Browsing daily archive

March 9, 2022

ଭୁଶୁଡ଼ିଲା ଛତ୍ରବଜାର ପୋଲ

ଭୁଶୁଡ଼ିଲା ଛତ୍ରବଜାର ପୋଲ

କଟକ,୯/୩(ଏସଏସ ନିଉଜ)ଆଜି ସନ୍ଧ୍ୟାରେ କଟକ ଛତ୍ର ବଜାର ନିକଟରେ ଥିବା ପୁରୁଣା ପୋଲଟି ଭୁଶୁଡି ପଡିଛି। ପୋଲର ପାର୍ଶ୍ୱ ପାଚେରୀ ମରାମତି ପାଇଁ ଖୋଳାଯାଉଥିବାବେଳେ ଏକଅଂଶ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ ।ଏହି ଘଟଣାରେ ପ୍ରାଥମିକ ସୂଚନା ଅନୁସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସୁଚନା ମିଳିଛି ।ଏବେବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାର ଜଣାପଡିଛି ।

ହାତୀ ପାଇଁ ନନ୍ଦନକାନନ ବନ୍ଦ

ହାତୀ ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୯/୩(ଏସ ଏସ ନିଉଜ)ଚନ୍ଦକା ହାତୀ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟନ ନନ୍ଦନକାନନ।ଗତକାଲି ରାତିରେ ଚନ୍ଦକା ଜଙ୍ଗଲର ଦୁଇଟି ହାତୀ ସୁରକ୍ଷା ପ୍ରାଚିର ଭାଙ୍ଗି ନନ୍ଦନକାନନରେ ପସିଛନ୍ତି।ହାତୀ ଦୁଇଟି ଜିରାଫ ଏନକ୍ଲୋଜରରେ ପଛପଟ ଜଙ୍ଗଲରେ ରହିଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ସାମୟିକ ଭାବେ ନନ୍ଦନକାନନ ମଧ୍ୟକୁ ପ୍ରବେଶକୁ ବନ୍ଦ ରଖାଯାଇଛି।ପର୍ଯ୍ୟଟକ ମାନଙ୍କ ନିରାପଦ ଦୃଷ୍ଟିରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।ହାତୀଙ୍କୁ ଘଉଡାଇବା ପାଇଁ ଚନ୍ଦକା ବନବିଭାଗ,ନନ୍ଦନକାନନ ସୁରକ୍ଷା ବିଭାଗ କର୍ମଚାରୀ ମାନେ ଲାଗିଛନ୍ତି।ଅନ୍ୟପଟେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକ […]