Browsing daily archive

November 6, 2022

ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

କଟକ,୬/୧୧(ଏସଏସନିଉଜ)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ମୁକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋ ସ୍ଥାନୀୟ ସାରଳା ଭବନ ଠାରେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଉକ୍ତ ଶୋଭାଯାତ୍ରାରେ ମିଶନଶକ୍ତିର ପ୍ରାୟ ଦୁଇସହରୁ ଉର୍ଦ୍ଧ ମହିଳା ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ […]

ଆଜିର ରାଶିଫଳ

ଆଜିର ରାଶିଫଳ

ମହାପ୍ରଭୁଙ୍କ ଲଷ୍ମୀନୃସିଂହବେଶ,କେଦାର ବ୍ରତ ଓ ଶ୍ରୀଶ୍ରୀ ମହାପ୍ରଭୁଙ୍କର ଡାଳକିଆବେଶ ,୨୦୨୨ମସିହା ନଭେମ୍ବରମାସ ୦୭ତାରିଖ (ସୋମବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୪/୨୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୬/୪୦ ,ମିଥୁନରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବିରି ଦିବା ଘ୪/୧୬ ଗତେ ସ୍ତ୍ରୀ ତୈଳବର୍ଜନ, ମାଛ, ମାଂସ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା […]

ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

ଭୁବନେଶ୍ୱର,୬/୧୧(ଏସଏସନିଉଜ)ଧାମନଗର ଉପନିର୍ବାଚନ ଫଳାଫଳପରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ କହିଛନ୍ତି ଯେ,ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ । କିଛିଦିନତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ସେ ବହୁତ ଲୋକପ୍ରିୟଥିଲେ । ବିଜେପି ତାଙ୍କପୁଅଙ୍କୁ ଟିକେଟ ଦେଇଥିଲାା ସେ ଜିତିବାର ସମ୍ଭାବନା ଥିଲା । ବିଜେଡି ବହୁତ କମ୍ ଉପନିର୍ବାଚନରେ ହାରିଛି ।ଧାମନଗର ଫଳାଫଳନେଇ ବିଜୁଜନତାଦଳ ଆଦୌି ବିଚଳିତ ନୁହେଁ । ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।ତେଣୁ ୨୦୨୪ ନିର୍ବାଚନରେ […]

ଘରୁ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୬/୧୧(ଏସଏସନିଉଜ)ରବିବାରରାତିରେ କଂଟାବାଡ ଗ୍ରାମର ନୃଶିଂହ ମହାରଣାଙ୍କ ଘରଭିତରେ ପଶିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ଘରଭତରେ ସାପଟି ଥିବା ଦେଖି ମହିଳାମାନେ ଭୟଭିତ ହୋଇଯାଇଥିଲେ ।ଚନ୍ଦକାଅଂଚଳର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦେବାପରେ ସେଆସି ଘର ଭିତରୁ ୫ଫୁଟ ଲମ୍ବର ନାଗସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି ।ଦୁଇଦିନ ତଳେ କୁକୁଡାମୁଣ୍ଡିସ୍ଥିତ ଓପିଟିସିଏଲ କାର୍ଯ୍ୟାଳୟ ପରିସରରୁ ଏକ ନାଗସାପକୁ ପାତ୍ର ଧରି ଦେଉଳିଆପାହଡରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଗାଁମଶାଣି ସଫାକଲେ ଯୁବକ

ବାରଙ୍ଗ,୬/୧୧(ଏସଏସନିଉଜ) ବଡଓଷା ଉପଲକ୍ଷେ ମେଣ୍ଢାଶାଳ ଗାଁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ସାନମଶାଣିକୁ ମେଣ୍ଢାଶାଳ ଗ୍ରାମର ଯୁବକମାନେ ସଫାକରିଛନ୍ତି ।ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ତତ୍ୱାବଧାନରେ ଗଣେଷପୁଜାକମିଟି ,ସେବାସମବାୟସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କ ସମେତ ଗ୍ରାମର ମୁରବୀ ଓ ଯୁବକମାନେ ଏକାଠି ହୋଇ ସାନମଶାଣିର ଚାରପଟକୁ ସଫାକରିବା ସହ ଅଳିଆଆବର୍ଜନାକୁ ଉଠାଇଥିଲେ ।ଏହାସହ ମେଳଣ ପଡିଆମଧ୍ୟ ସଫାକରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ )

ଆଜି ବାବାଧବଳେଶ୍ବରଙ୍କ ବଡ଼ଓଷା

ଆଠଗଡ,୬/୧୧(ଏସଏସନିଉଜ)ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ଓଷା । ବଡ଼ସିଂହାରବେଶ ସହ ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା । ଭକ୍ତଙ୍କ ସିଧାସଳଖ ଦର୍ଶନ ବାରଣ କରାଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।  

ହ୍ରଦରେ ଖସିପଡ଼ିଲା ବିମାନ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ତାଞ୍ଜାନିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭିରିଆହ୍ରଦରେ ଖସି ପଡ଼ିଲା ବିମାନ । ବୁକୋବା ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି ।ବିମାନରେ ମୋଟ୍ ୪୯ଜଣ ଯାତ୍ରୀ ଥିଲେ ।ମୃତାହତଙ୍କ ସଂପର୍କରେ ସୂଚନା ମିଳିନଥିବାବେଳେ ଉଦ୍ଧାର କାମ ଜାରି ରହିଛି ।  

ବାରହା ଜଣଙ୍କୁ ମାରି ୭ଜଣଙ୍କୁ ଆହତ କଲା

ଖଲ୍ଲିକୋଟ,୬/୧୧(ଏସଏସନିଉଜ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜି-ରାମପଲ୍ଲୀ ଗାଁରେ ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନାମିଳିଛି ।ଗୁରୁତର ୭ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲରେ କାମ କରୁଥିବା ବେଳେ ବାରହା ଆକ୍ରମଣ କରିଥିଲା ।

ଚମକିଲେ ସୂର୍ଯ୍ୟ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ଟି-୨୦ ବିଶ୍ୱକପ୍ ରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଟି-୨୦ ବିଶ୍ୱକପ୍‌: ଜିମ୍ବାୱେକୁ ୧୮୭ ରନ୍ ଟାର୍ଗେଟ୍ ଦେଇଛି ଭାରତ ।ଦଳ ନିର୍ଦ୍ଧାରିତ ୨୦ଓଭର ଖେଳି ୧୮୬ରନ୍ କରିଛି।ଭାରତପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ରନ୍ କରିଥିବାବେଳେ କେଏଲ୍ ରାହୁଲ ୫୧ରନ୍, ବିରାଟକୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ୍ କରିଛନ୍ତି ।