Browsing daily archive

October 19, 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ […]

ଆମ୍ବୁଲାନ୍ସ ଧକ୍କାରେ ୧୬ ଆହତ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାହେବାରୁ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏହିଭଳି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିବାଯୋଗୁ ବହୁ ଯାତ୍ରୀ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛିି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍‌ ଓ ଆମ୍ବୁଲାନ୍ସ ପରସ୍ପର ଧକ୍କା ହେବାରୁ ଉଭୟ ଗାଡି ରାସ୍ତା ତଳକୁ ଖସି ପଡିଛି ।

ଓଡ଼ିଶାର ନୂଆରାଜ୍ୟପାଳ ହେଲେ ଝାଡ଼ଖଣ୍ଡର ପୂର୍ବତନମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି କରାଯାଇଛି ।ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଥିବାବେଳେ ଖୁବଶୀଘ୍ର ଏହି ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯିବ ।

ଧର୍ମଘଟ ଡାକରାଦେଲା ଘରୋଇବସ୍ ମାଲିକସଂଘ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ପୁଣି ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକସଂଘ ।ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ।ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଗ୍ୟାସଟାଙ୍କି ଫାଟି ୨ ଗୁରୁତର

ନୀଳଗିରି,୧୯।୧୦(ଏସଏସନିଉଜ) ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି।ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଏହି ଅଘଟଣ ଘଟିଛି।୨ଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।ଘରଭିତରେ ଗ୍ରୋସରୀଦୋକାନ ଥିଲା। ସବୁ ପୋଡ଼ି ପାଉଁଶ ହୋଇଯାଇଛି।ଜଳିଯାଇଥିବା ଘର ଭିତରେ ବାଣ ମଧ୍ୟ ରହିଥିବା ସୂଚନା ମିକିଛି।

ଦଶହରା ଓ ଭସାଣିରେ ବର୍ଷା !

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଦଶହରା,ଭସାଣିରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୨୪ ତାରିଖ ଦଶହରା ଓ ୨୫ ତାରିଖ ଭସାଣିରେ ବର୍ଷା ହୋଇପାରେ।୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି।ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ତେବେ ୨୦ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି।