Browsing yearly archive

2022

ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼,୨୭ା୧୨(ଏସଏସନିଉଜ) କମ୍ପିବ ବରଗଡ଼, ଶୁଭିବ କଂସଙ୍କ ଅଟ୍ଟହାସ୍ୟ । ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି। ସଜେଇ ହୋଇଛି ମଥୁରା ଓ ଗୋପପୁର। ଆଜିଠାରୁ ୧୧ଦିନ ଧରି ବରଗଡ଼ରେହେବ ବିଶ୍ଵପ୍ରସିଦ୍ଧଧନୁଯାତ୍ରା ଏଥିପାଇଁ ସବୁପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁରରେ ଯାତ୍ରା ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଧନୁଯାତ୍ରାପାଇଁ ସହର ଏବେ ଆଲୋକମାଳାରେ ଝଲସୁଛି। ମୁଖ୍ୟତୋରଣ ଅତିଥିଙ୍କୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହୋଇସାରିଛି। ସହରକୁ ସଂଯୋଗ କରୁଥିବା ସବୁରାସ୍ତାରେ ଆଲୋକ […]

ଭିଜିଲାନ୍ସଜାଲରେ ଡେପୁଟି କଲେକ୍ଟର

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ)ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟରାଡେପୁଟି କଲେ ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ।ଆୟବହିର୍ଭୂତ ସମ୍ପତ୍ତି ଠୁଳଅଭିଯୋଗରେ ଚଢ଼ାଉ ହୋଇଛି ।ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମାଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁର ,କାର୍ଯ୍ୟାଳୟ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉା  

ଆଜି କୋଭିଡ୍ ସ୍ଥିତି ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ଆଜି ଅପରାହ୍ଣ ସାଢେ୪ଟାରେ ରାଜ୍ୟରେ କୋଭିଡସ୍ଥିତି ଓ ଏହାର ମୁକାବିଲାନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସମସ୍ତଜିଲ୍ଲାପାଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।ଚୀନରେ ନୂଆ କୋଭିଡ୍ ଭାରିଆଂଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ […]

ଆଜିର ରାଶିଫଳ

୨୭-୧୨-୨୦୨୨(ମଙ୍ଗଳବାର)ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର ।ମକର ରାଶିର ଘାତବାର । ମେଷ:-ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ପ୍ରେମରେ ସଫଳତା ମିଳିବ। ବୃଷ:- କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ। ମିଥୁନ:-କିଛି ନୂଆ ଶିଖିବାର ସୁଯୋଗ ମିଳିବ। ପୂର୍ବରୁ କରିଥିବା କାମର ଲାଭ ପାଇବେ। ବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ ବିତିବ। କର୍କଟ:-ଜରୁରୀ ବିଷୟରେ ବରିଷ୍ଠଙ୍କ […]

ଚୋରକୁ ଧରିବାକୁ ଯାଇ ୬ଚୋରାଗାଡିଜବତ କଲା ପୋଲିସ

ଜଟଣୀ ,୨୬ା୧୨(ଏସଏସନିଉଜ)ଏକଗାଡିଚୋରୀ ଘଟଣାର ତଦନ୍ତ କରିବାବେଳେ ଗାଡିଚୋରଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଟଣୀଥାନା ପୋଲିସ ।ଏହିଘଟଣାରେପୋଲିସ ୨ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୬ଟିଚୋରା ବାଇକ ଜବତକରି ୪୫୦/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଯଦୁପୁରର ସୁମିତଖାନ ଓ ଡୁମଡୁମାବସ୍ତିରେ ରହୁଥିବା ଏସ୍‌.କେଜାହିଦ୍ ।ପ୍ରକାସ ଯେ, ଜଟଣୀଥାନା ଅନ୍ତର୍ଗତ ଏସବିଆଇବ୍ୟାଙ୍କ ସମୁଖରେ ଜଣେ ବ୍ୟକ୍ତି ତାଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ମୋଟରସାଇକେଲକୁ ପାର୍କିଂକରି ବ୍ୟକ୍ତିଗତ କାମସାରି ବ୍ୟାଙ୍କ ଭିତରୁ ବାହାରିବାପରେ ବାଇକଟି ନଥିବାର ଦେଖିବାକୁ […]

ସ୍କୁଲକୁ ଫେରୁଛି କରୋନା

ଭୁବନେଶ୍ୱର,୨୬ା୧୨(ଏସଏସନିଉଜ) ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟର ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାସହ ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ […]

ନିଖୋଜପର୍ଯ୍ୟଟକଙ୍କୁ ଫେରି ପାଇଲେ ପରିବାର ଲୋକେ

ବାରଙ୍ଗ,୨୫ା୧୨(ଏସଏସନିଉଜ) ଗତ ଶନିବାରଦିନ ନନ୍ଦନକାନନ ବୁଲିବାକୁ ଆସିଥିବା ୪୭ବର୍ଷର ପୁରୁଷପର୍ଯ୍ୟଟକ ନିଖୋଜ ହୋଇଥିବାବେଳେ ରବିବାରସକାଳୁ ମିଳିଥିବାର ଜଣାପଡିଛି।ଉଦ୍ଧାର ପର୍ଯ୍ୟଟକ ହେଉଛି କେନ୍ଦ୍ରାପଡା ଜିଲ୍ଲା,ଆଳି ଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ହାଡିବନ୍ଧୁ ଲେଙ୍କା।ସେ ପରିବାରଙ୍କ ସହ ଶନିବାରଦିନ ୨ଟା୫ମିନିଟ ସମୟରେ ନନ୍ଦନକାନନ ଭିତରକୁ ବୁଲିବାକୁ ଯାଇଥିଲେ। ସଂଦ୍ୟା ୫ଟା୭ମିନଟରେ ଟିକଟ କାଉଣ୍ଟର ନିକଟରେ ପରିବାର ସହିତ ମକା ସିଝା ଖାଉଥିବାବେଳେ ହଠାତ୍ ଦୁଇଟି ବୁଲା ଶଣ୍ଢ ଲଢେଇ ହୋଇଥିଲା।ସେହି ସମୟ ଭିତରେ ଭୟରେ ଯିଏ ଜୁଆଡେ ପାଇଲେ […]

ବନ୍ଧାହେଲେ ନକଲି ଜି ଏସ ଟି ଅଧିକାରୀ

ଛତ୍ରପୁର,୨୬ା୧୨(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ଛତ୍ରପୁରରଜାତୀୟ ରାଜପଥରେ ବଟି ଆଦାୟ ସହ ବିଭିନ୍ନ ଟ୍ରକରୁ ରାହାଜାନି କରୁଥିବା ଅଭିଯୋଗରେ ପୋଲିସ ଜଣେ ନକଲି ଜି ଏସ ଟି ଅଧିକାରୀଙ୍କୁ ଗିରଫ କରିଛି। ନକଲି ଜି ଏସ ଟି ଅଧିକାରୀ ସାଜି ଟ୍ରକ ମାଲିକଙ୍କୁ ଧମକ ଦେଇ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗୁଟୁଖା ଲୁଟ୍ କରିଥିଲେ। ଛତ୍ରପୁର ପୁଲିସ ସୂଚନା ପାଇ ଘଟଣାସ୍ଥଳରୁ ୩ଜଣଲୁଟେରାଙ୍କୁ କାବୁ କରିବାସହ ସେମାନଙ୍କଠାରୁ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୁଟୁଖା ଜବତ କରିଛି ।

ମଧ୍ୟାହ୍ନଭୋଜନ ଚାଉଳ ପାଇଁ ନିଲମ୍ବିତହେଲେ ପ୍ରଧାନଶିକ୍ଷକ

ଗଞ୍ଜାମ. ୨୬ା୧୨(ଏସଏସନିଉଜ) ମଧ୍ୟାହ୍ନଭୋଜନ ଚାଉଳ ହେରଫେର୍ ଅଭିଯୋଗରେ ଶେରଗଡ଼ ବ୍ଲକ୍ ବାରସିଙ୍ଗି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାମରାଜୁ ସେଠୀ ଚାକିରିରୁ ନିଲମ୍ବନ ହୋଇଛନ୍ତି । ଗ୍ରାମବାସୀ ଶେରଗଡ଼ ବିଇଓ ପ୍ରମୋଦ କୁମାର ସେନାପତିଙ୍କ ନିକଟରେ ପ୍ରଧାନଶିକ୍ଷକ ୫ ବସ୍ତା ଚାଉଳ ବିକ୍ରି କରିଥିବା ନେଇ ଅଭିଯୋଗ କରିଥିଲେ।ଏହାପରେ ବିଇଓ ବିଦ୍ୟାଳୟକୁ ଯାଇ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାସହ ଚାକିରିରୁ ନିଲମ୍ବନ କରିଥିବାର ଜଣାପଡିଛି ।

ମନ୍ଦିରଛାଡ଼ି ରାଜରାସ୍ତାରେ ପୂଜକ

କଟକ . ୨୬ା୧୨(ଏସଏସନିଉଜ) ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୂଜକ ସମାଜ ମନ୍ଦିର ଛାଡ଼ି ରାଜରାସ୍ତାରେ ବସିଛନ୍ତି । ବଡ଼ଓଷାଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର‌୍ୟ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିଛ । ବାରମ୍ବାର ଆଲୋଚନା ସ୍ବତ୍ତ୍ବେ ମନ୍ଦିର ଖୋଲିବା ନେଇକୈାଣସି ଉଦ୍ୟମ କରାନଯିବାପ୍ରତିବାଦରେ ପୁଜକମାନେ ଅତିଷ୍ଠ ହୋଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ମନ୍ଦିରର ମୁଖ୍ୟଫାଟକ ଆଗରେ ମନ୍ଦିରପୂଜକ ଧାରଣାରେ ବସିଛନ୍ତିା ଝୁଲାପୋଲ ମରାମତି ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା […]