Browsing daily archive

November 7, 2022

ଲହୁଣିପଡ଼ାରେ ଚାଞ୍ଚଲ୍ୟ

ଲହୁଣିପଡ଼ାରେ ଚାଞ୍ଚଲ୍ୟ

ସୁନ୍ଦରଗଡ଼,୭/୧୧(ଏସ ଏସ ନିଉଜ)ସୁନ୍ଦରଗଡ଼ ଲହୁଣିପଡ଼ାରେ ଚାଞ୍ଚଲ୍ୟ ଜେଏସପିଏଲ ର ସାଇଡ ଇନଚାର୍ଜଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। କମ୍ପାନୀ ଗେଷ୍ଟ ହାଉସରୁ ମିଳିଛି ମୃତଦେହ। ମାଇନ୍ସ କିମ୍ବା ସାଇଡିଂକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଜଳିଗଲା କୋଇଲା ବୋଝେଇ ଟ୍ରକ

ଜଳିଗଲା କୋଇଲା ବୋଝେଇ ଟ୍ରକ

ପାରାଦୀପ,୭/୧୧(ଏସଏସ ନିଉଜ)ରାସ୍ତାରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକ ଜଳିଯାଇଛି।ଏନ୍ଏଚ୍ ୫ (କ) ଭୂତମୁଣ୍ଡାଇ ପୋଲ ନିକଟରେ ଘଟିଛି ଏହି ଅଘଟଣ ।ଟ୍ରକଭିତରେ ଡ୍ରାଇଭର କିମ୍ବା ହେଲପର ନଥିବାରୁ ବଡ଼ ଅଘଟଣ ବର୍ତିଯାଇଛି।

ପଛକୁପଛ ଧକା ହୋଇ ଚାଲିଗଲା ୩ଜଣଙ୍କ ଜୀବନ

ପଛକୁପଛ ଧକା ହୋଇ ଚାଲିଗଲା ୩ଜଣଙ୍କ ଜୀବନ

ସୋର,୭/୧୧(ଏସଏସ ନିଉଜ) ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ୩ଜଣଙ୍କର ମୃତୁ ଘଟିଛି ।ସିମୁଳିଆଥାନା ଜାମୁଝାଡ଼ି ତାରିଣୀଛକ ନିକଟରେ ପଛକୁ ପଛ ପିଟିହୋଇ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ କାର୍ ଡ୍ରାଇଭର ସମେତ ୩ ମୃତ, ଆଉ ୪ ଜଣ ଗୁରୁତର ହୋଇଥିବାର ଜଣାପଡିଛି।