Browsing daily archive

November 20, 2022

ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ମସିହା ନଭେମ୍ବରମାସ ୨୧ତାରିଖ(ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୪୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୨/୧୯ ,ମିଥୁନରାଶିରଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦ ପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତକରିବାର ସୁଯୋଗ ପାଇବେ। ବୃଷ-ଘରେ ଖୁସିରପରିବେଶ ରହିବ। ଔଷଧବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବେ। ଚାକିରିଆଙ୍କଲାଗି ଦିନଟି ଭଲରହିବ। ସ୍କୁଲ୍ ଜୀବନରସାଙ୍ଗ ସହିତ ବାର୍ତ୍ତାଳାପହେବ। ମିଥୁନ-କିଛି ବିଶେଷକାର୍ଯ୍ୟ   କରିବାଲାଗି ଦିନଟିଭଲ। ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ। ସମାଜରେ ସୁନାମ […]

ଥାନାରେ କଲେ ଏତଲା

ଥାନାରେ କଲେ ଏତଲା

ପୁରୀ,୨୦/୧୧(ଏସ ଏସ ନିଉଜ)ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ୍ ଘଟଣା। ଘଟଣାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। ନିଜ ଆଡୁ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେବ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଦେବେ ଏତଲା। ଆକାଶ ଚୌଧୁରୀ ନାମକ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ କରିଥିଲେ ଭାଇରାଲ୍!.*

ବିଳମ୍ବିତ ରାତିରେ ଲାଗିଲା ନିଆଁ

ବିଳମ୍ବିତ ରାତିରେ ଲାଗିଲା ନିଆଁ

ନିଆଳି,୨୦/୧୧(ଏସ ଏସ ନିଉଜ) ଶନିବାର ବିଳମ୍ବିତ ରାତିରେ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ ଘଟିଛି।ଏହାଯୋଗୁ ଜଳିଯାଇଛି ୩୯ଟି ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ହାଟକୁଯାଇ ,ଆଉ ଫେରିଲେନି

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ) ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କୁପାରୀ-ଶରତ ରାସ୍ତା ଶୁଖୁଆପଟା ପାହାଡ ନିକଟରେ ଦୁର୍ଘଟଣାଘଟି ଜଣଙ୍କର ମୃତ ହୋଇଛି ।ମୃତକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୂଆଗାଁବଡ଼ ଗାଁର ଭଗବାନ ମୁଖୀଙ୍କ ପୁଅ କମଳାକାନ୍ତ ମୁଖୀ ବୋଲି ଜଣାପଡିଛି।କମଳାକାନ୍ତ ଶରତଥାନା ଅଧିନ ରୁଗୁଡି ହାଟକୁ ଶନିବାର ରାତିରେ ଯାଇ ଫେରୁଥିବା ବେଳେ ଶୁଖୁଆପଟା ପାହାଡ଼ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇଥିଲେ। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି […]

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଏସ୍‌ପି ଅଫିସ୍ ପାଖ ଦୋକାନରୁ ଚୋରି

ଭଦ୍ରକ,୨୦/୧୧(ଏସଏସ ନିଉଜ)ଭଦ୍ରକ ଏସ୍‌ପି ଅଫିସ୍ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଦୋକାନ ପଛପଟ ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ୩/୪ ଦିନ ହେବ ଦୋକାନ ଦୁଇଟି ବନ୍ଦ ଥିଲା ।କାଲି ଖୋଲିବା ପରେ ଜଣାପଡ଼ିଲା ଚୋରି ହୋଇଛି ।

ଇଡି ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର!

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ)ଭୁବନେଶ୍ୱର ଇଡ଼ି ଅଫିସ ପରିସରରେ ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍।କାଲି ଜବତ ପରେ ଏଣ୍ଡେଭର କାରକୁ ନେଇ ଇଡ଼ିର ଖୋଳତାଡ଼ ଆରମ୍ଭ କରିଛି।ଅର୍ଚ୍ଚନା ନାଗଙ୍କ କାର୍ ନମ୍ବର ପ୍ଲେଟ୍ ଗାଡ଼ି ଭିତରୁ ଠାବ ହୋଇଛି।ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଜବତ କରିଥିଲା ଇଡ଼ି।କାଲି ଜବତ ବେଳେ ଗାଡ଼ିର ଆଗ ଓ ପଛପଟ ନମ୍ବର ପ୍ଲେଟ୍ ନଥିଲା।