Browsing daily archive

October 4, 2022

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହାସହ ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓଲଟିଲା ପିକଅପଭ୍ୟାନ

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ଯାନଟି ଓଲଟିପଡିଛି।

ଶାରଦୀୟ ଅଭିନନ୍ଦନ

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର ପରିବେଶ। ଆଜି ପୀଠରେ ମାଙ୍କର ମହା ଦଶମୀ ଥିବାବେଳେ ମଣ୍ଡପରେ ମହାନବମୀ।ପବିତ୍ର ଦଶହରା ପର୍ବ ଓ ଦୁର୍ଗାପୂଜା ଉପଲକ୍ଷେ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଜଗତ ଜନନୀମାଦୁର୍ଗା,ଆପଣ ତଥା ଆପଣଙ୍କ ପରିବାରବର୍ଗଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।ଏହାହିଁ ମାଙ୍କ ଚରଣାବିନ୍ଦରେ satyasandhana ପରିବାର ପକ୍ଷରୁ ପ୍ରାଥନା ଓ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ।