Browsing daily archive

October 3, 2022

ରାସ୍ତାରେ ବସିଲେ ଗ୍ରାମବାସୀ

ରାସ୍ତାରେ ବସିଲେ ଗ୍ରାମବାସୀ

ଖୁଣ୍ଟୁଣୀ,୩/୧୦(ଏସଏସନିଉଜ)ରବିବାର ଦିହିପହର ସମୟରେ ଯାତ୍ରୀବାହୀ ବସ ଧକ୍କାରେ ସାଇକେଲ ଆରୋହୀ କପୁରସିଂ ଗ୍ରାମର ଅରକ୍ଷିତ ରାଉତ(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁଘଟିଛି ।ଏହି ଦୁର୍ଘଟଣା ଗୁରୁଡ଼ିଝାଟିଆଥାନା ଅଧୀନସ୍ଥ ୫୫ନଂ ଜାତୀୟ ରାଜପଥର କପୁରସିଂ କ୍ଳବନିକଟରେ ଘଟିଛି ।ଘଟଣା ପରେ ମୃତକଙ୍କ ପରିବାରଲୋକଙ୍କୁ ସମର୍ଥନ ଜଣାଇ ଗ୍ରାମବାସୀମାନେ କ୍ଷତିପୁରଣ ଦାବୀରେ ଅରକ୍ଷିତର ଶବକୁ ରାସ୍ତା ଉପରେ ରଖି ଦୀର୍ଘ ତିନିଘଣ୍ଟା କାଳ ଜାତୀୟରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାଇବା ପରେ ସାଢେ୩ଟା ରାସ୍ତା […]

ଆଜିର ରାଶିଫଳ

ଆଜିର ରାଶିଫଳ

ପିଠେ ଦଶହରା,ବିଜୟା ଦଶମୀ, ମୃଣ୍ମୟୀ ଦେବୀଙ୍କ ର ମହା ନବମୀ ପୂଜା, ଓ ସୋମନାଥ ବ୍ରତ ଉଦଯାପନ ,୨୦୨୨ମସିହା ଅକ୍ଟୋବରମାସ ୦୪ତାରିଖ ,ମଙ୍ଗଳବାର ,ମାସ–ଶୁକ୍ଳପକ୍ଷ ,ତିଥି-ନବମୀ ଦିବା ଘ୨/୧୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୧/୪୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ ୦୫ /୨୯/୨୬ ,ମକରରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ନବମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ଓ ଦଶମୀର ପ୍ରାବଣଶ୍ରାଦ୍ଧ ,ଲାଉ ଦିବାଘ୨/୧୮ ଗତେ କଳମଶାଗ ଭକ୍ଷଣନିଷେଧ । ମେଷ-ରଚନାତ୍ମକକାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତଲୋକଙ୍କ ସହିତ ସାକ୍ଷାତହେବ। ନୂଆ […]

ଖୁବ୍‌ଶୀଘ୍ର ଧାମନଗର ଉପନିର୍ବାଚନ

ଖୁବ୍‌ଶୀଘ୍ର ଧାମନଗର ଉପନିର୍ବାଚନ

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ମତଦାନ, ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।

ପ୍ରେମିକ ସାଙ୍ଗରେ ମିଶିଲା ମା

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡ଼ିପୁର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ବାହାରେ ରହୁଥିବା ବେଳେ ପ୍ରେମିକ ସାଙ୍ଗରେ ମିଶି ମା ଦୁଇବର୍ଷର ଶିଶୁ ପୁତ୍ରକୁ କଚାଡି ମାରିଥିବାର ଜଣାପଡିଛି।

ପୂଜା ମଣ୍ଡପରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ଉତ୍ତରପ୍ରଦେଶର ଭଦୋହିସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୪ଜଣ ଆହତ ହୋଇଥିବା ସୂଚନା ମିଳିଛି।ଏଥିରେ ୧୦ ଓ ୧୨ ବର୍ଷର ଦୁଇଜଣ ପିଲା ଓ ଜଣେ ୪୫ ବର୍ଷୀୟ ମହିଳାଙ୍କ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ରବିବାର ରାତି ସାଢ଼େ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା।

ଏଟିଏମ୍‌ରୁ ଲୁଟ୍

ଢେଙ୍କାନାଳ,୩/୧୦(ଏସଏସ ନିଉଜ)ଗଁଦିଆ ଥାନା ବରପଦା ଛକରେ ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି।ପଛ କାନ୍ଥ ଭାଙ୍ଗି ଏଟିଏମ୍‌ରୁ ଟଙ୍କା ଲୁଟ ହୋଇ ଥିବା ସନ୍ଦେହ କରାଯାଇଛି।କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।