Browsing monthly archive

July 2021

NCB DG ହେଲେ ସତ୍ୟ ନାରାୟଣ

NCB DG ହେଲେ ସତ୍ୟ ନାରାୟଣ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ […]

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ । ୫୦୪ଟି ସେଣ୍ଟରରେ ଆବେଦନ କରିଥିବା ୧୫୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ବରିଷ୍ଠ IAS ସ୍ତରରେ ଅଦଳବଦଳ

ବରିଷ୍ଠ IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଇଝ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର‌୍ୟ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । […]

ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। […]

ଆରମ୍ଭ ହେଲା ବୋମାଇ ରାଜ

୧-ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ୨-ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ । ୩-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର । ୪-କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ […]

ଆଜିର ଅନୁଚିନ୍ତା

🔥”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ , କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ !! 🔥”ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !! 🔥”ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ , କାହିଁକିନା […]

ଆଜିର ରାଶିଫଳ

ଜୁଲାଇ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀଧନୁ ରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧନିମ୍ବ ,ତାଳ ଭକ୍ଷଣ ନିଷେଧ। 🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । 🌹ବୃଷ […]

ଏଟିଏମ ଲୁଟ୍ ଉଦ୍ୟମ ବିଫଳ

ମେଣ୍ଢାଶାଳ,୨୮/୭(ଏସ୍‌ଏସ୍‌ନିୟୁଜ) ଚନ୍ଦକା-ପିତାପଲି ରାସ୍ତାର ଛତାବର ଓ ମେଣ୍ଢାଶାଳ ମଧ୍ୟବର୍ତି ସ୍ଥାନ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ଥିବା ପଞାବନ୍ୟାସନାଲବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିବାର ଜଣାପଡିଛି ।ମଙ୍ଗଳବାର ରାତିରେ ଏହି ଲୁଟ ଉଦ୍ୟମ କରାଯାଇ ଏଟିଏମକୁ ଭାଙ୍ଗିିଦିଆଯାଇଛି ।ଲାଗିଥିବା ସିସିଟିଭିକ୍ୟାମେରାକୁ ଭଙ୍ଗାଯାଇଥିବାବେଳେ ଟଙ୍କାଲୁଟ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଅମୀୟପ୍ରକାସସାହୁ ଘଟଣା ବିଷୟରେ ଚନ୍ଦକାପୋଲିସକୁ ଜଣାଇବାପରେ ପୋଲିସ ଘଟଣସ୍ଥଳରେ ପହଁଚି ତନାଘନା ତଦନ୍ତ କରିଚି ।ଏହା ମଦ୍ୟପମାନଙ୍କର କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ […]

ଖୁସି କୁ ମିଳିବ ଜୀବନସାଥି

ବାରଙ୍ଗ,୨୮/୭(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର।ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ ନୂତନ ଜୀବ ଜନ୍ତୁ।ଏଥି ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ଅନୁମୋଦନ ପାଇବା ପରେ ନନ୍ଦନକାନନ କର୍ତ୍ତୁପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରୁଛନ୍ତି।ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିହାର ରାଜ୍ୟର ପାଟଣା ଚିଡ଼ିଆଖାନାରୁ ଏକ ହଳ ଗଣ୍ଡା, ଗୋଟିଏ ଅଣ୍ଡିରା ଜିରାଫ୍ ପ୍ରାଣୀ ଉଦ୍ୟାନକୁ ଆସିବେ।ଦୀର୍ଘଦିନ ହେବ ନିଃସଙ୍ଗ ଜୀବନ ଯାପନ କରୁଥିବା ମାଇ ଜିରାଫ ଖୁସି କୁ […]

ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା

ବାରଙ୍ଗ,୨୮/୭(ଏସଏସନିୟୁଜ)ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ୮୦ ଜଣଙ୍କର ଆଣ୍ଟିିଜେନ ଟେଷ୍ଟ ଏବଂ ୨୦ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।ଆଣ୍ଟିିଜେନ ଟେଷ୍ଟର ସମସ୍ତ ରିପୋର୍ଟ ନେଗେଟିଭ ରହିଥିବାବେଳେ ଆରଟିପିସିଆର ଟେଷ୍ଟର ରିପୋର୍ଟ ଶୁକ୍ରବାର ଦିନ ଜଣାପଡ଼ିବ।ଏହି କାର୍ଯ୍ୟକ୍ରମରେ ଦାଢ଼ା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,ନୋଡାଲ ଅଧିକାରୀ ଜଗନ୍ନାଥ ମହାରଣା,ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।