Browsing daily archive

October 4, 2023

୪ମାସ ପରେ ପୁଣି ଉଛେଦ ଆରମ୍ଭ

ବାରଙ୍ଗ,୪।୧୦(ଏସଏସନିଉଜ) କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୁଧବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କୁହ୍ନେଇପଡ଼ା ଠାରୁ ମୁଣ୍ଡମୁହାଣ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୧୪ରୁ ଉର୍ଦ୍ଧ ଦୋକାନ ଘର ଏବଂ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇଛି। ଦୀର୍ଘ ୪ମାସର ଵ୍ୟଵଧାନପରେ ସିଡିଏ ପକ୍ଷରୁ ଉଛେଦ ପକ୍ରିୟା ଆରମ୍ଭ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି […]

ଫଳକ ନେଲା ଜୀବନ

ଭଦ୍ରକ,୪।୧୦(ଏସଏସନିଉଜ) ରାସ୍ତା କାମରେ ଲାଗିଥିବା ଫଳକପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ର ମୃତୁବରଣ କରିଛନ୍ତି। ଧୁଷୁରୀଥାନା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତୁ ଘଟିଛି। ସ୍କୁଲ ନିକଟରେ ରାସ୍ତା କାମ ଚାଲୁଥିବାରୁ ଫଳକ ରଖାଯାଇଥିଲା। ଖେଳ ଛୁଟି ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା।