Browsing daily archive

March 4, 2022

ଆରପାରିରେ ସେନ୍ ୱାର୍ଣ୍ଣ

ଭୁବନେଶ୍ୱର,୪/୩(ଏସଏସନିଉଜ)ଅଷ୍ଟ୍ରେଲୀୟର ଜଣାଶୁଣା ପୂର୍ବତନ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ହୋଇଛି । ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ସେନ ଓ୍ବର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଥିବା ସୁଚନା ମିଳିଛି ।ସେ ଏକଦିବସୀୟ ମ୍ୟାଚରେ ୨୯୩ଟି ୱିକେଟ୍ ଓ ଟେଷ୍ଟରେ ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ ନେଇଛନ୍ତି ।

ଉଦ୍ଧାର ହେଲା ବଜ୍ରକାପ୍ତା

ସୁବର୍ଣ୍ଣପୁର , ୪/୩(ଏସଏସନିଉଜ)ଡୁଙ୍ଗୁରିପାଲି ବ୍ଲକ୍ ଟାଙ୍ଗରକର୍ଲେ ପଞ୍ଚାୟତ ଚନ୍ଦଲି ଗ୍ରାମରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ଚନ୍ଦଲି ଗ୍ରାମରଯୋଗୀନ୍ଦ୍ର ଭୋଇଙ୍କ ଘର ପାଖରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖି ତାକୁ ଘରକୁ ଆଣି ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗର ଏକ ଟିମ୍ ଆସି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।୧୨କିଲୋ ଓଜନ ବିଶିଷ୍ଟ ୧ ମିଟର ଲମ୍ବର ଏହି ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷାକରିବା ପରେ ତାକୁ ଜଙ୍ଗଲରେ ଛାଡ଼ିଦେଇଥିବାର ଜଣାପଡିଛି ।  

ଚୋରା କାଠ ଜବତ କଲା ବନ ବିଭାଗ

ରାଉରକେଲା,୪/୩(ଏସଏସନିଉଜ)ଓଡ଼ିଶା–ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଓ ରାଞ୍ଚି ଚାଲାଣ ହେଉଥିବାବେଳେ ରାଉରକେଲା ବନ ବିଭାଗର ଏକ ଟିମ୍ ବିପୁଳ ପରିମାଣର ଚୋରା କାଠ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ।ବିଶେଷସୁତ୍ରରୁ ଖବର ପାଇ ଆଜି ଭୋରସମୟରେ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ୬୭ଜଣ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲେ ।ଚଢଉ କରି ପ୍ରାୟ ୧୦ ଲକ୍ଷରୁ ଅଧିକ ମୁଲ୍ୟର ଶାଳ, ଶାଗୁଆନ, କୁରୁମ ଓ ଅନ୍ୟ ଜଙ୍ଗଲୀ କାଠ ଜବତ କରିଥିଲେ […]

ନଦୀରେ ଭାସୁଛି ଅଜଣା ମୃତଦେହ

ଯାଜପୁର, ୪/୩(ଏସଏସନିଉଜ) ବୈତରଣୀ ନଦୀରେ ଭାସୁଛି ଶବ । ଆଜି ସକାଳେ ବୈତରଣୀରେ ଅଜଣା ଶବ ଭାସୁଥିବାର ଦୁଦୁରାଅନ୍ତା ଶାସନ ଗ୍ରାମର କିଛି ଲୋକ ଦେଖିବାପରେ ଗ୍ରାମରେ ଚର୍ଚ୍ଚା ଯୋର ଧରିଥିଲା ।ଏହି ଖବରପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା । ଗତ୩ଦିନହେବ ଏହି ପଞ୍ଚାୟତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ନିଖୋଜ ଥିବାର ଜଣାପଡିଛି ।ତେବେ ଅଦ୍ୟାବଧି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

ବ୍ରିଜ ତଳକୁ ବାଇକରୁ ଖସି ଦୁଇ ମୃତ୍ୟୁ

ଢେଙ୍କାନାଳ, ୪/୩(ଏସଏସନିଉଜ)ସଦର ଥାନା ଅନ୍ତର୍ଗତ କାଇମାଟି ଶଙ୍ଖ ପୋଲିଆ ନିକଟରେ ଭାରସାମ୍ୟ ହରାଇଏକ ବାଇକ ଖସିପଡିବା ଫଳରେ ବାଇକ ଆରୋହୀ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ସେମାନେ ହେଲେ ସାରିଆପଡ଼ା ଗ୍ରାମର ସତ୍ୟରଂଜନ ଦଳେଇ ଓ ବିକାଶ କୁମାର ନାୟକ ବୋଲି ଜଣାଯାଇଛି।

ଆଉ ୬୫ ଓଡିଆ ଛାତ୍ର ଖାରକିଭ୍ରୁ ଉଦ୍ଧାର ହେଲେ

ଭୁବନେଶ୍ୱର,୪/୩(ଏସଏସନିଉଜ)ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ […]

ବାରଙ୍ଗ ପୋଲିସ ଧରିଲା ମଦ ବୋଝେଇ କାର

ବାରଙ୍ଗ,୪/୨(ଏସ ଏସ ନିଉଜ) ବାରଙ୍ଗ ଥାନା ପୋଲିସ ଶୁକ୍ରବାର ଦିନ ଫକୀର ପଡା ଗ୍ରାମପାଖରୁ ଏକ ମଦ ବୋଝେଇ କାରକୁ ଜବତ କରିବାସହ ଚାଳକକୁ ଗିରଫ କରି କୋର୍ଟ ଚାଳଣ କରିଛି ।କାର ଚାଳକ ହେଉଛନ୍ତି ମେଘା ଗ୍ରାମର ମନୋଜ କୁମାର ସାହୁ।ମନୋଜ ଓଡ଼ି02- ଏଜେ – 5869 ନମ୍ବର କାର ଯୋଗେ ମେଘାରୁ ୩୫ଲିଟର ଦେଶୀ ମଦ ନେଇ ଆସୁଥିବାର ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଖବର ପାଇଥିଲେ।ସଦଳବଳେ ଫକୀର ପଡା ଗାଁ […]

ଚେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ଥାନା ପୋଲିସ

ଚୈାଦ୍ୱାର, ୪/୩(ଏସଏସନିଉଜ) ଚୈାଦ୍ୱାର ଥାନା ପୋଲିସ ଏକ ଚେନଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ପଲସର ଓ୨୨ଟି ସୁନାଚେନ ଜବତ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅର୍ନ୍ତଗତ ଜଇପୁର ଗ୍ରାମର ସୁବ୍ରତ ଭଟ ଓ ଗୋଠପୁରଗ୍ରାମର ଦେବାଶିଷ ସ୍ୱାଇଁ, ଚାନ୍ଦିନିଚୈାକିର ଶୁଭମ କୋକଟେ । ସୁବ୍ରତନାମରେ ୩୩ଟି , ଶୁଭମ ନାମରେ ୨୧ଟି ଓ ଦେବାଶିଷ ନାମରେ ୧ଟି ମକଦ୍ଦମା କଟକ-ଭୁବନେଶ୍ୱର ବିଭିର୍ଣ ଥାନାରେ ରହିଥିବାର ପୋଲିସ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି । ଗତମାସ୨୨ତାରିଖ […]

ଜୁନ୍ ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି୨୦

କଟକ, ୪/୩(ଏସଏସନିଉଜ) ବାରବାଟୀରେ ଜୁନ୍ ୯ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ବୁଧବାର ଘୋଷଣା କରିଛି।ଅନ୍ୟ୪ଟିମ୍ୟାଚ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ‌ଚେନ୍ନଇରେ ଖେଳାଯିବ। କଟକରେ ଜୁନ୍ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ ।

ଧରାହେଲା କୁମ୍ଭୀର

ଭୁବନେଶ୍ବର, ୪/୩(ଏସଏସନିଉଜ) ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବନ ବିଭାଗ କୁମ୍ଭୀରକୁ କାବୁ କରିବାରେ ସକ୍ଷମ ହୋଇଛି । ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା ।ଯାହାକୁ ନେଇ କେନାଳ କୁଳରେ ରହିଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରର ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜି ଛାଡ଼ିଥିଲେ। କୁମ୍ଭୀର ଉଦ୍ଧାର ପରେ ତାକୁ ନନ୍ଦନକାନନକୁ ନିଆଯାଇଥିବାର […]