Browsing daily archive

October 12, 2023

ସିବିଆଇ ହାତରେ ଧରାପଡ଼ିଲେ ଡ଼ାକ୍ତର

ଜଗତସିଂହପୁର,୧୨ା୧୦(ଏସଏସନିଉଜ)ପାରାଦୀପ ସ୍ୱାସ୍ଥ୍ୟସଂଗଠନ (ପିଏଚଓ)କାର୍ଯ୍ୟାଳୟରେ  ଆଜି  ପଚାଶହଜାରଟଙ୍କା ଲାଞ୍ଚନେଉଥିବାବେଳେ ସ୍ୱାସ୍ଥ୍ୟସଂଗଠନଅଧିକାରୀ ଡ.ରାଜେନ୍ଦ୍ର ନାରାୟଣପାଣିଗ୍ରାହୀ ସିବିଆଇ ହାତରେ ଧରାପଡ଼ିଥିବାର ଜଣାପଡିଛି ।ପାରାଦୀପ ଭୂୟାଁଛକରେ ଥିବା ପିଏଚଓକାର୍ଯ୍ୟାଳୟରେ  ଏମିନେନ୍ସ ସିପିଂଠାରୁ ଟଙ୍କା ନେଉଥିବାବେଳେ ହଠାତ୍ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିବା ଜଣାପଡ଼ିଛି।କୋଭିଡ କ୍ଲିୟରାନ୍ସପାଇଁ କ୍ରିଉମେମ୍ବରଙ୍କଠାରୁ ଲାଞ୍ଚନେଉଥିବାବେଳେ ଧରାପଡିଥିବାର ଜଣାପଡିଛି । ଏହାସହିତ ତାଙ୍କର ସରକାରୀବାସଭବନ ଓ ବାଲେଶ୍ୱରସ୍ଥିତ ପୈତୃକଘରେ ମଧ୍ୟ ଚଢ଼ଉଚାଲିଥିବାର ଝଣାପଡିଛି ।  

ହାତୀ ପାଇଁ ଚାଷୀଙ୍କ ଗଲାପ୍ରାଣ !

ଗଞ୍ଜାମ,୧୨ା୧୦(ଏସଏସନିଉଜ) ବୁଧବାରରାତିରେ ତାରସିଂହଥାନା ଅର୍ନ୍ତଗତ ଗେରେଡ଼ା-କ୍ଷେତମୁଣ୍ଡଳୀ ଗ୍ରାମରାସ୍ତାରେ ଗେରେଡ଼ାଗ୍ରାମର କୃଷ୍ଣଗୌଡ଼ ନାମକ ଚାଷୀ ହାତୀ ଘଉଡ଼ାଇବାକୁ ଯାଇ ପ୍ରାଣ ହରାଇଛନ୍ତି। କିଛିଦିନ ହେଲା ଦେଖାଦେଇଥିବା ହାତୀପଲ ଉପଦ୍ରବରୁ ଫସଲକୁ ସୁରକ୍ଷା ପାଇଁ ଜମିରେ ମଞ୍ଚା କରି ରାତିଉଜାଗର ହୋଇ ଜଗିବାସହ ହାତୀଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ଚାଷୀ ।କିନ୍ତୁ କୃଷ୍ନ ଗୁରୁବାର ସକାଳେ ଘରକୁ ନଆସିଥିବାରୁ ପରିବାରବର୍ଗ ଖୋଜାଖୋଜି କରି ମଞ୍ଚା ତଳେ‌ ଥିବା ଏକ ଜଳାଶୟରେ କୃଷ୍ଣଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ।ଖବରପାଇ ତାରସିଂହ […]

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ,୧୨ା୧୦(ଏସଏସନିଉଜ) ଗୁରୁବାର ଦିନ ଜଗନ୍ନାଥପ୍ରସାଦଥାନା ରାଣୀଭୂମି ନିକଟ ପାନ୍ତିଆମା ଜଙ୍ଗଲରେ ଥିବା ଏକ ୨୦ ଫୁଟ ଉଚ୍ଚ ଆକାଶିଆ ଗଛଡାଳରୁ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତକଙ୍କ ପରିଚୟ ଏଯାବତ୍ ମିଳିପାରିନି। ଯୁବକ ଜଣକ ନିଜ ସାର୍ଟକୁ ‌ବେକରେ ବାନ୍ଧି ଝୁଲିପଡ଼ିଥିବାର ଅନୁମାନ କରାଯାଉଛି ।ଗ୍ରାମର କିଛି ଲୋକ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଝୁଲନ୍ତା ଶବକୁ ଦେଖିବାକୁ ପାଇଥିଲେ ।ପରେ ଖବରପାଇ ପୋଲିସ ଘଟଣାସ୍ଥଲରେ ପହଂଚି ମୃତତଦେହକୁ ଜବତକରି […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୩ତାରିଖ ଶୁକ୍ରବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ-ଘ୫/୪୪/୨,ସୂର୍ଯ୍ୟାସ୍ତ-ଘ୫/୨୨/୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୯/୪୬ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ଦିବା ଘ୨/୪୯ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୯/୪୬ମି ପରେ ଐଶାନ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବିରି ରାତ୍ରି ଘ୯/୪୬ମିପରେ ଆମିଷଭକ୍ଷଣ […]

ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ହେଲା ଧାରଣାଚ୍ୟୁତ

ଭୁବନେଶ୍ୱର,୧୨ା୧୦(ଏସଏସନିଉଜ) ବିହାର ବକ୍ସର୍ ଜିଲ୍ଲାଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ମଙ୍ଗଳବାରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଯୋଗୁଁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଚର୍ଚ୍ଚା ଯୋର ଧରିଛି । ରାତି୧୦-୧୫ ମିନିଟ୍‌ରେ ଟ୍ରେନ୍‌ରେ ଯାତ୍ରୀ ଏପଟ ସେପଟ ହେବାକୁ ଲାଗି ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ିବାକୁ ଲାଗିଲେ। କଣ ଘଟିଲା ଦେଖିଲାବେଳକୁ ଟ୍ରେନ୍ ଧାରଣାଚ୍ୟୁତ ହୋଇସାରିଥିଲା।ତେବେ ଘଟଣାପରେ ଟ୍ରାକ୍‌ରେ ତ୍ରୁଟିଯୋଗୁଁ ହୋଇଥିଲା ଲାଇନଚ୍ୟୁତ ବୋଲି ରେଳବାଇର ରିପୋର୍ଟରେ […]

ଡାକ୍ତରଙ୍କୁ ମିଳିବ ଅଫ୍‌

ଭୁବନେଶ୍ବର ,୧୨।୧୦(ଏସଏସନିଉଜ)ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏଥିରେ କୁହାଯାଇଛି ସରକାରୀ ଛୁଟିଦିନରେ କାମକଲେ ବିକଳ୍ପଭାବେ ମିଳିବ ଛୁଟିାସେହିମାସର ଯେକୌଣସିଦିନ ଛୁଟି ନେଇପାରିବେ ଓ ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟରବ୍ୟବସ୍ଥା କରିବେ ବୋଲି କୁହାଯାଇଛି ।

ନଭେମ୍ବର୨୫ରେ ଧବଳେଶ୍ୱରଙ୍କ ବଡ଼ଓଷା

ଆଠଗଡ଼,୧୨।୧୦(ଏସଏସନିଉଜ) ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।ଏଥିରେନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳନ ହେବ।୨୫ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ ଓ ୨୬ଭୋରରେ ବିତରଣ କରାଯିବ।ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ ବୋଲି ନିଷ୍ପତି ହୋଇଛି।

କଲେଜଛାତ୍ରକୁ ଧକ୍କାଦେଲା କାର୍

ପୁରୀ,୧୨।୧୦(ଏସଏସନିଉଜ)ପୁରୀ ମଙ୍ଗଳାଘାଟ ବାଇପାସର ସୁରଜମଲ ସାହା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ହୋଇଛି।ରାସ୍ତାପାର୍ ହେଉଥିବା ସମୟରେ ଛାତ୍ରଙ୍କ ଉପରେ ମାଡ଼ିଯାଇଥିଲା କାର। ଆହତଛାତ୍ରଙ୍କୁ ପୁରୀମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେପଟେ ଘଟଣାକୁ ନେଇ ଉତେଜିତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି l

ରାସ୍ତାରେ ଚାଲିଛି ହାତୀ !

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ପଲାସପୁର ଛକରେ ନିକଟରେ ବୁଧବାରରାତିରେ ଦୁଇଟିହାତୀ ଘୁରିବୁୁଲୁଥିବାର ଦେଖାଦେଇଛି ।ଏହିଦୁଇଟି ହାତୀ ଦେଉଳିଆପାହାଡରୁ ବାହାରି ମେଣ୍ଢାଶାଳ ଓ ଛତାବର ଗହିରଦେଇ ଚନ୍ଦକା-ପିତାପଲ୍ଲୀ ରାସ୍ତା ଡେଇଁ ପଳାଶପୁର ନିକଟ ରତନପୁର କାଜୁଜଙ୍ଗଲକୁ ଯାଉଥିବାର ଦେଖିବାକୁ ମିଳିଛି ।ପାଣିଓରାଠାରୁ ପଳାସପୁର ପିଚୁରାସ୍ତାରେ ହାତୀଦୁଇଟି ଯାଉଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଯାଇଛନ୍ତି ।କେବଳ ନିକଟସ୍ଥ ଗ୍ରାମବାସୀ ନୁହଁନ୍ତି ପଥଚାରୀମାନଙ୍କଠାରୁ ଆରମ୍ଭ କରି ସାଧାରଣଲୋକଙ୍କ ପାଇଁ ହାତୀଦୁଇଟି ବିପଦ ସାଜିଥିବାର ଆଶଙ୍କା ଦେଖାଦେଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

କୁଜିମହଲରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ)ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରାର ଶେଷଦିନରେ ବିଜେଡି ପକ୍ଷରୁ କୁଜିମହଲଠାରେ ବୁଧବାରଦିନ ବିଜେଡି ନେତା ଆଡ଼ଭୋକେଟ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ବିଷୟରେ ସ୍ଲୋଗାନ ମାଧ୍ୟମରେ ଏହି ପଦଯାତ୍ରାରେ ସାମିଲ ହୋଇଥବା ଶହଶହ କର୍ମୀମାନେ ଜନସାଧାରଣଙ୍କ ନିକଟରେ ଏହି ବାର୍ତା ପହଞ୍ଚାଇଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ବଛାବଛା ନେତୃସ୍ଥାନୀୟକର୍ମୀ, ମହିଳାକର୍ମୀ ଓ଼ ଜନସାଧାରଣ […]