ବୈତରଣୀରୁ ଉଦ୍ଧାର ହେଲେ ୪ ନାବାଳକ
ଆନନ୍ଦପୁର,୨୩/୬(ଏସ ଏସ ନିଇଜ) ବୈତରଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ୪ଜଣ ନାବାଳକ ଭାସିଯାଇଥିଲେ।ରାଜଘାଟ ନିକଟରେ ନାବାଳକ ଚାରିଜଣ ଗାଧୋଉଥିବା ବେଳେ ଭାସିଯାଇଥିଲେ।ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚରିମାନେ ଆସି ୪ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।