Browsing monthly archive

July 2021

୧ କୋଟି ଟପିଲା ଟିକାକରଣ

୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,୪/୭(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି । ଟିକାର ଅଭାବ ରାଜ୍ୟରେ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ ଯୋଗୁ ଓଡିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି ।

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର,୪/୭(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ ରହିଥିବାବେଳେ ଏକ ସ୍ୱତନ୍ତ୍ର କମିଟି ତାଙ୍କର ଚିକିତ୍ସା କରିବ ବୋଲି ଜଣାପଡିଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ନେତାମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି

ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି

ପୁରୀ,୪/୭(ଏସ ଏସ ନିୟୁଜ)ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କଲେପୋଲିସ ମହାନିର୍ଦ୍ଦେଶକ ଅଭୟ ।ରଥଯାତ୍ରା ପାଇଁ ହେବାକୁଥିବା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅନୁଧ୍ୟାନ ପରେ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କରିବା ସହ ପୁରୀ ବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି । ଗତବର୍ଷ ଯେପରି ସହଯୋଗ କରିଥିଲେ ଏଥର ସେହିଭଳି ସହଯୋଗ କରିବେ ବୋଲି ଆଶା ରଖିଲେ ଡିଜିପି । […]

ଜବତ ହେଲା ଶାଗୁଆନ ପଟା ବୋଝେଇ ଗାଡି

ଭୁବନେଶ୍ବର,୪/୭(ଏସ ଏସ ନିୟୁଜ)କଟକରୁ ଭୁବନେଶ୍ବର ଚୋରା ଚାଲାଣ ବେଳେ ଶାଗୁଆନ କାଠ ବୋଝେଇ ଗାଡିକୁ ଜବତ କରିବା ସହ ଡ୍ରାଇଭର ଓ ହେଲପର ଅଟକ ରଖିଛି ମଞ୍ଚେଶ୍ବର ଥାନା ପୋଲିସ। ସଟଡାଉନ ବେଳେ ପାଲ ଢାଙ୍କି ଚାଲାଣ ହେଉଥିଲା ଶାଗୁଆନ କାଠ ଗୁଡିକ ଚିରାଯାଇ ଥିବା ଏହି ପଟାସବୁକୁ ମଞ୍ଚେଶ୍ବର ଅଞ୍ଚଳରୁ ଜବତ ହୋଇଛି।ଜବତ ସମୟରେ କୌଣସି ପ୍ରମାଣ ପତ୍ର ପୋଲିସକୁ ଦେଖାଇ ପାରିନଥିଲେ। ଏହି କାଠଗୁଡିକ କଟକରୁ ଭୁବନେଶ୍ବର ଚୋରା ଚାଲାଣ ହେଉଥିଲା ।ଯାହାର ଆନୁମାନିକ […]

ଦୁର୍ଘଟଣାଗ୍ରସ୍ତ ହେଲା ସାମରିକ ବିମାନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।୯୨ ଜଣଙ୍କୁ ନେଇ ଯାତ୍ରା କରୁଥିଲା ଏହି ସାମରିକ ବିମାନ।ଦୁର୍ଘଟଣାରେ ୧୭ ଜଣଙ୍କର ମୃତ ଆଶଙ୍କା କରାଯାଇଥିବାବେଳେ ୪୦ ଜଣଙ୍କୁ ଉଦ୍ଧାର କରିହସ୍ପିଟାଲକୁ ପଠାଯାଇଛି।ସାମରିକ ବିମାନ C-130ରେ ଯାତ୍ରାକରୁଥିବା ୯୨ ଜଣଙ୍କ ମଧ୍ୟରେ ୮୫ ଜଣ ସୈନିକ, ୩ ଜଣ ପାଇଲଟ୍‌ ଓ ୫ ବିମାନ କର୍ମଚାରୀ ରହିଥିବାର ଜଣାପଡିଛି।ସୁଲୁ ଅଞ୍ଚଳର ଜୋଲୋ ଦ୍ବୀପରେ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ

ପୁରୀ୪/୭(ଏସଏସନିୟୁଜ) ଆଉ ଦିନକେଇଟାପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର କରୋନାପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।ତେବେ କଟକଣା ଭିତରେ ରଥଯାତ୍ରା ହେବାକୁ ଜିଲ୍ଲାପ୍ରଶାସନ ନିଷ୍ପତି ନେଇଛନ୍ତି । ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବାରେ କଟକଣା ଲଗାଯାଇଛି ।ଏହାପରେ ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି […]

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ କୋଭିଡ୍ […]

କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ

କେନ୍ଦୁଝର,୪/୭୯ଏସଏସନିୟୁଜ) ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଥୁଆହୋଇଥିବା ଓଡି୩୩ ଭି୪୪୭୫ ନଂ କାର ଏବଂ ଓଡି୦୯ବି୦୫୭୦ ନଂ ବାଇକ ଉପରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସୁଥିବା ଓଡି୦୯କେ୬୨୫୨ ନଂ୧୨ ଚକିଆ ଟ୍ରକ ଉପରେ ଚଢିଯାଇଥିଲା । ଫଳରେ କାର ଭିତରେ ବସିଥିବା ଜଗତସିଂହପୁର […]

ଅଣାୟତ୍ତ ହେଲାଣି ଡେଙ୍ଗୁ

୧-କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ। ୨-କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି। ୩-ଭୁବନେଶ୍ୱର: ଅଣାୟତ୍ତ ହେଲାଣି ଡେଙ୍ଗୁ, ରାଜଧାନୀରେ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ। ୪-ରଥରେ ସେବାୟତଙ୍କୁ ସେଲ୍‌ଫି, ଭିଡିଓ ରେକର୍ଡିଂ ମନା,ଘୋଷଯାତ୍ରା ନିଷ୍ପତ୍ତି: ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ। ୫-ଭୁବନେଶ୍ୱର: ଜବରଦଖଲରେ […]

ଗାଁ ଦାଣ୍ଡରେ ଆକ୍ରମଣ

ଡେଲାଙ୍ଗ,୩/୭(ଏସଏସନିୟୁଜ) ଗାଁ ଦାଣ୍ଡରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲେ । ମହିଳାମାନଙ୍କୁ ଦୁର୍ବ୍ୟବହାରସହ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରିବାକୁ ପଛାଇନଥିଲେ ।ଏହିଭଳି ଘଟଣା ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ଗ୍ରାମ ଦାଣ୍ଡରେ ଦେଖିବାକୁ ମିଳିଛି ପ୍ରକାସ ଯେ, ଏହିଥାନା ଅନ୍ତର୍ଗତ ହୁମର ଗ୍ରାମର ତପନ ସ୍ୱାଇଁ , ତନ୍ମୟ ବିଶ୍ୱାଳ ଓ ମନୋଜ ସ୍ୱାଇଁ ଶୁକ୍ରବାର ସଂଧ୍ୟାରେ ସହଯୋଗୀମାନଙ୍କ ସହ ହଠାତ୍ ଡଁପୁର ଗ୍ରାମରେ ପହଞô୍ଚ ଗାଁ ଦାଣ୍ଡରେ ବଡ ପାଟିରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ […]