡାସହରରେ ବଳବତ୍ତର ରହିବ ୧୪୪ଧାରା। ଗୋଷ୍ଠୀସଂଘର୍ଷ ମାମଲାରେ ଉଭୟପକ୍ଷରୁ ୫ଜଣଙ୍କୁ ଗିରଫ କରିବାସହ ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗ୍ ମାର୍ଚ କରିଛି । ଗତ ଦୁଇଦିନ ତଳେ ବଙ୍ଗୋମୁଣ୍ଡାଗାଁରେ ଛତରଯାତ୍ରା ଅନୁଷ୍ଠିତ ସମୟରେ କୌଣସି କଥାକୁ ନେଇ ଆଦିବାସୀ ଓ ଦଳିତସମାଜଙ୍କ ମଧ୍ୟରେ ଗୋଷ୍ଟୀସଂଘର୍ଷ ଘଟିଥିଲା। ଆଦିବାସୀସମାଜର ପାଞ୍ଚଜଣଙ୍କୁ ଦଳିତ ସମାଜର କିଛିଜଣ ଆକ୍ରମଣ କରିଥିଲେ। ସେମାନଙ୍କୁ ଗିରଫଦାବୀକରି ମଙ୍ଗଳବାରଦିନ ଆଦିବାସୀସମାଜ ପକ୍ଷରୁ ବଙ୍ଗୋମୁଣ୍ଡା […]

ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାପରେ ଶ୍ରୀରାମ ଜନ୍ମଭୂମିଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରତିଷ୍ଠା ସମୟରେ ଦେଶର ସମସ୍ତ ପ୍ରମୁଖ […]

କାମୁଡ଼ାକାମୁଡ଼ିରେ ୨ ଗୁରୁତର

ଆନନ୍ଦପୁର,୨୫।୧୦(ଏସଏସନିଉଜ) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି।ସୋସୋ ଥାନା ସଢ଼ାଗାଁରେ ବିଲରେ ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।ଗଣ୍ଡଗୋଳରେ ଜଣେ ମହିଳା ଅନ୍ୟ ଜଣକ ଗୋଡ଼କୁ କାମୁଡ଼ି ଦେଇଥିଲେ।କାମୁଡ଼ି ମାଂସ ଛିଡ଼ାଇ ଦେବାରୁ ମହିଳାଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟଏକ ଘଟଣାରେ ଆନନ୍ଦପୁର ଥାନା ମାଠିଆନେଣ୍ଡିରେ କାମୁଡ଼ି କାନ ଛିଡ଼ାଇ ଦେଇଛନ୍ତି ମଦ୍ୟପ।୨ମଦ୍ୟପଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ଜନୈକ ବ୍ୟକ୍ତି ବାରଣ କରିଥିଲେ।ଏଥିରେ […]

ଡଙ୍ଗାରୁ ଗଳିପଡ଼ିଲେ ଚାଳକ

କୃଷ୍ଣପ୍ରସାଦ,୧୫।୧୦(ଏସଏସନିଉଜ) ଚିଲିକାରେ ପର୍ଯ୍ୟଟକ ହୋଇଛନ୍ତି।ଏହାସହ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ ହୋଇଛନ୍ତି।ଚାଳକ ପଡ଼ିଯିବାରୁ ଚିଲିକାରେ ଅଟକିଯାଇଥିଲା ପର୍ଯ୍ୟଟକ ଡଙ୍ଗା।ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଅଘଟଣ ଘଟିଥିଲା।୫ଜଣ ପର୍ଯ୍ୟଟକଙ୍କୁ ନେଇ ଯିବାବେଳେ ଡଙ୍ଗାରୁ ପଡ଼ିଯାଇଥିଲେ ଚାଳକ।ପ୍ରାୟ ଏକଘଣ୍ଟା ପରେ ଡଙ୍ଗାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।ତେବେ ଏବେଯାଏଁ ଚାଳକଙ୍କ ପତ୍ତା ମିଳିନଥିବା ବେଳେ ସର୍ଚ୍ଚ ଅପରେସନ ଜାରିରହିଛି।

ଆସିଲା ସମୁଦ୍ର କୌସ୍ତୁଭ

ପାରାଦ୍ଵୀପ,୨୫।୧୦(ଏସଏସ ନିଉଜ)ପାରାଦ୍ଵୀପ ବନ୍ଦରକୁ ଆସୁଲା କୋଷ୍ଟଗାର୍ଡ ଜାହାଜ ଆଇଏନଏସ ଅମୋଘ ।ଜାହାଜକୁ ରଶିଦ୍ବାରା ଟାଣିଟାଣି ପାରାଦ୍ଵୀପ ବନ୍ଦରକୁ ଅଣାଯାଇଛି। ସନ୍ଧ୍ୟାସୁଦ୍ଧା ଉକ୍ତ ଜାହାଜ ପାରାଦ୍ଵୀପ ବନ୍ଦରରେ ପହଞ୍ଚିବବୋଲି ସୂଚନା ମିଳିଛି।ଉକ୍ତ ଜାହାଜରେ ଥିବା ସମସ୍ତ ୨୫ଜଣ ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।ଇଞ୍ଜିନରେ ରଶି ଗୁଡେଇ ହୋଇଯିବାରୁ ସମୁଦ୍ର ମଝିରେ ଫସିଯାଇଥିଲା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ। ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ରହୁଥିଲା।ଫଳରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା […]

ବଦଳିଲେ ବାଙ୍କୀଥାନା IIC

ବାଙ୍କୀ,୨୫।୧୦(ଏସଏସନିଉଜ)୨ ଏସଆଇଙ୍କୁ ଆକ୍ରମଣ ଘଟଣାରେ ବାଙ୍କୀ ଆଇଆଇସିଙ୍କ ବଦଳି ହୋଇଛି। ୨ ଏସଆଇଙ୍କୁ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ବାଙ୍କୀଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି କଲେ କଟକ ଗ୍ରାମାଞ୍ଚଳଏସପି।ବାଙ୍କୀଥାନା ଦାୟିତ୍ଵରେ ରହିବେ ମାହାଙ୍ଗା ଭଦ୍ରେଶ୍ଵରଥାନା ଆଇଆଇସି ଶିବପ୍ରସାଦ ବେହେରା।ବିଚ୍ ରାସ୍ତାରେ ୨ ଏସଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ।

ହାଟପଦାରେ ଡବଲ୍ ମର୍ଡର

କୋରାପୁଟ,୨୫।୧୦(ଏସଏସନିଉଜ) କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ହୋଇଛି। ମୃତକ ଦୁଇଜଣ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି। ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ହତ୍ୟା କରିଛନ୍ତି ଦୁଇ ଅଭିଯୁକ୍ତ ବାପ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି।କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ପୁତ୍ର ରାଜକୁମାର ରୁଡ଼ି ମିଶି ବର୍ଚ୍ଛାରେ ହତ୍ୟା କରିଛନ୍ତି। ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାରଲୋକେ ମିଶି ପୁତ୍ର ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି।ହତ୍ୟାର ପକୃତ କାରଣ […]

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର,୨୫।୧୦(ଏସଏସନିଉଜ) ଶ୍ରୀଲିଙ୍ଗରା ଜଙ୍କ ନୀତିକାନ୍ତି ବନ୍ଦ ରହିଛି।ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଦେଇଛି।ମଙ୍ଗଳଆଳତି ପରଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି।ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇ ଥିବାବେଳେ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରି ନୀତି ବନ୍ଦ ସହ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ଅନୁପସ୍ଥିତ ରହିଛନ୍ତି।୨ ନିଯୋଗ ଅନୁପସ୍ଥିତ ଯୋଗୁ ନୀତିରେ ବିଭ୍ରାଟ ଦେଖାଦେଇଛି।