Browsing monthly archive

June 2021

ଆକ୍ସନ ମୁଡରେ କମିଶନରେଟ ପୁଲିସ

ଭୁବନେଶ୍ବର,୨୮/୬(ଏସ ଏସ ନିୟୁଜ) କୋଭିଡ୍ କଟକଣା ପାଳନ ପାଇଁ ଆକ୍ସନ ମୁଡକୁ ଆସିଛି କମିଶନରେଟ ପୁଲିସ ।ଭୁବନେଶ୍ୱର ବାପୁଜୀ ନଗରରେ ଏକାଧିକ ମୋବାଇଲ ଦୋକାନ ସିଲ୍ କରିଛି ପୋଲିସ ।କଟକ-ପୁରୀ ରୋଡ୍‌ରେ ୧୮ଟି ଦୋକାନରେ ତାଲା ପକାଇଲା କମିସିନେରେଟ ପୋଲିସ। ୬ଟି ଜୋନ୍‌ରେ ୪୨ଟି ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରିଛି।

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, ୨୮/୬(ଏସଏସନିୟୁଜ) ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ  ବୈଠକରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ ।ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହ ରାଜ୍ୟ ପଦାଧିକାରୀମାନେ ଯୋଗଦେବେ ।ତେବେ କୋଭିଡ କଟକଣା ପାଇଁ ଭର୍ଚୁଆଲ ବା ଭିଡିଓ କନଫରେନ୍‌ସ ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଂଚଳରେ […]

ଆଜିଠୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଗଞ୍ଜାମ, ୨୮/୬(ଏସଏସନିୟୁଜ) ଆଜି ଠାରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ଅନ୍‌ଲାଇନରେ ଭିଡିଓ କନଫ୍ରେନ୍ସ ଜରିଆରେ ମୋ ନିବେଦନ ପ୍ଲାଟଫର୍ମରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣିବେ । ସୋମବାର ପୂର୍ବାହ୍ନ ସାଢେ ୧୦ ଟାରେ ଜ଼ିଲ୍ଲାପାଳ ରଙ୍ଗେଈଲୁଣ୍ଡା ବ୍ଲକର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ଭିସିରେ ଯୋଡି ହେବେ । ଭିସି ଜରିଆରେ ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଜଣାଇପାରିବେ ।ଏହାସହ ୯୪୩୭୫୬୩୮୦୦ନମ୍ବରରେ ଜନସାଧାରଣ ଅଭିଯୋଗ ଜଣାଇପାରିବେ ।

ଜଳଖିଆ ଦେକାନ ଉପରେ ଚଡିଗଲା ଗାଡି

ସାକ୍ଷୀଗୋପାଳ, ୨୭/୬(ଏସଏସନିୟୁଜ) ବୀରଗୋବିନ୍ଦପୁର ଛକ ନିକଟ ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥକଡରେ ଥିବା ଜଳଖିଆ ଦେକାନ ଉପରେ ଅକ୍ସିଜେନ ଲୋଡ ଡାଲା ଅଟୋ ଗାଡି ଚଢିଯାଇଛି । ଭୁବନେଶ୍ୱରରୁ ଅକ୍ସିଜେନ ସିଲଣ୍ଡର ଧରି ପୁରୀ ଆସୁଥିବା ଏହି ଅଟୋ ଚାଳକର ଆଖି ପଡିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି ।ତେବେ ଦୋକାନଟି ଭାଙ୍ଗିଯାଇଥିବାବେଳେ କାହାର କିଛି କ୍ଷତି ହୋଇନାହିଁ । ସତ୍ୟବାଦୀ ପୋଲିସ ପହଁଚି ଗାଡିଟିକୁ ଜବତ କରିବାସହ ଚାଳକକୁ ଡକ୍ତରଖାନାକୁ ପଠାଇଛନ୍ତି ।

ଆଜିର ରାଶିଫଳ

ଜୁନ ମାସ ୨୮ ତାରିଖ ୨୦୨୧ ମସିହା(ସୋମବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀ, ସିଂହ ରାଶିର ଘାତଚନ୍ଦ୍,ମିଥୁନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା,ବେଲ ଭକ୍ଷଣ ନିଷେଧ । ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ […]

ଆଜିର ଅନୁଚିନ୍ତା

?ନିଜ ଜୀବନର ସଂଘର୍ଷ ନିଜେ ହିଁ ଲଢିବେ, ଜ୍ଞାନ ଅନେକ ଦେବେ କିନ୍ତୁ ସଙ୍ଗ କେହି ଦେବେ ନାହିଁ । ?ଜୀବନର ଅର୍ଥ କେବଳ ଖୁସିରେ ରହିବା ନୁହେଁ, ନିଜ ଅନୁଭବ ଜରିଆରେ କିଛି ଶିଖିବା । ?ଜୀବନ ହେଉ ବା ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି ସମୟ ସ୍ରୋତରେ ସମସ୍ତେ ଦିନେ ହଜିଯାଆନ୍ତି । ?ଅନ୍ୟର ଭୁଲ୍ ଠିକ୍ ର ହିସାବ ରଖିବା ଅପେକ୍ଷା ପ୍ରଥମେ ନିଜ ଭୁଲ୍ ଠିକ୍ ର ହିସାବ ରଖିବା […]

ଭକ୍ତମାନଙ୍କ ପାଇଁ ଖୋଲିବ ମହାକାଳେଶ୍ୱର ମନ୍ଦିର

➡️୧-ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ କହିଲେ ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ । ➡️୨-ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି । ➡️୩-ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ ,୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ । ➡️୪-ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା । ➡️୫-କାର୍‌ର ଆଗ ଦୁଇଟି ସିଟ୍‌ରେ ଡୁଆଲ୍‌ ଏୟାରବ୍ୟାଗ୍‌ ସମୟ ସୀମା ବଢ଼ିଲା, ମିଳିଲା […]

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ।ଟେଣ୍ଡର ଫିକ୍ସିଂକୁ ନେଇ ଆସିଥିଲେ ବିବାଦ ଘେରକୁ ।ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ମିଳିଲା ଦାୟିତ୍ୱ । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସୁନୀଲ ନରବାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ […]

ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ ଘଟିଛି।ଭୁବନେଶ୍ୱର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଜୀମୂତଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା ।ପହଞ୍ଚିବା ବେଳକୁ ଜୀମୂତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା ଦିଆଯାଇଛି।

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ,୨୭/୬(ଏସ ଏସ ନିୟୁଜ)ଶିଖରପୁରସ୍ଥିତ କାଳିଆବୋଦା ଶ୍ମଶାନ ନିକଟ ପରିତ୍ୟକ୍ତ ସ୍ଥାନରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମ୍ରୁତଦେହ ଉଦ୍ଧାର ହୋଇଛି।ପଚି ହୋଇ ଯାଇଥିବା ମ୍ରୁତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ଏହା ହତ୍ଯା ନା ଆତ୍ମହତ୍ଯା ତାହାର କାରଣ ଜଣାପଡିନାହିଁ।