Browsing monthly archive

September 2022

ଅବକାରୀ ବିଭାଗ ହାତରେ ବ୍ରାଉନସୁଗାର ବେପାରୀ

ଅବକାରୀ ବିଭାଗ ହାତରେ ବ୍ରାଉନସୁଗାର ବେପାରୀ

ଡେଲାଙ୍ଗ,୨୪/୯(ଏସଏସନିଉଜ)ପୁରୀଜିଲ୍ଲା ଅବକାରୀ ବିଭାଗଶନିବାରଦିନ ଚଢଉ କରି ବେରାବୋଇ ଗ୍ରାମରୁ ୧୫୩ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ବ୍ରାଉନସୁଗାର ବିକ୍ରେତା ରାଜକିଶୋରବେହେରାଙ୍କୁ ମଧ୍ୟ ଗିରଫ କରିଛି ।ଅବକାରୀଥାନାରେ ୪୭/ ୨୨କେଶନଂରେ ଏକ ମକଦ୍ଦମାରୁଜୁକରି ରାଜକିଶୋର ଙ୍କୁ କୋର୍ଟଚାଳଣ କରିଥିବା ବେଳେ ତାଙ୍କ ଜାମିନ ନାମଞୁର ହେବାରୁ ପୁରୀକାରାଗରକୁ ପଠାଯାଇଛି ।ଜବତ ବ୍ରାଉନସୁଗାର ମୁଲ୍ୟ ୧୫ଲକ୍ଷ୩୦ହଜାରେ ଟଙ୍କା ହେବ ବୋଲି ଜଣାପଡିଛି ।

ଆଜିର ରାଶିଫଳ

ଆଜିର ରାଶିଫଳ

【ମହାଲୟା ଅମାବାସ୍ୟା】୨୦୨୨ ମସିହା ସେପ୍ଟେମ୍ବର ମାସ ୨୫ ତାରିଖ (ରବିବାର)ଆଶ୍ଵିନ ମାସ -କୃଷ୍ଣପକ୍ଷ, ତିଥି- ଅମାବାସ୍ୟା ରାତ୍ରି ଘ୩/୩୯ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା, ସୁର୍ୟୋଦୟ ପ୍ରାତଃ ଘ୦୫/୩୯/ ୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୩୭/୩୧ ,ମେଷରାଶିର ଘାତବାର,ବୃଷରାଶିର ଘାତ ଚନ୍ଦ୍ର,ଅମାବାସ୍ୟାର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମାଛ, ମାଂସ ଭକ୍ଷଣ ନିଷେଧ। 🐏ମେଷ-ମେଷରାଶିରେ ଆଜି ର ଦିନରେ ଭାବିବା ଆଗରୁ ଦୁଇ ଥର ଭାବନ୍ତୁ | ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ | ବିଦେଶ […]

ଧରାପଡ଼ିଲେ ଆୟକର ଅଧିକାରୀ

ଧରାପଡ଼ିଲେ ଆୟକର ଅଧିକାରୀ

ଖୋର୍ଦ୍ଧା,୨୪/୯(ଏସ ଏସ ନିଉଜ)ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆୟକର ଅଧିକାରୀ। ଆୟକର ଅଧିକାରୀ ସୁମନ୍ତ ସୁନ୍ଦର ସାହୁଙ୍କୁ ଗିରଫ ହୋଇଛନ୍ତି।ଜଣେ ସୁନା ଦୋକାନୀଙ୍କଠାରୁ ୫ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି। ଟିକସ ରଫାଦଫା ପାଇଁ ଲାଞ୍ଚ ନେଲାବେଳେ ମାଡ଼ିବସିଛି ସିବିଆଇ । ୪୦ ଲକ୍ଷ ଦାବି କରିଥିଲେ।ପୂର୍ବରୁ ୧୦ ଲକ୍ଷ ନେଇଥିବା କହିଲେ CBI ଡିଏସପି।

ଦେଶୀମଦ ସହ ସ୍କୁଟି ଜବତ

ଡ଼େଲାଙ୍ଗ,୨୪/୯(ଏସଏସ ନିଉଜ)ପୁରୀ ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ସ୍କୁଟିରେ ଥିବା ୬୦ଲିଟର ଦେଶୀମଦ ସହ ଜଣଙ୍କୁ ଗିରଫ କରାଯାଇଛି।ପୁରୀ କୋଣାର୍କ ରାସ୍ତାର ବିପିତାର ତାରିଣୀ ଛକରୁ ଦେଶୀ ମଦ ନେଇ ଯାଉଥିବା ସତ୍ୟବାଦୀ ଥାନା ଅଧିନସ୍ତ ଶୋଲଘର ଗ୍ରାମର ପବିତ୍ର ବେହେରା ନାମକ ଯୁବକକୁ ଧରିବାରେ ସକ୍ଷମ ହୋଇଛନ୍ତି।୧୧୪/୨୨କେଶ ନମ୍ବର ରେ ଏଜ ମକଦମା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି।

ଅକ୍ଟୋବର୧ରେ ୫ଜି ଲଞ୍ଚ

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ଅକ୍ଟୋବର୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ରେ ୫ଜି ସେବା ଆରମ୍ଭ କରିବେ। ୫ଜି ଲଞ୍ଚ ହେବା ପରେ ଦେଶରେ ଟେଲିକମ୍ ସେବାର ଗୁଣବତ୍ତା ଉନ୍ନତ ହେବ।

ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ଼ ଷ୍ଟାର ବାବୁ ସାନ।ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ବାବୁଶାନ।କିଛିଦିନର ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଡିସଚାର୍ଜ ହୋଇଛନ୍ତି।ପତ୍ନୀ ତୃପ୍ତି ଶତପଥୀଙ୍କ ସହ ହସ୍ପିଟାଲରୁ ଏକାଠି ବାହାରିଥିବାର ଦେଖିବାକୁ ମିଳିଛି।କିଛିଦିନ ହେଲା ପାରିବାରିକ ବିବାଦ ପାଇଁ ଉଭୟ ଅଲଗା ରହୁଥିଲେ।

ଦୋକାନ ଉପରେ ମାଡିଗଲା ଟ୍ରକ

କଟକ,୨୪/୯(ଏସଏସନିଉଜ) ନିଶ୍ଚିନ୍ତକୋଇଲି ବଜାରରେ ଥିବା ୪ ରୁ ୫ ଟି ଦୋକାନ ଉପରେ ମାଡିଯାଇଛି ୨ଟି ଟ୍ରକ୍ ।ଦୋକାନ ଗୁଡିକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ୧୦ରୁ ଉର୍ଦ୍ଧ୍ବ ଦୋକାନ କର୍ମଚାରୀ। ଜଣେ ଡ୍ରାଇଭର ଗୁରୁତର ଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଫେରାର ଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କଘରୁ ମିଳିଛି ମୃତଦେହ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି ।ମୃତ୍ୟୁପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା […]

ସ୍କୁଲରୁ ଚୋରୀ

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ତାଲାଭାଙ୍ଗି ସ୍କୁଲରୁ ଚୋରି ଅଭିଯୋଗ ହୋଇଛି। ପୁଇଁନ୍ତଳାବ୍ଲକ ଅନ୍ତର୍ଗତ ପାଙ୍କେଲବାହାଲ ସ୍କୁଲରୁ ଚୋରି ହୋଇଛି। ବିଳମ୍ବିତରାତ୍ରିରେ ସ୍କୁଲର ତାଲାଭାଙ୍ଗି ଚୋରି କରିନେଲେ। ଲଗାତାର ଭାବରେ ଚୋରି ହେଉଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହେଉଛି।

ଭୁଲ ମାଗିବାପରେ ଛାଡିଲେ ଗ୍ରାମବାସୀ

ବାରଙ୍ଗ,୨୩/୯(ଏସଏସନିଉଜ) ନରାଜ ଷ୍ଟେସନ ନିକଟରେ ଥିବା ଏକ ବରଗଛ ଡାଳକୁ କାଟି ନେଉ ଥିବାବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଏହି ଡାଳ ନନ୍ଦନକାନନକୁ ହାତୀ ଓ ହରିଣ ଜାତୀୟ ପ୍ରାଣୀମାନଙ୍କ ଖାଇବାପାଇଁ ଅଣାଯାଉଥିଲା ।ନନ୍ଦନକାନନକୁ ବରଡାଳ ଯୋଗାଇବାକୁ ଟେଣ୍ଡର ରେ ନେଇଥିବା ଠିକାଦାର ଆଣୁ ଥିବାବେଳେ ଖବରପାଇ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ବର ଡାଳ ବୋଝେଇ ୪୦୭ଗାଡିକୁ ରୋକିଥିଲେ ।ଗାଡିଚାଳକ ଓ ଗାଡିରେ ଥିବା ଦୁଇଜଣ ଡାଳକଟାଳି ଭୁଲ ମାଗିବାସହ ଏହିଜାଗାରୁ ଆଉ ଡାଳକାଟିବାକୁ ନଆସିବାର […]