Browsing daily archive

October 21, 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୨ତାରିଖ ରବିବାର। ଗୃହଦେବୀ ଓ ବଙ୍ଗୀୟ ମତେ ମୃଣ୍ମୟୀ ଦେବୀଙ୍କର ମହାଷ୍ଟମୀପୂଜା,ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ଓ ପୀଠେ ମହାନବମୀପୂଜା, ସନ୍ଧିପୂଜା,ଏକାହପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୫ ,ସୂର୍ଯ୍ୟାସ୍ତ- ଘ୫/୧୫/୨୭ ,ଆଶ୍ବିନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରିଘ୮/୧ମିପର୍ଯ୍ୟନ୍ତ ତଦନ୍ତେନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ରାତ୍ରି ଘ୮/୧ମିପରେ ପୂର୍ବଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ରାତ୍ରି ଘ୮/୧ମିପରେଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ […]

ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ […]

ଘାଟିରେ ଦୁର୍ଘଟଣା,୨ମୃତ

ମୟୂରଭଞ୍ଜ,୨୧।୧୦(ଏସଏସନିଉଜ) ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି।କାର୍‌-ଟ୍ରକ ଧକ୍କାରେ ୨ ମହିଳା ମୃତୁବରଣ କରିଥିବାର ଜଣାପଡିଛି।କାର୍‌ରେ ଥିବା ୬ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।ଦୁର୍ଘଟଣା ପରେ ବାଙ୍ଗିରୀପୋଷି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଟଏଲେଟ୍‌ରୁ ତଣ୍ଟିକଟା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଟଏଲେଟ୍‌ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଘଟଣାର ୬ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ ହୋଇଛି।ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡ଼ିଶା ଆଣୁଛି ଜିଆର୍‌ପି।ଏପ୍ରିଲ ୨୦ରେ ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ l

ASIଙ୍କ ଆସିଲା ପୋଷ୍ଟମର୍ଟମରିପୋର୍ଟ

ରାଉରକେଲା,୨୧।୧୦(ଏସଏସନିଉଜ)ଉଦିତନଗର ଥାନା ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସି ପହଂଚିଛି। ପ୍ରେସମିଟ୍‌ରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି କହିଛନ୍ତି ।ଅଧିକ ଉତ୍ତେଜିତ ହେବାରୁ ଆଲିସାଙ୍କ ମୃତ୍ୟୁ ହୋଇଛି।ଆଲିସାଙ୍କ ମୃତ୍ୟୁ ହତ୍ୟା ନୁହେଁ ଅଧିକ ଉତ୍ତେଜନାରୁ ଅଧିକ ହରମୋନ କ୍ଷରଣ ହୋଇଛି ଯାହା ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ମୃତ୍ୟୁ ହୋଇଛି ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ ବୋଲି ଅନୁମାନ କରାଯାଉଛି।