ଖାଇବା ତେଲ ଦାମ୍ ଶସ୍ତା ହୋଇପାରେ
ଭୁୁବନେଶ୍ୱର,୨୫/୫(ଏସଏସନିୟୁଜ) ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର୍ୟ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।