Browsing monthly archive

September 2022

ଆଜିର ରାଶିଫଳ

【ଷଷ୍ଠୀଓଷା,ସୋମନାଥବ୍ରତ ଆରମ୍ଭ, ଲଳିତାସପ୍ତମୀ ଓ କୁକକୁଟୀବ୍ରତ】୨୦୨୨ ମସିହା ସେପ୍ଟେମ୍ବର ମାସ ୦୨ ତାରିଖ (ଶୁକ୍ରବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ ଦିବାଘ୧/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୮/୧୯ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ ,ନିମ୍ବ ଦିବା ଘ୧/୩୭ ଗତେ ତାଳ ଭକ୍ଷଣ ନିଷେଧ। ମେଷ-ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। […]

ପାଚେରୀ ଡେଇଁ ଫେରାର

ସୋର,୧/୯(ଏସଏସନିଉଜ)ସୋର ସବ ଜେଲରୁ ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିବାର ଜଣାପଡିଛି ।ମୟୁରଭଞ୍ଜ ଠାକୁରମୁଣ୍ଡ ଅଞ୍ଚଳର ଅଭିଯୁକ୍ତ ସୁଦାମ ଫେରାର ହୋଇଯାଇଛନ୍ତି ।ପାଚେରୀ ଡେଇଁ ବିଲରେ ଦୌଡ଼ି ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।ଏହାପରେ ଜେଲ କର୍ମଚାରୀ ମୂଳିସିଂ ଜଙ୍ଗଲରେ ଖୋଜୁଥିବାର ଦେଖିବାକୁ ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଭୁବନେଶ୍ୱର,୧/୯(ଏସଏସନିଉଜ)ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମକଡ୍ରିଲ କଲା ଅଗ୍ନିଶମ ବିଭାଗ ।ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୱାର୍ମ ଅଫ କଲେ ଅଗ୍ନିଶମ କର୍ମଚାରୀ । Skylift ଜରିଆରେ ଡେମୋ ଦେଖାଉଛନ୍ତି କର୍ମଚାରୀ । ସୁରକ୍ଷା କର୍ମଚାରୀ ମାନଙ୍କୁ ମଧ୍ୟ ଏ ନେଇ ତାଲିମ ଦିଆଯିବ ବୋଲି ଜଣାପଡିଛି ।  

ବିଦ୍ୟୁତ୍ ତାର ନେଲା ଯୁବକର ଜୀବନ

କରଞ୍ଜିଆ, ୧/୯(ଏସଏସନିଉଜ) ରରୁଆଁ ଥାନା ଅନ୍ତର୍ଗତ ତଳଗାଁ ଗ୍ରାମରେ ଅଘଟଣ ଘଟିଛି। ଅଭର୍ହେଡ୍ ପାଣିଟାଙ୍କିର ରଙ୍ଗ ମାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଯୁବକ ଜଣକ ବହଳଦା କୁଲଗି ଗ୍ରାମର ନିର୍ମଳ ମହାନ୍ତ। ଖବରପାଇ ଘଟଣାସ୍ଥଳରେ ପୋଲିସପହଁଚି ତଦନ୍ତ ଆରମ୍ଭ କରିଛି ।  

ଠାବ ହେଲା ସେକ୍ସ୍ ରାକେଟ

ଯାଜପୁର, ୧/୯(ଏସଏସନିଉଜ) ପାଣିକୋଇଲି ଛକ ନିକଟରେ ଥିବା ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପାଣିକୋଇଲି ପୋଲିସ। ଏହାସହ ଏହିଘଟଣାରେ ଶ୍ରୀହରୀ କଟେଜ୍ ନାମକ ହୋଟେଲକୁ ମଧ୍ୟ ସିଲ୍ କରିଛି ପୋଲିସ ।  

ତିନିଆକାରରେ ଗଣେଶ ମୂର୍ତ୍ତି

ମାଲକାନଗିରି, ୧/୯(ଏସଏସନିଉଜ) ମାଲକାନଗିରିରେ ଗଣେଶପୂଜା ପାଳନ ବେଳେ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।କାରଣ ଗଣେଶଙ୍କ ମୂର୍ତ୍ତିଙ୍କୁ ତିନି ପ୍ରକାର ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଜୋର ଧରିଛି । ପ୍ରଭୁ ଜଗନ୍ନାଥ, ଯିଶୁ ଓ ମୁସଲିମ୍ ବେଶରେ ଗଣେଶ ମୂର୍ତ୍ତି କରାଯାଇଛି । ତିନି ମୂର୍ତ୍ତିକୁ ତିନି ଧର୍ମର ମୁଦ୍ରାରେ ଉପସ୍ଥାପନ କରାଯାଇଛି ।ଯାହାଫଳରେ ଏହି ଘଟଣା ଥାନାରେ ପହଞ୍ଚିଥିବାର ଜଣାପଡିଛି ।

ସାଳନ୍ଦୀ ନଦୀରେ ବୁଡି ଜଣେ ନିଖୋଜ

ଭଦ୍ରକ ,୧/୯(ଏସଏସନିଉଜ) ସାଳନ୍ଦୀ ନଦୀରେ ୩ଜଣ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ଅନ୍ୟ ଦୁଇଜଣ ସୁରକ୍ଷିତ ଭାବେ କୂଳକୁ ପଳାଇ ଆସିଥିବା ଜଣାପଡିଛି ।ସାଳନ୍ଦୀ ନଦୀର ସାହାପୁର ଘାଟ ନିକଟରେ ଘଟିଛି ଏହି ଅଘଟଣ ।

ପୁଲିସ ହାତରେ ବଡ଼ ସୁରାକ

ଭୁବନେଶ୍ୱର, ୧/୯(ଏସଏସନିଉଜ) ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଲା ବଡ଼ ସୁରାକ । ଅଟକ ଥିବା ଯୁବକଙ୍କୁ ହତ୍ୟା ଦିନ ଫୋନ୍ କରିଥିଲେ ଶୁଭଶ୍ରୀ । ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନରୁ ଯାଇଥିଲା ଶେଷ କଲ୍ । ଶୁଭଶ୍ରୀଙ୍କ ଶେଷ କଲ୍ ଅବଧି ଥିଲା ମାତ୍ର ୨୭ ସେକେଣ୍ଡ ବୋଲି ପୋଲିସ ଜାଣୀବାକୁ ପାଇଛି ।

ଚଳଚଂଚଳ ସୁବର୍ଣ୍ଣପୁର ଜିଲ୍ଲା

ଭୁବନେଶ୍ୱର,୧/୯)ଏସଏସନିଉଜ)ନୂଆଁଖାଇ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗାଁଠୁ ସହର ଚାରିଆଡ଼ ଚଳଚଂଚଳ ହୋଇଉଠିଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନୂଆ ଲାଗିହେବା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ ।ଏଥିପାଇଁ ସମସ୍ତେ ବେଶ ଉସ୍‌ାହିତ ଥିବାର ଜଣାପଡିଛି ।

ମାଡ଼ି ଆସୁଛି ବଡ଼ ବାତ୍ୟା

ଭୁବନେଶ୍ୱର,୧/୯(ଏସଏସନିଉଜ)ମାଡ଼ି ଆସୁଛି ବଡ଼ ବାତ୍ୟା ।ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଥିବାର ଜଣାପଡିଛି ।