Browsing daily archive

November 18, 2022

ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ୧୯ ତାରିଖ (ଶନିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୦/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୩୩ ,ବୃଷ, ସିଂହ ଓ କନ୍ୟାରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,କଳମଶାଗ , ଶିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । […]

ପଦ୍ମପୁରରେ କଟିଲେ୨

ପଦ୍ମପୁରରେ କଟିଲେ୨

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପରେ ୨ ଜଣ କଟିଲେ।ନାମାଙ୍କନ କରିଥିବା ୧୩ ଜଣଙ୍କ ମଧ୍ୟରୁ କଟିଲେ ୨ ସ୍ୱାଧୀନ ପ୍ରାର୍ଥୀ।୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୧୧ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବାର ଜଣାପଡିଛି।

ବଙ୍ଗୋପସାଗରରେ ଲଘୁଚାପ!

ବଙ୍ଗୋପସାଗରରେ ଲଘୁଚାପ!

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)୧୯ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଆଗାମୀ ୩ ଦିନରେ ଲଘୁଚାପ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି।ଏହାର ପ୍ରଭାବରେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ।

ଖୋଳତାଡ଼ ହେବ ଆୟୁବ ଖାନର ନେଟୱର୍କ

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ହିରୋଇନ୍ ଜବତ ମାମଲରେ ଇଡ଼ିର ତଦନ୍ତ ଆରମ୍ଭ ହୋଇଛି। ୧୧କୋଟି ହିରୋଇନ୍ ଜବତ ମାମଲାରେ ଇଡ଼ିର ତଦନ୍ତ ଆରମ୍ଭ କରିଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ମାଷ୍ଟରମାଇଣ୍ଡ ଡ୍ରଗ ମାଫିଆ ଆୟୁବ ଖାନର ନେଟୱର୍କର ଖୋଳତାଡ଼ ହେବ। ଖୁବ୍ ଶୀଘ୍ର ମାଷ୍ଟର ମାଇଣ୍ଡ ଆୟୁବ ଖାନକୁ ରିମାଣ୍ଡରେ ଆଣିବ ଇଡ଼ି। ଓଡ଼ିଶା , କଲିକତା , ୟୁପି , ଝାଡ଼ଖଣ୍ଡରେ କାରବାର କରୁଥିଲା ଆୟୁବ ।

ଭିଜିଲାନ୍ସଜାଲରେ ସେକ୍ସନ ଅଫିସର

ବଲାଙ୍ଗିର,୧୮/୧୧(ଏସଏସ ନିଉଜ)୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର।ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ଧରାପଡ଼ିଲେ।ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।