Browsing yearly archive

2021

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ମାସ- ପୌଷ,ପକ୍ଷ- କୃଷ୍ଣ,ତିଥି- ନବମୀ ସଂ ଘ୦୬-୦୮ମି ଗତେ ଦଶମୀ,ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ରଶୁଦ୍ଧି ଓ ଘାତଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର ଦିବା ଘ ୦୪-୪୧ମି ଗତେ ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ମେଷ: ଆମୋଦପ୍ରମୋଦ,ବୃଷ: ଦୁଃଖ ଶୋକ,ମିଥୁନ: ମାନହାନି, କର୍କଟ: ପ୍ରତିଶୋଧ, ସିଂହ: […]

ଆଜିର ଅନୁଚିନ୍ତା

🦋ଯେଉଁଠାରେ ଦୃଢତା ନାହିଁ ସେଠାରେ ସ୍ଥିରତା ନାହିଁ ଏବଂ ଯେଉଁଠାରେ ସ୍ଥିରତା ନାହିଁ , ସେଠାରେ ମନୁଷ୍ୟ ଦୃଢତାର ସହ କାମ କରିପାରିନଥାଏ I 🦋ପ୍ରଥମେ ଆଚରଣ,ତାପରେ ପ୍ରବଚନ।ଆଚରଣ ନାହିଁ ତ ପ୍ରବଚନ ନଦେବା ଭଲ । 🦋ସମସ୍ୟା ଯେତେ ବି ବଡ଼ ହେଇଥାଉ ନା କାହିଁକି , ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ ଏବଂ ନିଜର କର୍ତ୍ତବ୍ୟ ସର୍ବଦା ପାଳନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଦୁରେଇଯିବ । 🦋ଆତ୍ମଶାନ୍ତି ଜୀବନର ମୁଖ୍ୟ […]

କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ,୨୭/୧୨(ଏସଏସନିୟୁଜ) ଆଜି କଟକକୁ ଫେରିଛି କଣ୍ଟେନମେଣ୍ଟ ଜୋନ। ଗୋପବନ୍ଧୁ ବିହାର ଅଞ୍ଚଳ ଅଞ୍ଚଳରେ ଗୋଟିଏ ପରିବାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋପବନ୍ଧୁ ବିହାର ଅଞ୍ଚଳକୁ କଣ୍ଟେନମେଣ୍ଟୁ ଜୋନ ଭାବରେ ଘୋଷଣା କରିଛି ସିଏମସି । ଆଜି କଟକ ଜିଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଥିବା ର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  

ଏକାଠି ହେଲେ,ପୁରୁଣା କଥାକୁ ମନେ ପକାଇଲେ

ବାରଙ୍ଗ,୨୮/୧୨(ଏସଏସନିୟୁଜ)ଏକାଠିହେଲେ ପୁରାତନ ଛାତ୍ରଛାତ୍ରୀ ।ପରିବାର ଦୁଃଖସୁଖର କଥାକୁ ବଖାଣିଲେ ।ପୁଣି ପାଠପଢା ସମୟର କଥାକୁ ମନେ ପକାଇ ବେଶ ମଜ୍ଜା ଉଠାଇଲେ ।କର୍ମମୟ ଜଞାଳରୁ ସମୟ ବାହାର କରି ସପରବାରେ ପ୍ରତିବର୍ଷ ଏକାଠି ହେବାକୁ ନିଷ୍ପତି ମଧ୍ୟ ନେଲେ ।ମେଣ୍ଢାଶାଳ ସରକାରୀ ବିଦ୍ୟାଳୟଠାରେ ପ୍ରତିଷ୍ଟିତ ଯୁକ୍ତ୨ଧନ୍ଦାମୁଳକ ଶିକ୍ଷାନୁଷ୍ଠାନର ୧୯୯୮ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କଂଟାବାଡଗ୍ରାମପଂଚାୟତର ଝୁମକାଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବନ୍ଧୁୁମିଳନ ରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିବା ପ୍ରଥମବ୍ୟାଚର ସମସ୍ତଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ଶିକ୍ଷାନୁଷ୍ଠାନର ତତକାଳିନ କାର୍ଯ୍ୟରତ […]

ରାସ୍ତା ଉପରେ ବୁଲିଲା ଖଣ୍ଡା

ବାରଙ୍ଗ,୨୮/୧୨(ଏସଏସନିୟୁଜ)ରାସ୍ତା ଉପରେ ବୁଲିଲା ଖଣ୍ଡା ।୫ଜଣ ଯୁବକ ମାରଣାସ୍ତ୍ର ଧରି କିଛି ସମୟପାଇଁ ବାରଙ୍ଗ-କଟକ ମୁଖ୍ୟରାସ୍ତା ଉପରେ ଉପ୍ତାତ କଲେ ।ଗାଡିମଟର ଯାତାୟତ ବନ୍ଦ ହୋଇଯାଇଥିଲା ।ଏହି ଯୁବକମାନେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ପୋଲିସ ଖବର ପାଇ ପହଁଚିବାପରେ ଛତ୍ରଭଙ୍ଗ ଦେବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଏହିଭଳି ଘଟଣା ସୋମବାର ସକାଳେ ବାରଙ୍ଗଥାନା ଅର୍ନ୍ତଗତ ମଧୁବନ ଗାଁମୁଣ୍ଡରେ ଘଟିଛି ।ଯୁବକମାନଙ୍କ ଆକ୍ରମଣରେ ମଧୁବନ ଗ୍ରାମର ଜଗନ୍ନାଥରାଉତ ନାମକ ବ୍ୟକ୍ତି ଗୁରୁତର ଆହତ […]

ଶବ ସହ ୩ଦିନ ରହିଲା ତିନିବର୍ଷର ଝିଅ

ଭୁବନେଶ୍ୱର, ୨୮/୧୨(ଏସଏସନିୟୁଜ) ଅଜ୍ଞାନୀ ଶିଶୁ,ଜାଣିନି କିଛି ,ବୟସ ମାତ୍ର ୩ବର୍ଷ ।ଭଲମନ୍ଦ ଜାଣିନି ।ମା ଶୋଇଥିବାରୁ ମା ପାଖରେ ଶୋଇପଡୁଥିଲା ।ମା ଉଠିଲେ ଖାଇବାକୁ ଦବ ଭାବି ୩ଦିନ ଅଖିଆ ଅପିଆ କଟାଇଦେଇଥିଲା ।କିନ୍ତି ମା ଉଠିନଥିଲା । ମା’ ଶବ ପାଖରେ ଜଗି ବସିଥିଲା ।ମା ପାଟିରୁ ପୋକ ବାହାରିଥିଲା ।ସେ ଜାଣିନଥିଲା ଯେ, ତା ମା ମରିଯାଇଛି ।ଶେଷରେ ପଡୋଶି ମାନଙ୍କୁ ମା ଉଠୁନଥିବାର କହିବା ପରେ ପଡୋଶିମାନେ ଘର ଭିତରକୁ ଯିବାପରେ ମା […]

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୧୨(ଏସଏସନିୟୁଜ)ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ […]

ହାତୀ ଘର ଭାଙ୍ଗି ଖାଇଲା ଧାନ

ନୀଳଗିରି, ୨୮/୧୨(ଏସଏସନିୟୁଜ) ଗତକାଲି ରାତିରେ କୁଲଡିହା ଅଭୟାରଣ୍ୟରୁ ଏକ ହାତୀ ଆସି ମାନଗଡ଼ ଗାଁରେ ହାତୀ ପଶି ଘର ଭାଙ୍ଗିଛି ।କେବଳ ଘର ଭାଙ୍ଗିନାହିଁ ଏହାସହ ଘରଭିତରେ ରହିଥିବା ଦାନ ମଧ୍ୟ ଖାଇଛି । ଶ୍ରୀକାନ୍ତ ଦନାକ ସପରିବାରେ ଶୋଇପଡିଥିବାବେଳେ ହାତୀଟି ଆସି ଘର କାନ୍ଥ ଭାଙ୍ଗିବାସହ ଧାନ ଖାଇଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ହେଉଥିବାରୁ ଗ୍ରାମରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ଖବରପାଇ ବନବିଭାଗ କର୍ମଚାରୀମାନେ ଆସି ଘଟଣାସ୍ଥଳରେ ଅନୁଧ୍ୟାନ କରି […]

ସୁସ୍ଥ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ

କଟକ,୨୭/୧୨(ଏସଏସନିୟୁଜ)ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ ଆକ୍ରାନ୍ତ ଜଣକ ହେଉଛନ୍ତି ନାଇଜେରିଆ ଫେରନ୍ତା ଜଗତସିଂହପୁର ଜିଲ୍ଲାର ।ସେ କଟକର ଏକ ଘରୋଇ ହସ୍ପିଟାଲରେ ୧୪ ଦିନ ହେବ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ ।ତେବେ ତାଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିବାର ଜଣାପଡିଛି । ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ନିର୍ମାଣାଧୀନ ଘରୁ ମିଳିଲା ବିପୁଳପରିମାଣର ଗଞ୍ଜେଇ

କୋରାପୁଟ ,୨୭/୧୨(ଏସଏସନିୟୁଜ) ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗ୍ରାମରଏକ ନିର୍ମାଣାଧୀନ ଘର ଭିତରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ । ପ୍ରାୟ ଏକ କୋଟି ଟଙ୍କା ମୁଲ୍ୟର ୧୩ କ୍ୱିଣ୍ଟାଲ ୫୭ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ଲମତାପୁଟ ଥାନା ପୁଲିସ ।ଉଭୟଥାନା ପୋଲିସ ମିଳିତ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବାବେଳେ ଖୁବଶିଘ୍ର ଏହି ଘଟଣାରେ ସମ୍‌ୃକ୍ତଥିବା ଦୁଇଜଣଙ୍କୁ ଗିରଫ କରିବେ ବୋଲି ସୁଚନା ଦେଇଛନ୍ତି […]