Browsing daily archive

October 31, 2022

ଆଜିର ରାଶିଫଳ

ଆଜିର ରାଶିଫଳ

ଗୋଷ୍ଠାଷ୍ଟମୀ,୨୦୨୨ ମସିହା ନଭେମ୍ବର ମାସ ୦୧ ତାରିଖ (ମଙ୍ଗଳବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୧୫ ପର୍ୟ୍ଯନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୧/୧୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୯/୦୯ ,ମକର ରାଶି ର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ବିବାଦରୁ ବଞ୍ଚିବା ପାଇଁ କଷ୍ଟ କରିବେ । ବ୍ୟାପାରରେ ଉନ୍ନତିର ସମ୍ଭାବନା ରହିବ । ଦବି ଯାଇଥିବା ସମସ୍ଯା ପୁଣି ବାହାରିକି ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ନିଜର […]

SPଙ୍କକାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

SPଙ୍କକାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ଭଦ୍ରକ,୩୧/୧୦ (ଏସଏସନିଉଜ) ଭଦ୍ରକଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିପକ୍ଷରୁ ଧାରଣା ଦିଆଯାଇଛି ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧାରଣାରେ ବସିଛନ୍ତି।ସମୀରଙ୍କ ସହ ବିଜେପିର ବହୁ ନେତା ଓ କର୍ମୀଙ୍କ ଧାରଣାରେ ବସିଥିବାବେଳେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଣ୍ଟା ଯାଉଥିବାନେଇ ମଧ୍ୟ ଅଭିଯୋଗ ହୋଇଛି ।ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବି କରାଯାଇଛି।

ଟ୍ରକ୍‌କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା!

ଟ୍ରକ୍‌କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା!

କେନ୍ଦୁଝର,୩୧/୧୦(ଏସଏସ ନିଉଜ)ଟ୍ରକ୍‌କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି ।ଟ୍ରକ୍ ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସଦର ଥାନା ବନାଯୋଡି ଟୋଲ ଗେଟ୍ ନିକଟରେ ଟ୍ରକ୍ ଭିତରେ ମୃତଦେହ ହୋଇଛି।ମୃତକ ଟ୍ରକ୍ ଡ୍ରାଇଭର ହୋଇଥିବା ଅନୁମାନ କରାଯାଉଥିବାବେଳେ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ କରାଯାଉଛି।

୯୦ଲକ୍ଷର ବ୍ରାଉନସୁଗାର ଜବତ

ପୁରୀ,୩୧/୧୦(ଏସଏସ ଇଉଜ)୯୦ଲକ୍ଷର ବ୍ରାଉନସୁଗାର ଜବତ ପୁରୀରୁ ୮୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାସେଳୀସାହି ଥାନା ପୋଲିସ ଓ STF ଦ୍ୱାରା ଜବତ ହୋଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ବଦଳିଯିବ କଟକଚିତ୍ର

କଟକ,୩୧/୧୦(ଏସଏସ ନିଉଜ)ପୁଣି ବଦଳିବାକୁ ଯାଉଛି କଟକର ଚିତ୍ର ।କାଠଯୋଡ଼ିର ତ୍ରିଶୂଳିଆ ରେ ହେବାକୁ ଯାଉଛି ଦ୍ବିତୀୟ ପୋଲ। ଏଥିପାଇଁ ୨୪୦କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।ମହାନଦୀର ଚହଟାରେ ବି ହେବ ସେତୁ ।

ସ୍ୱାମୀର ଟାଙ୍ଗିଆ ନେଲା ପତ୍ନୀର ଜୀବନ

ରାଉରକେଲା,୩୧/୧୦(ଏସ ଏସ ନିଉଜ)ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ୍ୟୁବରଣ କରିଛି ।ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲକୁ ଗିରଫ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି ରଘୁନାଥପାଲି ପୁଲିସ।

କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳଙ୍କ ନୂଆ ଠିକଣା

ଭୁବନେଶ୍ୱର,୩୧/୧୦(ଏସଏସ ନିଉଜ) ଯାତ୍ରାମଞ୍ଚରେ ସମସ୍ତଙ୍କୁ ହସାଇହସାଇ ବେଦମ କରୁଥିବା କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳ ଆଜି ନିଜେ ନିଜେ କାନ୍ଦୁଛନ୍ତି ।ରାତିଅନିଦ୍ରା ହୋଇ ମୁହଁରେ ପାଉଡରମାରି ନିଜ ପିଲାମାନଙ୍କୁ ମଣିଷ କରିବାପାଇଁ ଟଙ୍କା ରୋଜଗାର କରୁଥିଲେ ।କିନ୍ତୁ ସେହି ପୁଆ ଆଜି ପର କରିଦେଲା ।ପୁଅ ନିର୍ଯାତନା ଦେଇ ଘରୁ ତଡ଼ିଦେବାରୁ ତାଙ୍କର ନୂଆ ଠିକଣା ଏବେ ପାରାଦୀପ ଗଡ ରତ୍ନମାଳୀ ଜେମା ଜରାଶ୍ରମ ହୋଇଛି।

ଦିନଟିଏ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ,୩୧/୧୦(ଏସଏସ ନିଉଜ)କାଲିଠାରୁ ଗୋଟିଏଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ।ଏନେଇ କଟକ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ।ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ ବୋଲି କଗିଛନ୍ତି।ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ ।ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ।ପୋଲ ନିକଟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ମୁତୟନ ରହିବେ।ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କହିବୁ, ଅସୁବିଧା ହୋଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ।