Browsing daily archive

October 5, 2023

ଦମ୍ପତିଙ୍କୁ ଆକ୍ରମଣ,ସ୍ୱାମୀ ମୃତ…

ସାଲେପୁର,୫।୧୦(ଏସଏସନିଉଜ) ବିଳମ୍ବିତ ରାତିରେ କୁଳିଆ ବଜାରରେ ହତ୍ୟାକାଣ୍ଡ ଘଟିଛି । ବଜାରରେ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ଆକ୍ରମଣ ହୋଇଛି ।ଆକ୍ରମଣରେ ସ୍ୱାମୀ ମୃତ୍ୟୁବରଣ କରିଥିବାବେଳେ ସ୍ତ୍ରୀକୁଗୁରୁତର ଅବସ୍ଥାରେ ଚିକିସାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ପହଁଚିତଦନ୍ତ ଆରମ୍ଭ କରିଛି ।    

ବିରୁଡ଼ି ଆକ୍ରମଣରେ ୫ଗୁରୁତର

ମୋହନା,୫ା୧୦(ଏସଏସନିଉଜ) ବିରୁଡ଼ି ଆକ୍ରମଣରେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ଖାରିକୁଆ ଗାଁରେ କାଜୁ ବଗିଚାରେ କାମ କଲାବେଳେ ବିରୁଡିଆକ୍ରମଣ କରିଥିଲେ ।ବିରୁଡି ଆକ୍ରମଣରୁ ବର୍ତିବାପାଇଁ ଶ୍ରମିକମାନେ ପ୍ରାଣବିକଳରେ ଏଣେତେଣେ ଦୈାଡିବାକୁ ଲାଗିଥିଲେ । ଗୁରୁତର ଆହତ ସମସ୍ତ ଶ୍ରମିକଙ୍କୁ ଚିକିସ୍‌ାପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିବାହ କରିବେ ତିର୍ତ୍ତୋଲବିଧାୟକ

ଭୁବନେଶ୍ୱର,୫ା୧୦(ଏସଏସନିଉଜ) ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୋମାଲିକା ବଦଳରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ  କାର୍ଯ୍ୟାଳୟରେ କରିଛନ୍ତି ଆବେଦନା ୨୧ ତାରିଖରେ ବିବାହ ପାଇଁ ଆବେଦନ କରିଛନ୍ତି । ସୋମାଲିକାଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିଜୟ ।ପର୍ବରୁ ବାନ୍ଧବୀ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ।ବିଜୟଶଙ୍କର-ସୋମାଲିକା ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ଘର ଉପରକୁ ବୋମାମାଡ଼

ବାଲିପାଟଣା,୫ା୧୦(ଏସଏସନିଉଜ) ବନମାଳୀପୁର ଫାଣ୍ଡିଅଧୀନ ଖଇରିପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ଭଗବାନ ଓଝାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।ବୋମାମାଡ଼ରେ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି।ବୁଧବାର ବିଳମ୍ଭିତରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଭୟଭିତ ହୋଇଯିବାସହ ଘର ସାରା ଧୂଆଁମୟ ହୋଇଯାଇଥିଲା ।ତେବେ କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ।

ଦବିଲା ରେଳଲାଇନ୍‌,୨୪ଟ୍ରେନ୍ ବାତିଲ

ବାଲେଶ୍ବର,୫ା୧୦(ଏସଏସନିଉଜ) ହଳଦୀପଦା ଷ୍ଟେସନ୍ ନିକଟ ଅମରା ପୋଲ ନିକଟରେ ମାଟି ଧସିବା ଫଳରେ ଡାଉନ୍ ରେଳଲାଇନ୍ ଦବିଯାଇଥିବାର ଜଣାପଡିଛି ।ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜି ସକାଳେ ଅମରା ପୋଲ ନିକଟରେ ମାଟି ଧସି ଡାଉନ୍ ଲାଇନ୍‌ଟି ଦବିଯାଇଥିଲା। ଏହି ଖବରପାଇ ରେଳ ବିଶେଷଜ୍ଞଦଳ ରେଳକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟଆରମ୍ଭକରିଥିଲେ। ଡାଉନ୍ ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଗୁଡ଼ିକ ଲାଇନ୍ ବଦଳାଇ ଯାତ୍ରାକରିଥିଲା। ଅନ୍ୟପଟେ ଡାଉନ୍ ଲାଇନ୍‌ରେ ଆସିଥିବା ଭଦ୍ରକ-ଖଡ଼ଗପୁର ମେମୁ ଲୋକାଲ୍ ସହ ଅନ୍ୟ […]