Browsing daily archive

October 8, 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୯ତାରିଖ ସୋମବାର।ଉତ୍କଳମଣି ଗୋପବନ୍ଧୁଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୪୨/୫୩ ,ସୂର୍ଯ୍ୟାସ୍ତ-ଘ୫/୨୫/୨୧ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଦଶମୀ ଦିବା ଘ୧୨/୧୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୧୨/୧୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୧୨/୧୭ମିପରେ ରାତ୍ରିଶେଷ ପର୍ଯ୍ୟନ୍ତଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟଶ୍ରାଦ୍ଧ। ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- କଳମଶାଗଦିବା ଘ୧୨/୧୭ମିପରେ ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୭/୧୧ମି ରୁ ଘ୮/୩୮ମି ମଧ୍ୟେ।କାଳରାତ୍ରି ରାତ୍ରିଘ୧୦/୧ମି ରୁ ଘ୧୧/୩୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୭/୨୦ମି […]

ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ […]

ପାଚେରୀକଡରୁ ମିଳିଲା ନବଜାତ ଶିଶୁକନ୍ୟା

ସମ୍ବଲପୁର,୮ା୧୦(ଏସଏସନିଉଜ)କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ପଡିଥିବାବେଳେ ତାକୁ ଉଦ୍ଧାର କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଚାନ୍ଦୁଥିବା ଶୁଣିବା ପରେ ଆଖପାଖର ଲୋକମାନଙ୍କ ଭିଡ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରିଥିବାବେଳେ ଶିଶୁଟି ଭଲଥିବାର ଜଣାପଡିଛି ।  

୩ ଗାଡିକୁ ଜାଳିଦେଲେ ଦୁର୍ବୃତ୍ତ

ଗଜପତି,୮ା୧୦(ଏସଏସନିଉଜ) ମୋହନାଥାନା ଚାନ୍ଦିପୁଟ ହାଟପଦାରେ ରାତିରେ ଘର ଆଗରେ ଥୁଆହୋଇଥିବା୩ଟିଗାଡିକୁ ଦୁର୍ବୁତମାନେ ଜାଳିଦେଇଛନ୍ତି ।ଫଳରେ ନିଆଁଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟିପୋଡି ନଷ୍ଟ ହୋଇଯାଇଛି ।ଟାୟାର ଫାଟିବା ଶବ୍ଦ ଶୁଣି ପରିବାର ଲୋକ ଉଠିବାସହ ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ ।ଅଗ୍ନିଶମବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ !

ସୋର,୮ା୧୦(ଏସଏସନିଉଜ) ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ଖନ୍ତାପଡ଼ାଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠରେ ଏହି ଘଟଣା ଘଟିଥିବାର କୁହାଯାଉଛି ।କାଲି ଦଶମ ଶ୍ରେଣୀର ୨ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା ।ମାଡପିଟ୍ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ଶିକ୍ଷକ ମାଡ଼ ମାରିଥିଲେ । ଶିକ୍ଷକଙ୍କଠୁ ମାଡ଼ ଖାଇଥିବା ଛାତ୍ରଙ୍କର ଆଜି ଛାତିରେ ଯନ୍ତ୍ରଣା ହୋଇଥିଲା ।ଛାତ୍ରଙ୍କୁ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତିାଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ପରିବାରପକ୍ଷରୁ […]

’ଅପହରଣକରି ମାରି ଫିଙ୍ଗିଦେଲେ !

ଖଲ୍ଲିକୋଟ,୮ା୧୦(ଏସଏସନିଉଜ) ଅପହୃତ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି ।କୋଦଳାଥାନା ସାତନଳ ରାସ୍ତାରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।ଯୁବକକୁ ଅପହରଣକରି ହତ୍ୟା କରାଯାଇ ଥିବାନେଇ ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି ।ଶୁକ୍ରବାର କୋର୍ଟରୁ ଫେରିବା ବେଳେ ଛଚିନା ରାସ୍ତାରୁ ଅପହୃତ ହୋଇଥିଲେ ଯୁବକ ।

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣ ଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ […]

ପାରାମେଡିକାଲ କଲେଜରେ ସ୍ୱାଗତଉତ୍ସବ  

ମେଣ୍ଢାଶାଳ ୮।୧୦(ଏସଏସନିଉଜ) ଛତାବରସ୍ଥିତ ବିଶ୍ୱାସ ପାରାମେଡିକାଲ କଲେଜରେ ପରିଚାଳିତ ଡି.ଏମ.ଏଲ.ଟି ଓ଼ ଡି.ଏମ.ଆର.ଟି ପାଠ୍ୟକ୍ରମରେ ପଢୁଥବା ସମସ୍ତ ନୂତନ ଛାତ୍ର ଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ କଲେଜର ପ୍ରିନ୍ସିପାଲ ଡ଼ଃ ଅଭୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ବିଶ୍ୱାସକଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ଼ […]

ନବମଛାତ୍ରଙ୍କୁ ହାଣିଲେ ଦଶମଛାତ୍ର

ବାରିପଦା,୮ା୧୦(ଏସଏସନିଉଜ) ବାରିପଦା ସହର ବାଲିଗଞ୍ଜ ଅଞ୍ଚଳରେ ଏକ ଘରୋଇ ଆବାସିକ ଶିକ୍ଷା ଅନୁଷ୍ଠାନରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣି ଦେଇଛି ଜଣେ ଦଶମ ଶ୍ରେଣୀ ଛାତ୍ର। ହଣା ଖାଇଥିବା ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।କୌଣସି କାରଣରୁ ଗତକାଲିସନ୍ଧ୍ୟାରେ ହଷ୍ଟେଲରେ ରହୁଥିବା ଉଭୟ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଜଣଙ୍କ ଏକ ଭୁଜାଲିରେ ନବମ ଶ୍ରେଣୀ ଛାତ୍ରଙ୍କୁ […]