Browsing daily archive

November 21, 2022

୨୩ବର୍ଷପରେ ଘରବାହୁଡା

୨୩ବର୍ଷପରେ ଘରବାହୁଡା

ନିମାପଡ଼ା,୨୧/୧୧(ଏସଏସନିଉଜ) ୨୩ବର୍ଷର ବ୍ୟବଧାନପରେ ଘରକୁ ଫେରିଛନ୍ତି ସରକାରୀକାଗଜପତ୍ରରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମରକୀର୍ତ୍ତିଚନ୍ଦ୍ର ବିଶ୍ବାଳ । ମହାବାତ୍ୟାର ଦୁଇଦିନପୂର୍ବରୁ ଘରୁକେଉଁଆଡ଼େ ଚାଲିଯାଇଥିଲେ ।ଆଉ ଖୋଜଖବର ମିଳିନଥିଲା । ଶେଷରେ ପରିବାରଲୋକ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟାବି କରିସାରିଥିଲେ ।କିନ୍ତୁ ତାଙ୍କର ସ୍ମୃତିଶକ୍ତି ପଳାଇଯିବାପରେ ଶ୍ରୀକାକୁଲମରୁ କୋଲକାତାର ଏକ ହାମରେଡିଓସଂସ୍ଥା ତାଙ୍କୁ ଆଣି ଚିକିସ୍‌ା କରିଥିଲା । ସ୍ମୃତିଶକ୍ତି ଫେରିଆସିବାପରେ ତାଙ୍କ ପରିଚୟ ଜଣାପଡିଥିଲା ।ତେବେ ୭୩ ବର୍ଷରେ ପଦାର୍ପଣକରିଥିବା କୀର୍ତ୍ତିଚନ୍ଦ୍ରଙ୍କ […]

ଭୁଶୁଡ଼ିଲା ନିର୍ମାଣାଧୀନ ସେତୁ

ଭୁଶୁଡ଼ିଲା ନିର୍ମାଣାଧୀନ ସେତୁ

ଆନନ୍ଦପୁର,୨୧/୧୧(ଏସଏସନିଉଜ) କୁଶେଇନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡିଛି ।ପାଣିକୋଇଲି-ରାଜାମୁଣ୍ଡାଏନଏଚ-୨୦ର କୁଶେଇନଦୀସେତୁ ଭୁଶୁଡ଼ିପଡିଛି । ନଦୀର ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଭୁଶୁଡ଼ିପଡିଛି ବିମ ।ଶ୍ରମିକମାନେ କାମକରୁଥିବାବେଳେ ସେତୁର ୨ଟିବିମ ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିଲା ।ଏହାଫଳରେ ୩ଜଣ ଶ୍ରମିକ ଗୁରୁତର ହୋଇଥିବାର ଜଣାପଡିଛି ।

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ସରଗରମ ରାଜନୀତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ଥିବାବେଳେ କେଉଁପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ତାଉପରେ ରହିଛି ସଭିଙ୍କ ନଜରା ଅନ୍ୟପକ୍ଷରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଲାଗିପଡ଼ିଲେଣି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣି ବରିହା ମଧ୍ୟ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି। ବିଜେପି ଓ ବିଜେଡି ଫାଇଟ୍ ଭିତରେ ଆଜିଠୁ ପ୍ରଚାର […]

ଶ୍ରାଦ୍ଧପାଇଁ ଶଣ୍ଢକୁହତ୍ୟା ଅଭିଯୋଗ

ଭଦ୍ରକ,୨୧/୧୧(ଏସଏସନିଉଜ) ଧାମରାପଂଚାୟତ ଅର୍ନ୍ତଗତ ଶଙ୍ଖାଯୋଡ଼ି ଗ୍ରାମର କିଛି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ଭୋଜି ପାଇଁ ଏକ ଷଣ୍ଢକୁ ମାରିବାକୁ ନେଇ ଉତେଜନା ଦେଖାଦେଇଛିାଜଣଙ୍କର ଶ୍ରାଦ୍ଧ ଦିବସରେ ଶଣ୍ଢଟିକୁ ଏକ ନିବୃତକୋଠରୀରେ ମାରି ତାର ମାଂସକୁ ନେଉଥିବାର ଖବରପାଇ ଗ୍ରାମବାସୀମାନେ ପହଁଚି ଏହାକୁ ବିରୋଧ କରିଛନ୍ତି ।ଯାହାକୁ ନେଇ ଉତେଜନା ଦେଖାଦେଇଥିଲା ।ଖବରପାଇ ଧାମରାପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବାସହ ଆଇନଗତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ପରେ ଉତେଜନା ହ୍ରାସ ପାଇଥିଲା ।ଏହାପରେ ଗ୍ରାମବାସୀମାନଙ୍କ ତରଫରୁ ଏକ […]

ମାଡ଼ିଗଲା ମାଲବାହୀ ଟ୍ରେନ୍

ଯାଜପୁର୨୧/୧୧(ଏସଏସନିଉଜ) କୋରେଇ ଷ୍ଟେସନରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ୩ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବାର ଜଣାପଡିଛି। ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯାଇ ଓଲଟି ପଡ଼ିଥିବାର ଜଣାପଡିଛି ।ତେବେ ପୂର୍ବତଟ ରେଲେୱେ ପକ୍ଷରୁ ୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଛି ।ଭଦ୍ରକ-କପିଳାସ ରୋଡ୍‌ରେ କୋରେଇ ଷ୍ଟେସନରେ ଲାଇନଚ୍ୟୁତ.ହୋଇଥିବାବେଳେ ସକାଳ ୬ଟା ୪୪ରେ ଷ୍ଟେସନ ଭିତରେ ଲାଇନଚ୍ୟୁତ ଘଟିଛି ।ମାଲବାହୀ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।ଲାଇନଚ୍ୟୁତ […]