Browsing monthly archive

July 2021

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୭(ଏସଏସନିୟୁଜ) କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ଦିନ ୧୧ ଟା ବେଳେ ତାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ୟ କରୁଥିଲେ । ଆଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର ବିସ୍ତାର ପରେ କରାଯିବ ବୋଲି କୁହାଯାଇଛି ।

ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

ଗଞାମ,୨୮/୭(ଏସଏସନିୟୁଜ) ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ଗଞ୍ଜାମର ପୁରୁଷୋତ୍ତମରୁ ଥାନା ଅଧୀନ ପ୍ରତାପପୁର ଗ୍ରାମରୁ ଏଭଳି ବିଭତ୍ସ ଖବର ଆସିଛି । ପ୍ରକାସ ଯେ,ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ କବିସୂର‌୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ କୃଷ୍ଣଚନ୍ଦ୍ର […]

ପୁରୀରେ ସିରିଜ ବୋମା ମାଡ଼

ପୁରୀରେ ସିରିଜ ବୋମା ମାଡ଼

ପୁରୀ,୨୮/୭(ଏସଏସନିୟୁଜ)ପୂର୍ବ ଶତୃତାକୁ କେନ୍ଦ୍ର କରି ଅଠରନଳାରେ ସିରିଜ ବୋମା ମାଡ଼ ହୋଇଛି ।ଦୁର୍ବୃତ୍ତମାନେ ମଙ୍ଗଳବାର ରାତି ରେ ଅଠରନଳା ଛକସ୍ଥିତ ପ୍ରିୟଙ୍କା ହୋଟେଲ, ଦି ମୋବାଇଲ ୱାର୍ଲ୍ଡ ଏବଂ ନାୟକ କୋଲ୍ଡ ବାର୍ ଦୋକାନ ଉପରକୁ ଲଗାତାର ୫ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପ୍ରଚଣ୍ଡ ଶବ୍ଦ ଶୁଣି ବାବୁଆ ନାୟକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ଦେଖିଥିଲେ।ଗୋପୀନାଥପୁରରେ ଥିବା ୨୭ ଡିସିମିଲି ଜମିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଛି […]

ଏସ୍‌ସିବି ଭର୍ତ୍ତି ହେଲେ ୫ଜଣ ଡେଙ୍ଗୁ ଆକ୍ରାନ୍ତ

କଟକ, ୨୮/୭(ଏସଏସନିୟୁଜ) ମହାମାରୀ କରୋନା ର ପ୍ରକୋପ କମୁଥିବାବେଳେ ଡେଙ୍ଗୁକୁ ନେଇ ଚିନ୍ତା ବଢିବାକୁ ଲାଗିଲାଣି ।ରାଜଧାନୀ ଭୁବନେଶ୍ୱର ଶୈଳଶ୍ରିବିହାର ଅଂଚଳରୁ ଜଣେ ୧୫ବର୍ଷିୟା ନାବାଳିକା ଡେଙ୍ଗୁରେ ମୃତ୍ୟୁବରଣ କରିଥିବାର ଅଭିଯୋଗ ହୋଇଥିବାବେଳେ ଏସ୍‌ସିବିରେ ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବିରେ ଡେଙ୍ଗୁ ପାଇଁ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଆଜି ଢେଙ୍କାନାଳର ୨ ଜଣ, ନୟାଗଡ, ଜଗତସିଂହପୁର,ବାଙ୍କୀ ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀକୁ ମିଶାଇ ୫ଜଣ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ପାଣି ପାଇଁ ବିଡିଓ କାର୍ଯ୍ୟାଳୟକୁ ବନ୍ଦ କଲେ ଗ୍ରାମବାସୀ

ସାକ୍ଷୀଗୋପାଳ,୨୭/୭(ଏସଏସନିୟୁଜ)ପାଣି ପାଇଁ ଗ୍ରାମବାସୀମାନେ ବିଡିଓଙ୍କ କାର‌୍ୟ୍ୟାଳୟ ବନ୍ଦ କରି ଧାରଣାରେ ବସିଲେ ।ଏହାକୁ ନେଇ ଉତେଜନା ଦେଖାଯିବାରୁ ସତ୍ୟବାଦୀ ଥାନା ପୋଲିସ ପହଁଚି ଗ୍ରାମବାସୀମାନଙ୍କୁ ବୁଝାସୁଜାକରି କାର୍ଯ୍ୟାଳୟ ଖୋଲିଥିଲ । ପ୍ରକାସ ଯେ,ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତର ବୁଢ଼ୀମରା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ପାଣି ଟାଙ୍କି କରିଛନ୍ତି । ଏଥିରୁ ବୀରଗୋବିନ୍ଦପୁର […]

ଝିଅର ଦାମ ୩୦ ହଜାର

୧-ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ୪ଦିନ ବର୍ଷା । ୨-–ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର। ୬୧ ବର୍ଷିୟ ବୋମାଇଙ୍କ ନାମରେ ବାଜିଲା ମୋହର । ୩–କରୋନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି। ଦେଶରେ ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ୪–ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କ ମୃତ୍ୟୁ […]

ଆଜିର ଅନୁଚିନ୍ତା

🔔”ଆଶା” ଏବଂ “ବିଶ୍ୱାସ” କଦାପି ଭୁଲ୍ ହୋଇନଥାଏ, ଏହା କେବଳ ଆମ ଉପରେ ନିର୍ଭର କରେ ଯେ ……. ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ !!” 🔔”କର୍ମ ଉପରେ ବିଶ୍ୱାସ ରଖ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସମୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ନିଶ୍ଚିତ ଭାବରେ ଏକ ବାଟ ବାହାର ହେବ ! 🔔”ତୁମର ମନର ପୁସ୍ତକ ଏମିତି ବ୍ୟକ୍ତି ପାଖରେ ଖୋଲ, ଯିଏ ଏହାକୁ ପଢ଼ିବା […]

ଆଜିର ରାଶିଫଳ

ଜୁଲାଇ ମାସ ୨୮ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ,ନକ୍ଷତ୍ର- ପୂର୍ବଭାଦ୍ର,ଧନୁ ରାଶିର ଘାତ ଚନ୍ଦ୍ର,କର୍କଟ ରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ ନିମ୍ବ ଭକ୍ଷଣ ନିଷେଧ । ମେଷ:- ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ବୃଷ:- ଆଜି […]

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଡ଼େଙ୍ଗୁ ଯୋଗୁଁ ରାଜଧାନୀରେ ଗଲା ପ୍ରଥମ ଜୀବନ ।ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଛି । ଶୈଳଶ୍ରୀ ବିହାରର ଜଣେ ୧୫ ବର୍ଷିୟା ନାବାଳିକା ଗତ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ନାବାଳିକା ଜଣକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ନା ଅନ୍ୟ କୌଣସି କାରଣ ଅଛି, ସେନେଇ ତନାଘନା ଜାରି ରହିଛି ବୋଲି ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର‌୍ୟ୍ୟାମୀ ମିଶ୍ର କହିଛନ୍ତି ।

ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ହଟିବ ନାହିଁ ବୋଲି କହିଛନ୍ତି । ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ା ଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ […]