Browsing daily archive

October 1, 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨ତାରିଖ ସୋମବାର ।ସଙ୍କଟ ଚତୁର୍ଥୀବ୍ରତ ,ସୁର୍ଯ୍ୟୋଦୟ- ଘ୫/୪୧/୧୦ ,ସୂର୍ଯ୍ୟାସ୍ତ- ଘ୫/୩୧/୧୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ତୃତୀୟା ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତଚତୁର୍ଥୀ। ,ନକ୍ଷତ୍ର- ଦ୍ବିଜା ସନ୍ଧ୍ୟା ଘ୬/୫୭ମି ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନୟକୋଣରେ, ଦିବା ଘ୭/୩୦ମି ପରେ ନୈର୍ଋତକୋଣରେ। ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୧୨/୫୦ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ପଟୋଳ, […]

ବିଦ୍ୟାଳୟ ପରିସର ସଫାକଲେ ପିଲା

ମେଣ୍ଢାଶାଳ,୧।୧୦(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହି ସେବାକାର୍ଯ୍ୟକ୍ରମ ମାଧ୍ୟମରେ ଆବର୍ଜନା ମୁକ୍ତ ଭାରତ ଗଠନ ନିମନ୍ତେ ସ୍ୱଚ୍ଛ ଭାରତଶିକ୍ଷା ନିମନ୍ତେ ୧ଘଣ୍ଟିଆକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ୱାଳ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲମିନା କମିଟି ସଭାପତି ସନ୍ତୋଷ କୁମାର ରାୟ, ବରିଷ୍ଠ ସାମ୍ବାଦିକପଦ୍ମଚରଣ ବଡ଼ଜେନା,ସିଆରସି ସତ୍ୟନ୍ଦୁ ଛୋଟରାୟ ପ୍ରମୁଖ ଯୋଗଦେଇ ନିଜଘର ଓ ନିଜ ଗାଁ ପରିବେଶକୁ ସଫାସୁତରା ରଖିବାର ଆଵଶ୍ୟକତା ଉପରେ ପିଲାମାନଙ୍କୁ ବୁଝାଇଥିଲେ।ଏହିଅବସରରେ ପିଲାମାନେ ଗାଁ ପରିବେଶକୁ […]

ରାସ୍ତାରୁ ଖସିଲା ହାଇୱା

ବାରଙ୍ଗ, ୧।୧୦(ଏସଏସନିଉଜ)ପରିବା ବୋଝେଇ ପିକଅପ ଭ୍ୟାନକୁ ବଞ୍ଚାଇବାକୁ ଯାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା।ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏହାସହ ଇଲେକ୍ଟ୍ରି ଖୁଣ୍ଟରେ ଧକାଦେଇଥିବାରୁ ୪ ଟା ଗାଁରେ ବିଦ୍ୟୁତ ସରବାରହ ଠପ ହୋଇଯାଇଛି । ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାଶପୁର ଛକରେ ଏହିଭଳି ଘଟଣା ଘଟିଛି। ପ୍ରକାଶଯେ,ରବିବାର ସକାଳ ସମୟରେ ତ୍ରିଶୂଳିଆ ରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ଗୋବିନ୍ଦପୁରରୁ ଦ୍ରୁତଗତିରେ ଆସୁଥିବା ଓଡି […]

ଗଣେଶପୁଜା ଭଷାଣିବେଳେ ବ୍ଲେଡମାଡ

ବାରଙ୍ଗ,୧ା୧୦(ଏସଏସନିଉଜ)ରବିବାରରାତିରେ ଗଣେଶପୁଜା ଭଷାଣି ଚାଲିଥିବାବେଳେ ବ୍ଲେଡରେ ଆକ୍ରମଣ ହୋଇଛି ।ଦାଦାପୁଅ ର ବ୍ଲେଡ୍‌ମାଡରେ ବଡବାପାପୁଅ ଭାଇ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିସ୍‌ିତ ହେଉଛନ୍ତି ।ରବିବାରାତିରେ ଏହି ଘଟଣା ବାରଙ୍ଗଥାନା ଅଧିନସ୍ଥ କୁହ୍ନେଇପଡାରେ ଗାଁରେ ଘଟିଛି । କୁହ୍ନେଇପଡା ଗାଁର ଯୁବକମାନେ କରୁଥିବା ଗଣେଶପୁଜାର ରବିବାରରାତିରେ ଭଷାଣି ଉସ୍‌ବ ହେଉଥିଲା ।ଭଷାଣି ଶୋଭାଯାତ୍ରା କୈବର୍ତସାହିପାଖରେ ପହଁଚିଥିବାବେଳେ କୈାଣସି କାରଣକୁ ନେଇ ଶୋଡ଼ାଯାତ୍ରାରେ ସାମିଲହୋଇଥିବା ଦାଦାପୁଅ ଓ ବଡବାପାପୁଅ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଉତ୍‌କ୍ଷିପ୍ତହୋଇ ଦାଦାପୁଅର […]

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ଜିଜିପି କଲୋନୀର ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।ପ୍ରେମବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଶେଷ କଲ୍ ଓ ମେସେଜ୍‌କୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।

ନିଜଅପହରଣ ନିଜେକରି ଧରାପଡିଲେ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନିଜ ଅପହରଣ ନିଜେ କରି ସମସ୍ତଙ୍କୁ ଭୁଆଁ ବୁଲାଇଥିବାର ନାଟକକୁ ଶେଷରେ ପୁଲିସ୍‌ ଜାଣିବାକୁ ପାଇଛି। ଏଥିପାଇଁ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକଥାନା ପୁଲିସ ମିଛ ଅପହରଣର ପର୍ଦ୍ଦାଫାସ କରିବା ସହ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସ୍ୱାଗତ ସାମଲଙ୍କୁ ଗିରଫ କରିଛି।

ଉଦଘାଟନପୂର୍ବରୁ ଭାଙ୍ଗିଲା ଫଳକ

ଜଗତସିଂହପୁର,୧।୧୦(ଏସଏସନିଉଜ)ଉଦଘାଟନ ପୂର୍ବରୁ ଭାଙ୍ଗିଯାଇଛି ଫଳକ।ଫଳକକୁ ଭାଙ୍ଗିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମର୍ଥକ।ଜଗତସିଂହପୁର ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟିଛି।ସ୍ଥାନୀୟ କଂଗ୍ରେସ ସରପଞ୍ଚଙ୍କ ନାଁ ନଥିବାରୁ ତାଙ୍କର ସମର୍ଥକ ଫଳକ ଭାଙ୍ଗିଥିବାର ଅଭିଯୋଗ ହୋଇଛି।ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।

ଜୁନାଗଡ଼ରେ ଟ୍ରିପଲ ମର୍ଡର !

ଧର୍ମଗଡ଼,୧।୧୦(ଏସଏସନିଉଜ)ରାସ୍ତାକଡ଼ରୁ ଏକାସାଙ୍ଗ ରେ ୩ ମୃତଦେହ ଉଦ୍ଧାର ହୋଇଛି।ଜୁନାଗଡ଼ଥାନା ଶଙ୍କରପଲାଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।ମାଆ,୨ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହରେ କଟାଚିହ୍ନ ସାଙ୍ଗକୁ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ମୃତମହିଳାଙ୍କ ସ୍ବାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି।ମୃତଦେହ ଜବତ ସହ ଘଟଣାସ୍ଥଳ ରେ ଜୁନାଗଡ଼ ପୁଲିସର ଛାନଭିନ୍ ଆରମ୍ଭ କରିଛି।

ଡ଼୍ୟାମରେ ବୁଡ଼ି ଜଣେ ନିଖୋଜ

ଚୌଦ୍ୱାର,୧।୧୦(ଏସଏସ ନିଉଜ)ଗାଧୋଇବା ବେଳେ ଡ୍ୟାମରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି।ଡମଡମଣୀ ପୀଠ ନିକଟ ଡ୍ୟାମରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି।୪ସାଙ୍ଗ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ନିଖୋଜ ହୋଇଛନ୍ତି।୪ଜଣଙ୍କ ଘର କଟକ ସିଡିଏ ଅଞ୍ଚଳରେ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ହତ୍ୟା ନା ଆତ୍ମହତ୍ୟା !

ଯାଜପୁର,୧ା୧୦(ଏସଏସନିଉଜ)ବିଂଝାରପୁରଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ପଛପଟ କେନାଲରେ ଭାସମାନ ଅବସ୍ଥାରେ ଥିବା ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଓଳେଇ ଗ୍ରାମର ପ୍ରିୟ ରଞନ ଧଳ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିା ଏହାହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।