Browsing daily archive

October 11, 2022

ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୨ ତାରିଖ (ବୁଧବାର)କାର୍ତିକ ମାସ -କୃଷ୍ଣପକ୍ଷ,ତିଥି-ତୃତୀୟା ରାତ୍ରି ଘ୧/୫୨ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ,ସୁର୍ୟୋଦୟ ପ୍ରାତଃ ଘ୦୫/୪୪/୦୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୩/୦୦,କର୍କଟ ରାଶି ର ଘାତବାର,ବିଛାରାଶିର ,ଘାତଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ପୋଟଳ ଭକ୍ଷଣ ନିଷେଧ। 🐏ମେଷ-ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ। […]

ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

ବାରଙ୍ଗ,୧୧/୧୦ (ଏସଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡର ଲକ୍ଷ୍ମୀଦେବୀବଣିକ ସଂଘ ପକ୍ଷରୁ ୩୭ତମ ଗଜଲକ୍ଷ୍ମୀ ପୁଜା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଛି ।କୋଭିଡ କଟକଣା ହଟିବାପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ପୁଜାର୍ଜନା କରାଯାଉଥିବାରୁ ବ୍ୟବସାୟୀମାନେ ବେଶ ଉତ୍ସାହିତ ଅଛନ୍ତି ।ତିନିଦିନଧରି ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ବ୍ୟବସାୟୀମାନେ। ସୋମବାର ରାତିରେ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ପୁଜା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ବଣିକ ସଂଘପକ୍ଷରୁ ତାଙ୍କୁ ଭବ୍ୟମ୍ବର୍ଦ୍ଧନାଦେବା ସହ ବଜା ବଜାଇ ବାଣ ଫୁଟାଇ ସ୍ଲୋଗାନ […]

ଆଖିବୁଜିଲା ଶାକାହାରୀକୁମ୍ଭୀର

ଆଖିବୁଜିଲା ଶାକାହାରୀକୁମ୍ଭୀର

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କେରଳର କାସରଗୋଡ୍ ଜିଲ୍ଲାରେ ଅବସ୍ଥିତ ଶ୍ରୀଅନନ୍ତ ପଦ୍ମନାଭସ୍ୱାମୀ ମନ୍ଦିରରେ ଥିବା ଶାକାହାରୀକୁମ୍ଭୀର ବାବିୟା ମୃତ୍ୟୁବରଣ କରିଛି । ମନ୍ଦିର ପୋଖରୀରେଥିବା ଏହି ଏକମାତ୍ରକୁମ୍ଭୀର ନିର୍ବିଘ୍ନରେ ମନ୍ଦିରର ବିଭିର୍ଣସ୍ଥାନକୁ ଅବାଧରେ ଯାତାୟତ କରିବା ସହ ପୋଖରୀରେ ଥିବା ମାଛକୁ ଖାଉନଥିଲା ।ଏହାସହ କୈାଣସି ଲୋକଙ୍କୁ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କ୍ଷତି କରିନାହିଁ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି ।

ସିନେମା ଦୁନିଆରେ ଧୋନି

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଛନ୍ତି ଧୋନି ।ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି ।ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ପ୍ରଡକ୍ସନହାଉସ ରଖିଛନ୍ତି ।ମାହିଙ୍କ ଏହି ପ୍ରଡକ୍ସନହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ ।ଏଣିକି ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କଭଳି ଷ୍ଟାରମାନଙ୍କ ସହ କାମକରିବେ ଟିମଇଣ୍ଡିଆର ବାହୁବଳୀ ।

ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାନେଇ ମୁଖ୍ୟବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ ।ନଭେମ୍ବର୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ତାଙ୍କରକାର୍ଯ୍ୟକାଳ ୨ବର୍ଷରୁ ଅଧିକରହିବ ।ସେପଟେ କେନ୍ଦ୍ରସରକାରଙ୍କ ତରଫରୁ ଏନେଇ ଜଷ୍ଟିସଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବାବେଳେ ଏନେଇ କେନ୍ଦ୍ରସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ସସ୍‌ପେଣ୍ଡ ହେଲେ କଣ୍ଟାବାଂଜି SDPO

ବଲାଙ୍ଗିର,୧୧/୧୦(ଏସଏସନିଉଜ) କଣ୍ଟାବାଂଜି SDPO ହୃଷିକେଶ ମେହେରଙ୍କୁ ସସ୍‌ପେଣ୍ଡ କଲା ରାଜ୍ୟ ଗୃହ ବିଭାଗାଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡ଼ପ ଅଭିଯୋଗ ଥିଲା ।ଅଭିଯୋଗ ପରେ ପ୍ରାଥମିକ ସ୍ତରରେ SDPOବଦଳି କରାଯାଇଥିଲା ।ପରେ SPଙ୍କ ଚୂଡ଼ାନ୍ତ ରିପୋର୍ଟ ଅଧାରରେ SDPOଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

ଆଜି ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇପାରନ୍ତି । ଗତକାଲି ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।ଅନ୍ୟ ପଟେ ଅର୍ଚ୍ଚନା ନାଗ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସ୍ମୃତି ପଟ୍ଟନାୟକ । କହିଲେଏହି ମାମଲାରେ ବଡ଼ବଡ଼ ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ରାକେଟ ପଛରେ ସରକାରୀଦଳ ପ୍ରତ୍ୟକ୍ଷଭାବେ ସଂପୃକ୍ତ ରହିଛି । ତଦନ୍ତରେ ପୁଲିସ ବିଫଳ ହୋଇଥିବାବେଳେ ସଂପୃକ୍ତ ବ୍ୟକ୍ତିଙ୍କ […]

ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ରାତିତମାମ ଶିକ୍ଷକନିଯୁକ୍ତି ଦୁର୍ନୀତି ବିଷୟରେ ଜେରା କରିବା ପରେ କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ’ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି।ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ବିତୀୟ ହାଇ-ପ୍ରୋଫାଇଲ୍ ତୃଣମୂଳ କଂଗ୍ରେସ ବିଧାୟକ।

ଚିକିତ୍ସା ଅଭାବରୁ ଶିଶୁ ମୃତ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଚିକିତ୍ସା ଅଭାବରୁ ୨ ବର୍ଷର ଶିଶୁପୁତ୍ରଟିର ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ଉତ୍ୟକ୍ତହୋଇ ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକ ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣା ଗଜପତି ଗୋଷାଣୀବ୍ଳକ ଅନ୍ତର୍ଗତ ଗୁରାଣ୍ଡିଗ୍ରାମରେ ଘଟିଛି । ଜ୍ୱରରେ ଆକ୍ରାନ୍ତ ଗୁରୁଣ୍ଡି ଗାଁର ଶିଶୁ କାଲି ମେଡିକାଲ ଆସିଥିଲୋଔଷଧ ସେବନ ପରେ ଅଧିକ ଅସୁସ୍ଥ […]

ଆଜି ଆରମ୍ଭ ହେବ ଫିଫା ମହିଳାବିଶ୍ୱକପ୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨।ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍‌ର ଓପ୍‌ନିଙ୍ଗ ଗେମ୍ ଖେଳାଯିବ । ଆୟୋଜକରାଷ୍ଟ୍ର ଭାରତ ଆଜି ରାତି୮ଟାରେ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ୟୁଏସ୍‌ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ।ସମସ୍ତ ୧୬ଟି ଅଂଶଗ୍ରହଣକାରୀଦଳ ଭେନ୍ୟୁରେ ପହଂଚିସାରିଛନ୍ତି ।ଏଥର ତାଞ୍ଜାନିଆ ପ୍ରଥମଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।