ଆଜିର ରାଶିଫଳ
ଶ୍ରୀଶ୍ରୀ ମହାପ୍ରଭୁଙ୍କ ତ୍ରିବିକ୍ରମବେଶ, ଶିବଉତଥାପନ,ବଡ଼ଓଷା ଓ ବୈକୁଣ୍ଠ ଚତୁର୍ଦ୍ଦଶୀ ,୨୦୨୨ ମସିହା ନଭେମ୍ବର ମାସ ୦୬ ତାରିଖ (ରବିବାର)କାର୍ତିକମାସ-ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୩/୫୭ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୭/.୮ମେଷରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ.ବିରି ଭକ୍ଷଣ ନିଷେଧ । ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟଯୋଗୁଁ କ୍ଷୋଭପ୍ରକାଶ କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନଦାୟିତ୍ୱ ହାତକୁ ନେଇପାରନ୍ତି । ବୃଷ-ଅଫିସ୍ […]