Browsing yearly archive

2022

ଏମ୍ସ୍’ରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏମ୍ସ୍’ରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର,୨୬ା୧୨(ଏସଏସନିଉଜ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ‘ଏମ୍ସ୍’ରେ ଭର୍ତ୍ତି ହୋଇଥିବା ଜାତୀୟଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୬୩ ବର୍ଷୀୟ ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇ ‘ଏମ୍ସ୍’ର ଏକ ‘ପ୍ରାଇଭେଟ୍ ୱାର୍ଡ’ରେ ଭର୍ତ୍ତି କରାଯାଇଛି।ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ କୈାଣସି ସୁଚନା ମିଳିନାହିଁ।

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା

ଭୁବନେଶ୍ବର, ୨୬ା୧୨(ଏସଏସନିଉଜ) ଶ୍ରୀକ୍ଷେତ୍ର ପୁରୀରେ ବିଜେଡି ତାର ୨୬ତମ ପ୍ରତିଷ୍ଠା ଦିବସକୁ ମହାସମାରୋହର ସହ ପାଳିଛି । ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା । ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକାନୂଆବର୍ଷର ଶୁଭକାମନା ଜଣାଇ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ।ସେକହିଛନ୍ତି ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ […]

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କୋଭିଡସମୀକ୍ଷା

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କୋଭିଡସମୀକ୍ଷା

ଭୁବନେଶ୍ୱର, ୨୬ା୧୨(ଏସଏସନିଉଜ) କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ଚିନ୍ତା ଏବେ ବଢିଯାଇଛି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବାକୁ ଯାଉଥିବାବେଳେ ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ,ସଚିବଙ୍କ ସହ ପ୍ରମୁଖ ଅଧିକାରୀମାନେ ସାମିଲ ରହିବାନଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା

ଆଜିର ରାଶିଫଳ

ଡିସେମ୍ବର ମାସ ୨୬ ତାରିଖ ୨୦୨୨ ମସିହା(ସୋମବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି-ଚତୁର୍ଥୀ ରାତ୍ରି ଘ୦୧/୫୬ ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୭ ,ସିଂହ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ । ମେଷ:-ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୫ା୧୨(ଏସଏସନିଉଜ)ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲଟର୍ଣ୍ଣାମେଟଂର ଆଜି ଖେଳାଯାଇଥିବା ଫାଇନାଲମ୍ୟାଚରେ କଟକର ମଙ୍ଗଳାକ୍ଲବ ଚମ୍ପିଆନ ହୋଇଛି । ଦଳ ୩-୦ ଗୋଲରେ ଅନୁଗୁଳରଏକେ ପତାକାକୁ ହରାଇ ଚମ୍ପିଆନଆଖ୍ୟା ଅର୍ଜନକରିଛି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ଏହିମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟଭାବେଶେଷ ହୋଇଥିଲା । ମଙ୍ଗଳାକ୍ଲବ ତାର ରଣନୀତିବଦଳାଇ ଖେଳର ୪୬ମିନିଟରେ ବବୁଲରାଉତଙ୍କ ଦ୍ୱାରା ଗୋଟିଏ ୬୫ ଓ ୬୬ମିନିଟରେ ରାକେଶସାହୁଙ୍କ ଦ୍ୱାରା ୨ଟିଗୋଲ ସ୍କୋର କରିଥିଲା । […]

ପୋଖରୀରେ ବୁଡ଼ି ୨ଭଉଣୀ ମୃତ

ସାଲେପୁର,୨୫।୧୨(ଏସଏସ ନିଉଜ)ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀ ମୃତୁବରଣ କରିଛନ୍ତି।ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣଙ୍କ ବୟସ ୫ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ସୂଚନା ମିଳିଛି। ପୋଖରୀ କୂଳରେ ଖେଳୁଥିବା ବେଳେ ୨ ଭଉଣୀ ବୁଡ଼ିଯାଇଥିଲେ ।

ଏବେବି ଅପହରଣ ଶିକ୍ଷୟିତ୍ରୀଙ୍କ ପତାମିଳିନି

ଲାଞ୍ଜିଗଡ,୨୫।୧୨(ଏସଏସ ନିଉଜ)ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିବାର ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି।ଅପହୃତ ଶିକ୍ଷୟତ୍ରୀ ହେଉଛନ୍ତି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କିଡି଼ଙ୍ଗ ପ୍ରାଥମିକ ସ୍କୁଲରେ ଭବାନୀପାଟଣା ସହରର ଲୀଳାବତୀ ନାଗ ।ଗତକାଲି ସେ ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ଓ ବସ୍ ଧରିବା ପାଇଁ ପାଦରେ ଚାଲିଚାଲି କିଡିଙ୍ଗ ଛକକୁ ଯାଉଥିବା ବେଳେ ସେଇ […]

ଦୁଇସନ୍ତାନର ଜନନୀ ଯୁବକଙ୍କ ସହ ଫେରାର

ସୋର,୨୫ା୧୨(ଏସଏସନିଉଜ)ଦୁଇଟିସନ୍ତନର ଜନନୀ ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ସହିତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।ଏହିଭଳି ଘଟଣା ସୋରବ୍ଲକ୍ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମ ଗ୍ରାମରେ ଘଟିଛି । ଉମାକାନ୍ତ ମଳିକଙ୍କ ପତ୍ନୀ ରଶ୍ମିତା ମଳିକ ରାଧାକୃଷ୍ଣ ନାମକ ସ୍ୱୟଂସହାୟକଗୋଷ୍ଠିର ସଭାପତିଥିବାବେଳେ କିଛି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେମଧ୍ୟ କାମ କରନ୍ତି। ଏହାସହ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କଠାରୁ ଋଣ ଆଣି ସୁଧ ସହ ପରିଶୋଧ କରୁଥିଲେ।ଏହାରିଭିତରେ ସେ ୩୫ ଲକ୍ଷ ଟଙ୍କା ଋଣ ଆଣିଥିବାବେଳେ ୨୧ ତାରିଖ ଦିନ […]

୨ ନାବାଳିକା ଉଦ୍ଧାର

କମର୍ଦ୍ଦା, ୨୫ା୧୨(ଏସଏସନିଉଜ) ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗ୍ରାମର ସ୍ୱର୍ଗତ ନନ୍ଦଲାଲ ଜେନାଙ୍କ ପୁଅ ସଞ୍ଜୟ କୁମାର ଜେନା (୪୦) କମର୍ଦ୍ଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାନେଇ କମର୍ଦ୍ଦା ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ଚଢଉ କରି ନାବାଳିକାକୁ ଉଦ୍ଧାର କରିଥିଲେ ।ସେହିଭଳିଭାବେ ଛୋଟଖାନପୁର ଗ୍ରାମର ଖଗେନ୍ଦ୍ର ନନ୍ଦୀଙ୍କ ପୁଅ ଅରବିନ୍ଦ ନନ୍ଦୀ (୩୦) କମର୍ଦ୍ଦାଥାନା ଅଧୀନ ନାଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାବେଳେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି […]

ଗଞ୍ଜେଇ ସହ ବାଇକ୍ ଜବତ, ୪ ଗିରଫ

କଣ୍ଟାମାଳ, ୨୫ା୧୨(ଏସଏସନିଉଜ) କୁରୁକୁପା ଛକ ନିକଟରେ ପୁଲିସ ଚଢ଼ଉ କରି ବାଇକ୍ ସହ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ତରଭାଥାନା ଅଂଚଳର ଲମ୍ବୋଦର ବାରିକଙ୍କୁ ଗିରଫ କରିଛି।ସେହିପରି ମନମୁଣ୍ଡା ପୁଲିସ ୯ କେଜି ଗଞ୍ଜେଇ ସହିତ ୨ଟି ବାଇକ ଜବତ କରି ୩ ଜଣଙ୍କୁ ଗିରଫ କରିଛି।