Browsing daily archive

April 30, 2022

ବିକ୍ରି ହେଲା ପବନହଂସ

ଭୁବନେଶ୍ୱର, ୩୦/୪(ଏସ ଏସ ନିଉଜ) ହେଲିକପଟର ପବନହଂସର ୫୧ ପ୍ରତିଶତ ଅଂଶଧନକୁ ବିକ୍ରି କଲେ କେନ୍ଦ୍ର ସରକାର । ଉତ୍ତରାଖଣ୍ଡ ଏବଂ ହିମାଚଳରେ ଗ୍ରାମୀଣ ଇଲାକାରେ ଶସ୍ତାରେ ସେବା ଯୋଗାଉଥିଲା ।ପବନହଂସର ୫୧ପ୍ରତିଶତ ଅଂଶଧନ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଥିଲା।ସବୁଠୁ ଅଧିକ ଟେଣ୍ଡର ଡାକିଥିବା ଷ୍ଟାର ନାଇନ୍ ମୋବିଲିଟି ପ୍ରାଇଭେଟ୍ ଲିମିଡେଟ୍ କୁ ଏହା ମିଳିଛି ।ଏଥିପାଇଁ କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ଯାହାଫଳରେ ହେଲିକପ୍ଟରର ଘରୋଇକରଣ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୪ (ଏସ ଏସ ନିଉଜ) ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାର ପତିମାନଙ୍କ ସମ୍ମିଳନୀରେ ଯୋଗଦେବେ।ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମନା ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ମେ ୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।

ଯୁବକଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼,୩୦/୪(ଏସ ଏସ ନିଉଜ) ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଟାଉନ ଥାନା ସରକାରୀ କଲେଜ ରୋଡ୍‌ରେ ଏହି ଘଟଣା ଘଟିଛି । ୨ ଦୁର୍ବୃତ୍ତ ମୁଖାପିନ୍ଧିବାଇକ୍‌ରେ ଆସି ଗୁଳି କରି ଚମ୍ପଟ୍ ମାରିଛନ୍ତି ।ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ର ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ଆଜିର ରାଶିଫଳ

ଅପ୍ରେଲ ମାସ ୩୦ ତାରିଖ ୨୦୨୨ ମସିହା(ଶନିବାର) ବୈଶାଖ -କୃଷ୍ଣପକ୍ଷ,ତିଥି- ଅମାବାସ୍ୟା , ସୁର୍ୟୋଦୟ -ପ୍ରାତଃ ଘ୦୫/୨୨/୪୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/ ୧୯, ମେଷ ରାଶିର ଘାତ ଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ଅମା ବାସ୍ୟାର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଦ୍ଧିରେ ହେବ,ଆମିଷ ଭକ୍ଷଣ ନିଷେଧ। ମେଷ👉ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି […]