Browsing daily archive

October 21, 2022

ଆଜିର ରାଶିଫଳ

ଆଜିର ରାଶିଫଳ

ଗୋବତ୍ସାଦ୍ୱାଦଶୀ ,୨୦୨୨ମସିହା ଅକ୍ଟୋବରମାସ ୨୨ତାରିଖ (ଶନିବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ ସଂଘ୬/୬ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୩୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ସନ୍ଧ୍ୟା ଘ୬/୬ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲରହିବା କାରଣରୁ କାମଗୁଡିକ ଅଟକିବନାହିଁ । ସାମାଜିକସ୍ତରରେ […]

ପିଅନ ହାତରେ ଡାକ୍ତରଖାନା

ପିଅନ ହାତରେ ଡାକ୍ତରଖାନା

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକା ପ୍ରାଣୀଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମି ଥିବାବେଳେ ଡାକ୍ତର ପଦବୀ ଖାଲି ପଡ଼ିଛି ।ଏହାଅଧିନରେ ମେଣ୍ଢାଶାଳ, ଦାରୁଠେଙ୍ଗ, ଅନ୍ଧାରୁଆ ଓ ମଳିପଡାଆଦି ୪ଟିଗାଁରେ ୪ଟି ଉପକେନ୍ଦ୍ର ମଧ୍ୟ ରହିଛି । କିନ୍ତୁ ହେଡକ୍ୱାଟର ଡାକ୍ତରଖାନା ହୋଇଥରଲେ ମଧ୍ୟ ଏଠାରେ ଦୀର୍ଘ ୧ବର୍ଷହେବ ଡାକ୍ତର ପଦବୀ ଖାଲି ପଡିଛି ।ଯାହାଫଳରେ ଅଂଚଳବାସୀ ପ୍ରାଣୀଚିକିସ୍‌।ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ପ୍ରାଣୀଚିକିସ୍‌କ ନଥିବାରୁ ଚିକିସ୍‌।ଳୟଟି ଏକପ୍ରକାର ଅବ୍ୟବସ୍ଥା ସହ ଅପରିସ୍କାର ହୋଇ ପଡିରହିଛି । ଦୁଇଜଣ ଅସ୍ଥାୟୀ କର୍ମଚାରୀ ଜଗୁଆଳି […]

ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ

ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକାଥାନା ଅଧୀନସ୍ତ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପାରାଲିସିସ ରୋଗୀକୁ ନର୍ସିଂ ସେବା ଯୋଗାଇଦେବାକୁ ଆସି ଘରୁ ସୁନାକାନଫୁଲ ଏବଂ ୫ହଜାରେଟଙ୍କା ଚୋରୀକରି ଚମ୍ପଟ ମାରିଥିବାବେଳେ ଶୁକ୍ରବାରଦିନ ପୋଲିସ ହାତରେ ଧରାପଡିଛନ୍ତି ଅରୁଣ କୁମାର ମହାନ୍ତି ।ତାଙ୍କଠାରୁ ପୋଲିସ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରି କୋର୍ଟଚାଲଣ କରିଛି । ପ୍ରକାଶଯେ,ବ୍ରଜେଶ୍ୱରୀ ବାରିକ ଏବଂ ତାଙ୍କସ୍ୱାମୀ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିଲେ ।ସ୍ୱାମୀ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ ଦେଖାଶୁଣା ପାଇଁ ସେ […]

ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଦୀପାବଳିରେ ଭୁବନେଶ୍ବରରେ ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ ।୧୨୫ ଡେସିବଲ୍‌ରୁ କମ ଶବ୍ଦ କରୁଥିବା ବାଣକୁ ଅନୁମତି ।ବେଆଇନ ବାଣ କାରବାର ଉପରେ ନଜର ରଖିବ ପୁଲିସ ।ନିୟମ ନ ମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନେବ ପୁଲିସ ।

ପ୍ରଣବ ପ୍ରକାଶ ହେଲେ ଓସିଏ ସଭାପତି

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓସିଏ ସଭାପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥପତ୍ର ଦାଖଲ କରିନାହାନ୍ତି । ତେଣୁ ପ୍ରଣବ ପ୍ରକାଶ ଦାସ ଏକ ପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ କେବଳ ବିଧିବଦ୍ଧ ଘୋଷଣା […]

ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର

କଟକ,୨୧/୧୦(ଏସ ଏସ ନିଉଜ)ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର। ଅଟୋ ଚାଳକ ମୃତବରଣ କରିଛି।ସିଡିଏ ସେକ୍ଟର-୧୧ରେ ଦୁର୍ଘଟଣା ଘଟିଛି। ମୃତ ଅଟୋ ଚାଳକ ଖାନନଗର ଅଞ୍ଚଳର ହୋଇଥିବାବେଳେ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ଟିପ୍ପରକୁ ଚୌଦ୍ୱାର ପୁଲିସ ଧରିବାସହ ଡ୍ରାଇଭରକୁ ଅଟକ ରଖିଛି ।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଦୁର୍ଘଟଣା ଘଟିଛି । ସିଙ୍ଗିଙ୍ଗ ଗାଁ ପାଖରେ ହେଲିକପ୍ଟର ଦୁର୍ଘଟଣା । ଘଟଣାସ୍ଥଳକୁ ଯାଇଛନ୍ତି ଉଦ୍ଧାରକାରୀ ଦଳ । ହେଲିକପ୍ଟର ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ବାଣଫୁଟି ଜଣେମୃତ ,୩ଗୁରୁତର

ତାଳଚେର,୨୧/୧୦(ଏସଏସ ନିଉଜ)ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।ଖମାରଥାନା ଇଞ୍ଚୁଡ଼ି ପଞ୍ଚାୟତ ସାଆନ୍ତା ଗାଁରେ ଏହି ଅଘଟଣ ଘଟିଛି।ଗୁରୁତର ଆହତ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭୋଟିଂରେ ହେବ କଳାକାର ଚୟନ

ବରଗଡ଼,୨୧/୧୦(ଏସଏସ ନିଉଜ)ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିପାଇଁ ପ୍ରସ୍ତୁତିପର୍ବ ରେ ଲାଗିପଡିଛି କମିଟି। ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ମହାରାଜ କଂସଙ୍କ ସହ ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଆବେଦନ ପତ୍ର ଗ୍ରହଣ କରାଯିବ । ଜଣେ […]

ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର

ଧାମରା,୨୧/୧୦(ଏସଏସ ନିଉଜ) ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାର କିମି। ପରୀକ୍ଷଣ ସମୟରେ ଡିଆରଡିଓର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।