Browsing daily archive

October 11, 2023

ସଇତାନ ବାପା!

ରାଉରକେଲା,୧୨।୧୦(ଏସଏସନିଉଜ)ଯେଉଁହାତ ନିଜଛୁଆକୁ ସୁରକ୍ଷା ଦେବାକଥା, ସେହିହାତରେ ତାର ତଣ୍ଟିଚିପି ଦେଲା ସଇତାନ ବାପା। ୪ବର୍ଷର ନିରୀହ ଛୁଆର ଜୀବନନେଇ ଜଘନ୍ୟ କାଣ୍ଡ ଘଟାଇଛି ସାଇତାନ ବାପା । ଏହିଭଳି ସାଂଘାତିକ କାଣ୍ଡ ରାଉରକେଲା ସହରରେ ହୋଇଛି।ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି।କୁଳୁଙ୍ଗାଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତର ତୁମରନ ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଘଟିଛି। ୪ ବର୍ଷର ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୨ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୩/୪୪ ,ସୂର୍ଯ୍ୟାସ୍ତ- ଘ୫/୨୨/୫୪ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ରାତ୍ରିଘ୭/୪୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୭/୪୭ମିପରେ ପଶ୍ଚିମଦିଗରେ। ରିକ୍ତାତିଥି, ବିଷ୍ଟିକରଣ,ଶନିସପ୍ତପରେ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଏବଂ ସନ୍ଧ୍ୟାଘ୬/୫୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବାଇଗଣ ରାତ୍ରିଘ୭/୪୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମି ରୁ ଘ୫/୨୩ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୩୩ମି ରୁ […]

ବିଲେଇ ପାଇଁ ଗଲା ଜୀବନ

ଚନ୍ଦ୍ରଶେଖରପୁର,୧୧।୧୦(ଏସଏସନିଉଜ)ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ଏହିଭଳି ଘଟଣା ମଞ୍ଚେଶ୍ୱରଥାନା ଅଧୁନସ୍ତ ପଦ୍ମକେଶରୀପୁର ଗାଁ ପାଖରେ ଘଟିଛି।ପଟିଆ ଷ୍ଟେସନ ନିକଟଥିବା ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର କରିବା ପାଇଁ ପଦ୍ମକେଶରୀପୁର ଗାଁର ୩ଜଣ ଆଗପଛ କରି କୂଅକୁ ଡେଇଁ ପଡିଥିଲେ।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି କୂଅ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ […]

ବିରଳ ପ୍ରଜାତିର ମାଛ

ବରଗଡ଼.୧୧ା୧୦(ଏସଏସନିଉଜ) ଗାଈସିଲାଟବ୍ଲକ୍ ଭେଲୁଆପଦରସ୍ଥିତ ଅଙ୍ଗନଦୀରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ନଦୀକୁ ମାଛ ଧରିବା ପାଇଁ ଯାଉଥିବା ଲୋକମାନେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ପାଇଥିଲେ। ଏହିମାଛ ପ୍ରାୟତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଆନ୍ତି ।ତେବେ ମାଛଟି ସମୁଦ୍ରରୁ ଅଙ୍ଗନଦୀକୁ ପଳାଇଆସିଥିବାର ଅନୁମାନ କରାଯାଉଛି ।ଅନ୍ୟପଟେ ଏହି ମାଛକୁଦେଖିବାପାଇଁ ସ୍ଥାନୀୟ ଲୋକମାନଙ୍କ ଭୀଡ ଲାଗିରହିଛି ।

ବନ୍ଧୁକ ଦେଖାଇ ଚେନ୍ ଓ ବ୍ରେସ୍‌ଲେଟ୍ ଲୁଟ

ଭୁବନେଶ୍ବର,୧୧ା୧୦(ଏସଏସନିଉଜ)ଗତକାଲିରାତି ୧୦ଟାବେଳେ ଜଣେ ବନ୍ଧୁକଧାରୀ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଥିବା ଏକ ଦୋକାନରେ ପଶି ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍‌ଲେଟ୍ ଲୁଟି ନେଇଛି।ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୁଇ ଭାଇ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ହଠାତ୍ ଦୋକାନ ଭିତରକୁ ପଶିଆସି […]

ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା

ଭଦ୍ରକ.୧୧ା୧୦(ଏସଏସନିଉଜ) ଗତକାଲି ରାତିରେ ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି ।ଏହି ଘଟଣାରେ ୨ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ଜଣଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା।ଖବରପାଇ ପୋଲିସ ଘଟଣାସ୍ଥଳ ଓ ମେଡିକାରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବାର ଜଣାପଡିଛି ।