Browsing daily archive

October 5, 2023

ବାରଙ୍ଗରେଗଡ଼ିଲା ସାଇବରସୁରକ୍ଷାରଥ

ବାରଙ୍ଗ,୫।୧୦ (ଏସଏସନିଉଜ)ବାରଙ୍ଗରେ ଗୁରୁବାର ଦିନ ଗଡ଼ିଛି ସାଇବର ସୁରକ୍ଷା ରଥ।ଝୁନଝୁନୱାଲା ବିଦ୍ୟାପୀଠ ରେ ପହଁଚି ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରା ଯାଇଥିଲା।ଏହିଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସାଇବର ସଚେତନ ଉପରେ ଏକ କ୍ଷୁଦ୍ର ଅଭିନୟ ପ୍ରଦର୍ଶନ କରିଥିଲେ। ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ସେହିପରି ନରାଜ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏହି ରଥ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲା। […]

ବାଲ୍ୟବିବାହକୁ ରୋକିଲା ଟିମ

ଭୁବନେଶ୍ୱର,୫।୧୦(ଏସଏସ ନିଉଜ)ଆଜି ସି.ଡି.ପି.ଓ, ବି. ଏମ.ସି.-୨ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର କୈଳାସସତ୍ୟାର୍ଥୀ ଚିଲ୍ଡରେନ୍ ଫାଉଣ୍ଡେ ସନର ଉଦ୍ୟମରେ ଏକ ବାଲ୍ୟବିବାହକୁ ରୋକାଯାଇ ପାରିଛି।ହରପ୍ରିୟାପତି, ଘନଶ୍ୟାମ ଭୋଇ, ତୁଳସୀ ମହାରଣା ଏବଂ ମଞ୍ଚେଶ୍ୱର୍ ପୋଲିସ ମିଳିତଭାବେ ଚଢ଼ାଉ କରି ମଞ୍ଚେଶ୍ୱରଥାନା ଅଧୀନସ୍ଥ କୁଆଖାଇ ପଠାର ରାଧାକୃଷ୍ଣ ମନ୍ଦିରରେ ଚାଲିଥିବା ବାଲ୍ୟ ବିବାହକୁ ରୋକିଥିଲେ। ସି.ଡି.ପି.ଓଙ୍କ ଏତଲାକ୍ରମେ ମଞ୍ଚେଶ୍ୱର୍ଥାନାରେ ଏକ ମକଦମା ରୁଜୁ ହୋଇଛି। ଘଟଣାରୁ ଜଣାପଡିଛିଯେ, ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ୧୪ ବର୍ଷରଝିଅ ଓ ଗଞ୍ଜାମ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୬ତାରିଖ ଶୁକ୍ରବାର ।ଦେବ୍ୟୁତ୍ଥାପନ, ସହସ୍ର କୁମ୍ଭାଭିଷେକ,ଷୋଡ଼ଶଦିନ ପୂଜାରମ୍ଭ, ଦ୍ବିତୀୟାଓଷା,ପୁଅ ଜିଉନ୍ତିଆ,ମୂଳାଷ୍ଟମୀ, ଅଷ୍ଟକାଶ୍ରାଦ୍ଧ ,ସୁର୍ଯ୍ୟୋଦୟ- ଘ୫/୪୨/୫ ,ସୂର୍ଯ୍ୟାସ୍ତ- ଘ୫/୨୭/୪୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି-ସପ୍ତମୀ ମଳ ପ୍ରାତଃ ଘ୬/୬ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ପ୍ରାତଃ ଘ୬/୬ମିପରେ ଐଶାନ୍ୟ କୋଣରେ।ମଳପରେ ଅଗନ୍ତବ୍ୟତିଥି ଦୋଷ, ମାସଦଗ୍ଧାଷ୍ଟମୀଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ- ତାଳ,ପ୍ରାତଃ ଘ୬/ ୬ମିପରେ ନଡ଼ିଆ ଭକ୍ଷଣ […]

ଭାସି ଚାଲିଛି ଶବ !

କଟକ,୫।୧୦(ଏସଏସନିଉଜ)କଟକ ତାଳଦଣ୍ଡା କେନାଲରେ ଭାସି ଚାଲିଛି ଗଳିତଶବ।ଛତ୍ରାବଜାର ପଟୁ ବିରିବାଟୀ ଆଡ଼େ କେନାଲରେ ଭାସିଭାସି ଚାଲିଛି।ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଚାଉଳିଆଗଞ୍ଜ ପୋଲିସ ଶବକୁ ଉଦ୍ଧାର କରି ଜବତ କରିବ ବୋଲି ଅଗ୍ନିଶମ ବାହିନୀର ସାହାଯ୍ୟ ନେଇଛି।ତେବେ ଜବତ ହେବାପରେ ଶବଟିର ଚିହ୍ନଟ କରାଯାଇପାରିବ ବୋଲି ଜଣାପଡିଛି।

ଭୁବନେଶ୍ୱରରେ ରାତି ୧୨ଯାଏଁ ମେଲୋଡ଼ି

ଭୁବନେଶ୍ୱର,୫।୧୦(ଏସଏସନିଉଜ)ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଧରାପୃଷ୍ଟ।ବିଭିର୍ଣ ସ୍ଥାନରେ ମାଙ୍କ ପୂଜାପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ।ଆଜି ଭୁବନେଶ୍ୱରରେ ଥିବା ପୂଜାମଣ୍ଡପର କର୍ମକର୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ପୂଜା କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ।ଏଥର ଭୁବନେଶ୍ୱର ପୂଜାରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି।ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡ଼ି।ଦୁର୍ଗାପୂଜା , ଭସାଣି […]

କାର୍‌ ହେଲା ଛିନ୍‌ଛତ୍ର

କେନ୍ଦ୍ରାପଡ଼ା,୫।୧୦(ଏସଏସନିଉଜ)ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ ଚଢିଗଲା କାର୍। ବିସ୍ଫୋରଣରେ କାର୍‌ର ବ୍ୟାପକ କ୍ଷତି ହୋଇଥିଲା।ଏଥିରେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରାସ୍ତାରେ ଏହି ଅଘଟଣ ଘଟିଛି।ପ୍ରଚଣ୍ଡ ଶବ୍ଧରେ ଗାଁ ସ୍ତମ୍ଭିଭୂତ ହୋଇଯାଇଛି।

ରାତିରୁ ନିଖୋଜ, ସକାଳେ ରାସ୍ତାକଡ଼ରୁ ମିଳିଲେ

ଗଞ୍ଜାମ,୫ା୧୦(ଏସଏସନିଉଜ) ବେଗୁନିଆପଡ଼ା ଥାନା ସାନଉସ୍ତାପଡ଼ା ପଞ୍ଚାୟତରେକାର୍ଯ୍ୟରତ  ଗ୍ରାମ ରୋଜଗାର ସେବକ ସୁଶୀଲ କୁମାର ମହାନ୍ତିଙ୍କୁ ହତ୍ୟା କରାଯାଇଥିବାବେଳେ ଆଜି ସକାଳେ ବୁରୁଝରି ପଞ୍ଚାୟତ କନିଆରିବାଡ଼ି ରାସ୍ତାକଡ଼ରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଜବତ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କୌଣସି ମାରଣାସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବାର ପୁଲିସ ସନ୍ଦେହ କରୁଛି ।ପୋଲିସ ୩୯୪/୨୩କେଶନଂରେ ଏକ ମାମଲା ରୁଜୁ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।ତେବେ ହତ୍ୟାକାଣ୍ଡର […]

ନକଲି ସୁନାଦେଇ ନେଇଗଲେ ଦେଢଲକ୍ଷ

ଭୁବନେଶ୍ବର,୫ା୧୦(ଏସଏସନିଉଜ) ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟକୁ ଜଣେ ସୁନା ବନ୍ଧକ ରଖିବାକୁ ଆସି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।କିଛିସୁନା ଅନ୍ୟ ଏକ ଫାଇନାନ୍‌ସଅଫିସ୍‌ରେ ବନ୍ଧକରଖି ଋଣକରିଛି ଏବଂ ଉକ୍ତଋଣକୁ କ୍ଲୋଜ୍ କରିବାକୁ ଚାହୁଛି।ଏହି ଆଲୋଚନାଭିତରେ ସେ ନିଜର ପରିଚୟପତ୍ର ଓ ଅନ୍ୟ ଫାଇନାନ୍‌ସକମ୍ପାନିରେ କରିଥିବା ଋଣ କାଗଜପତ୍ର ଦେଖାଇଥିଲା।ଏହାପରେ ବନ୍ଧକଅଧିକାରୀ ତାସହିତ ଅନ୍ୟ ଫାଇନାନ୍‌ସକାର୍ଯ୍ୟାଳୟକୁ ଯାଇ ଋଣ ଟଙ୍କା ପରିଶୋଧ କରିବାସହ ବନ୍ଧକସୁନା ଧରିଫେରିଥିଲେ।ଅଧିକାରୀଜଣଙ୍କ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରିବାସମୟରେ ଉକ୍ତବ୍ୟକ୍ତିଙ୍କୁ […]

୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼,୫ା୧୦(ଏସଏସନିଉଜ)ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି ।ବିଜେପି ମହିଳାମୋର୍ଚ୍ଚା ଓ ଆଦିବାସୀମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଛି ।ଯାହାଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି। ସେହିପରି ସମସ୍ତ ଗାଡ଼ିମଟର ଚଳାଚଳ ମଧ୍ୟ […]

ଯୁବକଙ୍କୁ ପଥରରେଛେଚି ହତ୍ୟା

ଆଠଗଡ଼,୫ା୧୦(ଏସଏସନିଉଜ) ଗୁରୁଡ଼ିଝାଟିଆ ଥାନା ବାଳି ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି ।ଯୁବକକୁ ପଥରରେ ଛେଚି ହତ୍ୟାକରାଯାଇଛି ।ରାତିରେ ଗାଁ କୋଠ ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି ।ତେବେ କଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବ ।ସହ ତଦନ୍ତ ଆରମ୍ଭ କରିଛି ।