Browsing daily archive

October 24, 2022

ଆଜିର ରାଶିଫଳ

ଆଜିର ରାଶିଫଳ

ଅମାବାସ୍ୟା ଓ ଦୀପାବଳି,୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖ (ମଙ୍ଗଳବାର)କାର୍ତିକ ମାସ -କୃଷ୍ଣପକ୍ଷତିଥି-ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୪୭ ,ସୂର୍ଯ୍ୟ ପରାଗ– ପରାଗ ସ୍ପର୍ଶ-ଅପରାହ୍ନ ୦୪ଘଣ୍ଟ୫୪ମିନିଟ୫୫ ସେକେଣ୍ଡ, ପରାଗସର୍ବମୋକ୍ଷ- ସଂଧ୍ୟା୦୬ ଘଣ୍ଟ୨୬ ମିନିଟ୩୦ସେକେଣ୍ଡ, ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ, ୨୪/୧୦ /୨୦୨୨ତାରିଖ ସୋମବାର କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ ରାତ୍ରି୦୪ଘଣ୍ଟ ୫୪ ମିନିଟ ୫୫ସେକେଣ୍ଡ ଠାରୁ ୨୬/୧୦/୨୦୨୨ତାରିଖ ବୁଧବାର କାର୍ତ୍ତିକଶୁକ୍ଳପ୍ରତିପଦ ପ୍ରାତଃ୦୫ଘଣ୍ଟ୪୯ ମିନିଟ ୨୪ ସେକେଣ୍ଡ ଯାଏଁ । ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ […]

ସୂର୍ଯ୍ୟପରାଗରେ କେତେବେଳୁ ପାକତ୍ୟାଗ କରିବେ ଜାଣନ୍ତୁ

ସୂର୍ଯ୍ୟପରାଗରେ କେତେବେଳୁ ପାକତ୍ୟାଗ କରିବେ ଜାଣନ୍ତୁ

ଭୁବନେଶ୍ୱର,୨୪/୧୦(ଏସଏସ ନିଉଜ)କାର୍ତ୍ତିକ ମାସ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଛି । ଜନସାଧାରଣ ଏହି ପରାଗକୁ ନୀତି ନିୟମରେ ପାଳନ କରିବାକୁ କୁହାଯାଉଛି । ୨୪ତାରିଖ ରାତି ୪ଟା ୫୬ ମିନିଟରୁ ହାଣ୍ଡି ଛାଡ । ସନ୍ଧ୍ୟା ୬ଟା ୨୬ ମିନିଟରେ ସର୍ବମୋକ୍ଷ ହେବ ।

ପିପିଲି ବଜାରରେ ଫୁଟିଲା ଗୁଳି

ପିପିଲି ବଜାରରେ ଫୁଟିଲା ଗୁଳି

  ପିପିଲି,୨୪/୧୦(ଏସଏସନିଉଜ)ପିପିଲି ବଜାରରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କ ଜଙ୍ଘରେ ଗୁଳି ବାଜିଥିବାର ଜଣାପଡିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

ପୁରୀ,୨୪/୧୦(ଏସଏସ ନିଉଜ) କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଏସ୍ସିଏସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଖୋଲାମେଲାରେ ଟ୍ରାନ୍ସଫର୍ମର

କଟକ,୨୪/୧୦(ଏସଏସ ନିଉଦୀର୍ଘ ବର୍ଷ ଧରି କଟକ ସଦର ବ୍ଲକ ନିକଟରେ ଖୋଲା ମେଲା ଅବସ୍ଥାରେ ଟ୍ରାନ୍ସଫର୍ମର ପଡିରହିଛି । ବୁଲା ଗୋରୁ ଗାଇ ଭିତରକୁ ପଶୁଛନ୍ତି । ଅଘଟଣ ଘଟିଲେ ଦାଇକିଏ ରହିବ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ କୁହନ୍ତି।