Browsing monthly archive

July 2021

ଉତେଜନାପାଇଁ ବନ୍ଦ ରହିଲା ଟୀକା କରଣ

ଉତେଜନାପାଇଁ ବନ୍ଦ ରହିଲା ଟୀକା କରଣ

ସାକ୍ଷୀଗୋପାଳ,୩/୭(ଏସଏସନିୟୁଜ)ଟିକାଗ୍ରହଣ କେନ୍ଦ୍ରରେ ହୋହାହ୍ଲା ।ଦ୍ୱିତୀୟ ଡୋଜଟିକା ନେବାକୁ ନେଇ ଆରମ୍ଭ ହୋଇଥିଲା ଉତେଜନା । ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପୋଲିସ ଆସି ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ ।ଏହିଭଳିଘଟଣା ଜାଗେଶ୍ୱରୀ ବିଦ୍ୟାପୀଠରେ ହୋଇଥିବା କୋଭିଡ ଟୀକାକରଣକେନ୍ଦ୍ରରେ ଦେଖିବାକୁ ମିଳିଛି ।ସତ୍ୟବାଦୀ ବ୍ଳକ ପକ୍ଷରୁ ଜାଗେଶ୍ୱରୀ ବିଦ୍ୟାପୀଠରେ କୋଭିଡ ଟୀକା କରଣ ଚାଲିଥିବାବେଳେ ଦ୍ୱିତୀୟ ଡୋଜ ଟିକାନେବାପାଇଁ ଲୋକମାନେ ଆସି ହୋହାହ୍ଲା ଆରମ୍ଭ କରିବାସହ ପ୍ରଥମ ଡୋଜ ନେବାର ୯୦ ଦିନରୁ ୧୨୦ ଦିନ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

–ପାଦ ନମସ୍କାର– ।। ଭଗବାନଙ୍କ ପଦ ପଙ୍କଜରେ ଜଣେ ମୁଣ୍ଡ ନୁଆଁଇବାର ଧାରଣା ହେଉଛି ଯେ ପବିତ୍ର ଚିନ୍ତାଧାରା ଭକ୍ତଙ୍କ ମନରେ ପ୍ରବେଶ କରୁ । ଏହାର ଅର୍ଥ ହେଉଛି ଯେତେବେଳେ ଜଣେ ପ୍ରଭୁଙ୍କ ପାଦ ସଂସ୍ପର୍ଶରେ ଆସେ, ପାଦରୁ ପବିତ୍ର ପ୍ରେରଣା ଭକ୍ତଙ୍କ ନିକଟକୁ ପ୍ରବାହିତ ହୁଏ । ଯେତେବେଳେ ଭକ୍ତଙ୍କ ମୁଣ୍ଡ ପ୍ରଭୁଙ୍କ ପାଦକୁ ସ୍ପର୍ଶ କରେ, ସେତେବେଳେ ପ୍ରଭୁଙ୍କ ଈଶ୍ୱରୀୟ ଶକ୍ତି ତାଙ୍କ ଆଡକୁ ପ୍ରବାହିତ ହୁଏ । ଏହା ସୂଚିତ କରେ […]

ଆଜିର ରାଶିଫଳ

ଆଜିର ରାଶିଫଳ

ଜୁଲାଇ ମାସ ୦୪ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର- ଅଶ୍ଵିନୀ,ମେଷ ରାଶିର ଘାତଚନ୍ଦ୍ର ଓ ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଭକ୍ଷଣ ନିଷେଧ । ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ […]

ବିଳମ୍ବ ହେବ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର,୩/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବ । ଗର୍ଭବତୀଙ୍କ ଟିକାକରଣ ଟ୍ରେନିଂ ପରେ ସେମାନଙ୍କୁ ଦିଆଯିବ ଟିକା । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ.ା କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ […]

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୭(ଏସ ଏସ ନିୟୁଜ)ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି । ୨ ଥରର ବିଧାୟକ ଧାମି ପୂର୍ବରୁ କେବେ ମନ୍ତ୍ରୀ ବି ହୋଇନାହାନ୍ତି ।ଏବେ ଉଧମ ସିଂ ନଗରରୁ ବିଧାୟକ ରହିଥିବାବେଳେ ରାଜ୍ୟ ଯୁବ ବିଜେପିର ସଭାପତି ତଥା ଜଣେ ଓକିଲ ଭାବେ ବେଶ ପରିଚିତ । ତୀରଥ ସିଂ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ […]

ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ପୂର୍ବ ପରି ଆଉ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା ନେଇପାରିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତା ୫ ତାରିଖଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ୧୮-୪୪ ବର୍ଗ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪୫ରୁ ଅଧିକ ବର୍ଷର ଲୋକମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଜାରି ରହିବ । ଆଧାର କାର୍ଡ […]

ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ!

ଭୁବନେଶ୍ୱର,୩/୭(ଏସଏସନିୟୁଜ) ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ ।ଏଥିନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ମନ୍ତ୍ରିମଣ୍ଡଳ ବିସ୍ତାରରେ ବ୍ୟାପକ ପରିବର୍ତ୍ତନ କରାଯିବାସହ ନୁଆ ଚେହେରାଙ୍କୁ ଦେଖିବାକୁ ମିଳିପାରେ । ମନ୍ତିମଣ୍ଡଳ ସଂପ୍ରସାରଣରେ ପ୍ରାୟ ୧୨ ଜଣ ମନ୍ତ୍ରୀଙ୍କ ଛୁଟି ହୋଇପାରେ ଓ ୨୪ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ । ସହଯୋଗୀଦଳମାନଙ୍କ ସହ ଏକପ୍ରକାର ଆଲୋଚନା ମଧ୍ୟ ସରିଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଉତ୍ତର ପ୍ରଦେଶ ସହିତ ପାଞ୍ଚ […]

ଭିଜିଲାନ୍ସ ଜାଲରେ ପଡିଲେ ଭିଜିଲାନ୍ସ ପିପି

କଳାହାଣ୍ଡି, ୩/୭(ଏସଏସନିୟୁଜ) କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଜି ଭିଜିଲନ୍ସ ହାତରେ ଧରାପଡିଛନ୍ତିି । ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ହେଉଛନ୍ତି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ୧ଲକ୍ଷ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ […]

ବନ୍ଧୁକ କାରଖାନା ଠାବ

ନବରଙ୍ଗପୁର ୩/୭(ଏସଏସନିୟୁଜ) ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହବାସହ ୨ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଓ ଅନ୍ୟାନ୍ୟ ମୋବାଇଲ ସରଞ୍ଜାମ ଜବତ କରାଯାଇଛି ।ପୋଲିସ ଚଢାଉ କରି ବନ୍ଧୁକ କାରିଗର ସଂଗ୍ରାମ ଲୋହରାଙ୍କ ଘରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଏକ ମାମଲା ରୁଜୁ କରି ସଂଗ୍ରାମ ଲୋହରାଙ୍କୁ କୋର୍ଟ ଚାଲାଣ କରିଛି ।

ସେବାୟତମାନେ ଟାଣିବେ ରଥ

ପୁରୀ,୩/୭(ଏସଏସନିୟୁଜ) ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ ।ବିନାଭକ୍ତରେ ହେବ ରଥଯାତ୍ରା । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଏବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସେବାୟତମାନେ ରଥଯାତ୍ରାବେଳେ ଫଟୋ ଉଠାଇପାରିବେ ନାହିଁ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ ବୋଲି ପୁରୀ ରଥଯାତ୍ରାକୁ ନେଇ ଆୟୋଜିତ […]