Browsing monthly archive

November 2022

ହାଇୱା ଧକ୍କାରେ ଭଉଣୀ ମୃତ୍ୟୁ, ଭାଇ ଗୁରୁତର

ହାଇୱା ଧକ୍କାରେ ଭଉଣୀ ମୃତ୍ୟୁ, ଭାଇ ଗୁରୁତର

ଯାଜପୁର,୫/୧୧(ଏସଏସନିଉଜ) ହାଇୱା ଧକ୍କାରେ ଭଉଣୀ ମୃତ୍ୟୁବରଣ କରିଥିବାବେଳେ ଭାଇ ଗୁରୁତର ଆହତ ହୋଇଛି । ଏନ୍ଏଚ୍ ୫୩ ଜେନାପୁରଥାନା ତଳଚଢ଼େଇଧରା ନିକଟରେ ଦୁର୍ଘଟଣା ଘଟିଛି । ଭାଇଭଉଣୀ କଲେଜରୁ ବାଇକରେ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଭାଇକୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ , ହାଇୱା ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

ଦେଶୀମଦ ବିକିବା ବେଳେ ଧରାପଡିଲେ

ଦେଶୀମଦ ବିକିବା ବେଳେ ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶନିବାରଦିନ ନନ୍ଦନକାନନଥାନା ସୂଚନାଯୋଗ୍ୟ ଯେ, ନନ୍ଦନକାନନଥାନା ପୁଲିସ ଥାନାପରିସରଭୁକ୍ତଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭଗବତୀନଗର ପଦାସାହି ଛକରେ ଅଭିଯୁକ୍ତ ପ୍ରଶାନ୍ତଭୋଇ ଓରଫ ନଟୁ ବେଆଇନ ଦେଶୀମଦ ବିକ୍ରୟ କରୁଥିବାର ସୂଚନା ପାଇବାପରେ ପୁଲିସ ଟୀମ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।ଘଟଣାସ୍ଥଳରୁ ଅଭିଯୁକ୍ତଠାରୁ ୨୮ଲିଟର ଦେଶୀମଦ ଜବତ କରିଥିଲେ। ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ୧୬୪/୨୨କେଶନଂରେ ଏକ ମକଦ୍ଦମାରଜୁକରି ପ୍ରଶାନ୍ତକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି। (ଗୈାତମରାଉତଙ୍କରିପୋର୍ଟ)  

ବେଆଇନ ବାଲି ଚାଲାଣ କରି ଧରାପଡିଲେ

ବେଆଇନ ବାଲି ଚାଲାଣ କରି ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶୁକ୍ରବାରରାତିରେ ନନ୍ଦନକାନନଥାନାପୁଲିସ ନନ୍ଦନକାନନଛକରେ ଏମଭିଚେକିଂ ଏବଂ ବ୍ଲକକିଂ କରୁଥିବା ସମୟରେ ୩ ବାଲି ବୋଝେଇ ହାଇୱା ଟ୍ରକ WB-65-B-1492 , WB-57-B-3942. OD-02- AG-7779 କୁ ଅଟକାଇଥିଲେ। ସେମାନେ ବାଲି ଚାଲାଣ ଜନିତ କୌଣସି କାଗଜ ପତ୍ର ଦେଖାଇ ପରିନଥିଲେ। ଏଣୁ ଉକ୍ତ ବାଲିବୋଝେଇ ଟ୍ରକଗୁଡିକୁ ତହସିଲଦାରଙ୍କୁଡାକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ଉକ୍ତ ଟ୍ରକର ମାଲିକ ମାନେ ୫୭ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିଥିଲେ ।(ଗୈାତମରାଉତଙ୍କରିପୋର୍ଟ)

ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ

ମାଲକାନଗିରି,୫/୧୧(ଏସଏସନିଉଜ) ପୁଣି ଲାଲବାହିନୀଙ୍କ ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ। ମାଲକାନଗିରି ଯବାନଙ୍କୁ ପୁଣି ମିଳିଛି ବଡସଫଳତା। ଯନ୍ତାପାଇଠାରେ ୪୦୦ରୁଉର୍ଦ୍ଧ ମାଓସମର୍ଥକ କରିଛନ୍ତି ଆତ୍ମସମର୍ପଣ।ଏହି କାର୍ଯ୍ୟକ୍ରମରେ ପୋଲିସ DIG ଓ BSF DIG ଉପସ୍ଥିତ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ହେଲା ଘୋଷଣା lଡିସେମ୍ବର ୫ ତାରିଖରେ ହେବ ଭୋଟ୍‌ lନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୮ ତାରିଖ ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ lସେହିପରି ୨୧ ତାରିଖରେ ହେବ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ l୮ ତାରିଖରେ ହେବ ଫଳାଫଳ ଘୋଷଣା l

ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ ଘଟିଛି । ୧୦୬ ବର୍ଷରେ ବୟସରେ ହିମାଚଳ ପ୍ରଦେଶ କାଲ୍ପା ବାସଭବନରେ ପରଲୋକ ଘଟିଛି ।ଶେଷଥର ପାଇଁ ଗତ ୨ ତାରିଖରେ ମତଦାନ କରିଥିଲେ ନେଗି। ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ । ନିଜ ଜୀବନକାଳ ମଧ୍ୟରେ ମୋଟ୍ ୩୪ ଥର ଭୋଟ୍ ଦେଇଛନ୍ତି।

STF କବଜାରେ ବନ୍ୟପ୍ରାଣୀ ସ୍ମଗଲର

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ବନ୍ୟପ୍ରାଣୀ ସ୍ମଗଲର।୨ଟି ଚିତାବାଘ ଏବଂ ଗୋଟିଏ ହରିଣ ଛାଲ ସହ ବଜ୍ରକାପ୍ତା କାତି ଜବତ ହୋଇଛି।ନୟାଗଡ଼ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ମାଡିବସିଲା STF।

ପିଲାଙ୍କ ନାଁରେ ଚାଉଳ ଚଳୁ

ଅନୁଗୁଳ,୫/୧୧(ଏସ ଏସ ନିଉଜ) ଅଙ୍ଗନବାଡ଼ି ପିଲାଙ୍କୁ ଚାଉଳ ଯୋଗାଣର ଦାୟିତ୍ବ ମୁଣ୍ଡାଇ ନିଜେ ମାରିନେଲେ। ସରକାରୀ ଅଡିଟ୍‌ରୁ ଅନୁଗୁଳ ଜିଲ୍ଲାରେ ହୋଇଥିବା ୩୫ଲକ୍ଷ ଟଙ୍କାର ଚାଉଳ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇଜଣ ଟ୍ରାନ୍‌ସପୋର୍ଟର୍‌ ହିଁ ଚାଉଳ ଚଳୁ କରିଛନ୍ତି। ଏନେଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲୁଓ) ୩ ତାରିଖରେ ଟ୍ରାନ୍‌ସପୋର୍ଟରଙ୍କ ନାମରେ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି […]

ତାଡିନେଲେ ମାଙ୍କ ଆଖି

ମାହାଙ୍ଗା,୫/୧୧(ଏସ ଏସ ନିଉଜ)ପଞ୍ଚୁକରେ ଭଗବାନଙ୍କୁ ବି ଛାଡିଲେନି। ଲୁଟିନେଲେ ମା ତାରିଣୀଙ୍କ ଆଖି ଓ ଅଳଙ୍କାର ମାହାଙ୍ଗା ବ୍ଲକ ଉସୁମା ପଞ୍ଚାୟତର ନଈ ମୁହଁ ଠାରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଦୃର୍ବୃତ୍ତମାନେ ମାଙ୍କ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଲୁଟି ନେଇଛନ୍ତି ।ରୂପାମୁକୁଟ , ସୁନା ମଥାମଣି , ସୁନାଆଖି ସହ ଅନେକ ପିତ୍ତଳ ସାମଗ୍ରୀ ଲୁଟି ନେଇଛନ୍ତି ।ଏହା ସହ ରଘୁନାଥନଗର ଗ୍ରାମର ସାବିତ୍ରୀ ସାହୁଙ୍କ ଠାକୁର […]

ଘର ଛାତପଡ଼ି ମାଆଝିଅ ଗୁରୁତର

ବଲାଙ୍ଗିର,୫/୧୧(ଏସଏସ ନିଉଜ)ଘର ଛାତ ପଡ଼ି ଉଭୟ ମାଆ ଝିଅ ଗୁରୁତର ହୋଇଛନ୍ତି।ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଏହି ଅଘଟଣ ଘଟିଛି।ଗୁରୁତର ମାଆ ବୁର୍ଲା ସ୍ଥାନାନ୍ତର ହୋଇଥିବାବେଳେ , ଝିଅ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛି।