Browsing daily archive

June 25, 2021

ଖଟିଆରେ ବୁହାହେଲେ ରୋଗୀ

ଖଟିଆରେ ବୁହାହେଲେ ରୋଗୀ

ସୁନ୍ଦରଗଡ଼,୨୫/୬(ଏସଏସନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମର ଦିଲୀପ ବାରୁଆ ନାମକ ଯୁବକ ବିଷପାନ କରି ଗୁରୁତର ହୋଇପଡିଥିଲେ ।ଦୀଲିପକୁ ଡାକ୍ତରଖାନା ନେବାପାଇଁ ପରିବାରଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା । ନାଳରେ ପାଣିଥିବାରୁ ଗାଁ ମଧ୍ୟକୁ ପହଞ୍ଚି ନପରି ଦୁଇକିଲାମେିଟର ଦୁରରେ ରହିଥିଲା ଆମ୍ବୁଲାନ୍ସ । ଆରପଟେ ଦୀଲିପର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଥିବାର ଦେଖି ଆମ୍ବୁଲାନ୍ସ କର୍ମଚାରୀମାନେ ଖଟିଆରେ ୨ କିଲୋମିଟର ଵୋହି ନାଳ ପାରିକରି ଆମ୍ବୁଲାନ୍ସ […]

ଆଜିଠୁ ମିଳିବ +୨ ଆଡମିଟ୍ କାର୍ଡ

ଆଜିଠୁ ମିଳିବ +୨ ଆଡମିଟ୍ କାର୍ଡ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିବ ।ଏଥିନିମନ୍ତେ ସାମ୍ସ ୱେବସାଇଟ୍ ‘‘https://samsodisha.gov.in/Juniorweb.aspx ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ଯେଉଁମାନେ ଡାଉନ୍‌ଲୋଡ୍ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ । ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଜନ୍ମଦେଲା ମାର୍ମୋସେଟ

ଜନ୍ମଦେଲା ମାର୍ମୋସେଟ

ବାରଙ୍ଗ,୨୪/୬(ଏସ ଏସ ନିୟୁଜ) ପ୍ରାଣୀଉଦ୍ୟନ ନନ୍ଦନକାନନର ୫୪ନମ୍ବର ଏନ କ୍ଲୋଜର ରେ ରହୁଥିବା ମାର୍ମୋସେଟ ଆଜି ଦୁଇଟି ଛୁଆକୁ ଜନ୍ମ ଦେଇଛି।ମା ଓ ଛୁଆ ଉଭୟ ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନରେ ୮ରେ ପହଂଚିଛି।ଏହି ଛୋଟ ପ୍ରଜାତିର ମାଙ୍କଡ଼ ସାଧାରଣ ତ ଦକ୍ଷିଣ ଆଫ୍ରିକାରେ ଦେଖାଯାନ୍ତି ।

ଆଜି ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର୨୫/୬(ଏସଏସନିୟୁଜ) ଝାଡ଼ଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ବ୍ୟାପିବାସହ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି।ଏହାର ପ୍ରଭାବ ଏବଂ ମୌସୁମି ବାୟୁ ସକ୍ରିୟ ରହିବା ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେବଗଡ,ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ୯ଟି ଜିଲ୍ଲା ରେ ଗୋଟିଏ […]

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ,

ଭୁବନେଶ୍ୱର, ୨୫/୬(ଏସଏସନିୟୁଜ) ଶୁକ୍ରବାର ଅପରାହ୍ନ ୧ଟା ବେଳେ କଟକ ବୋର୍ଡ କାର‌୍ୟ୍ୟାଳୟରେ ଏକଜାମିନେସନ୍ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ www.besodisha.ac.in , bseodisha.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ଛାତ୍ରଛାତ୍ରୀମାନେ  ମୋବାଇଲ୍ ଯୋଗେ ‘ଓଆର୍‌୦୧ ରୋଲ୍ ନମ୍ବର’ ଲେଖି ୫୬୭୬୭୫୦ ନମ୍ବରରେ ଏସ୍‌ଏମ୍‌ଏସ୍ କଲେ ରେଜଲ୍ଟ ଦେଖିପାରିବେ ।

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି,୨୫/୬(ଏସଏସନିୟୁଜ) ମହାପ୍ରଭୁଙ୍କର ସ୍ନାନବେଦୀରେ ଗଜାନନ ବେଶ ସରିଛି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ୧୫ ଦିନ ଅଣସର ପିଣ୍ତିକୁ ବିଜେ କରିବା ସହ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ଶ୍ରଦ୍ଧାଳୁ ମାନେ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏହିସମୟରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।କିନ୍ତୁ କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ […]

ଆଜିର ଅନୁଚିନ୍ତା

?”ଅନ୍ୟର କଷ୍ଟକୁ ଦେଖୁ ଯଦି ଆପଣ ଦୁଃଖ ଅନୁଭବ କରୁଛନ୍ତି , ତେବେ ଜାଣିରଖନ୍ତୁ ଯେ ଈଶ୍ବର ଆପଣଙ୍କୁ ମଣିଷ ଜନ୍ମ ଦେଇ କିଛି ବି ଭୁଲ କରିନାହାନ୍ତି ! ?”ଆପଣଙ୍କ ମୁହଁର ସେଇ ଛୋଟିଆ ହସ ହେଉଛି ଏମିତି ଏକ ଔଷଧ ଯାହା ଦ୍ଵାରା ଆପଣ ନିଜ ଶତୃର ହୃଦୟକୁ ବି ଜୟ କରି ପାରିବେ ! ?”ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା ” ବିଶ୍ଵାସ ” , ଆଉ ଯାହାକୁ ଅର୍ଜନ କରିବାକୁ […]

ବୋମା ମାଡ କରିବୁ

୧. ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨. ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା । ୩. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ୪. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ […]

ଆଜିରରାଶିଫଳ

ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ। ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି। ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। […]