Browsing daily archive

June 23, 2021

ହଳଦିଆ ବିରଳ କଇଁଛ ଉଦ୍ଧାର

ହଳଦିଆ ବିରଳ କଇଁଛ ଉଦ୍ଧାର

ଭଦ୍ରକ,୨୩/୬(ଏସଏସନିୟୁଜ) ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀପଠାରୁ ଉଦ୍ଧାର ହୋଇଛି ହଳଦିଆ ରଙ୍ଗର କଇଁଛ । ପ୍ରାୟ ଦୁଇକେଜିରୁ ଉର୍ଦ୍ଧ ଓଜନ ବିଶିଷ୍ଟ ଏହି ବିରଳ କଇଁଚ ଟିକୁ ଜଣେ ଯୁବକ ଧରିଥିଲେ ।ଏହାକୁ ଦେଖିବାକୁ ଭିଡ ଲାଗିବା ସହ ଖବରପାଇ ବନବିଭାଗ କର୍ମଚାରୀମାନେ ପହଁଚି ବିରଳ କଇଁଚକୁ ପୁଣି ନଦୀରେ ଛାଡିଦେଇଥିବାର ଜଣାପଡିଛି ।

ଭଦ୍ରକରେ ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକରେ ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ,୨୩/୬(ଏସଏସନିୟୁଜ) ଗତକାଲି ଭଦ୍ରକ ଟାଉନ ଥାନା ପୋଲିସ ଯାନବାହାନ ଯାଂଚ କରୁଥିବା ସମୟରେ ସଂଦେହଜନକ ଭାବେ ଯାଉଥିବା ଓଡି ୨୨ପି ୭୩୪୭ ନଂ ଏକ ବାଇକକୁ ଅଟକାଇଥିଲେ । ବାଇକରେ ଥିବା ଜଗବନ୍ଧୁ ଲେଙ୍କା ଓ ଇନ୍ଦ୍ରମଣି ସାହୁଙ୍କଠାରୁ ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବାନେଇ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ କହିଛନ୍ତି ।

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ହେଲେ ବନ୍ଦିତା ପରିଡ଼ା

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ହେଲେ ବନ୍ଦିତା ପରିଡ଼ା

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ(ଓପିଏମସି) ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସର ସଭାନେତ୍ରୀ ପାଇଁ ବନ୍ଦିତାଙ୍କ ନାମକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶରେ ମାରିନା କେଙ୍ଗଲାଙ୍ଗ ଓ ହରିୟାଣାରେ ସୁଧା ଭରଦ୍ୱାଜଙ୍କୁ ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବାନେଇ ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ବିଜ୍ଞପ୍ତି ଜାରି କରି କହିଛନ୍ତି ।

ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ହୋଇଥିବା ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିଛି । ଗତବର୍ଷ ଜୁନ ୭ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ଏବେ ସ୍କୁଲରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପଢ଼ାଯିବ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଥିବାନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ […]

କୂଳ ଲଂଘିଲା ସମୁଦ୍ର

ପୁରୀ,୨୩/୬(ଏସଏସନିୟୁଜ)ଗୋଟେପଟେ ଲଘୁଚାପଜନିତ ବର୍ଷା ଦିନତମାମ ଲାଗି ରହିଛି ।ଅନ୍ୟପଟେ ସମୁଦ୍ର ଅଶାନ୍ତ ହୋଇ ଆଜି କୁଳ ଲଂଘିଛି । ଅପରାହ୍ଣରେ ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି। ସ୍ବର୍ଗଦ୍ବାରର ବହୁ ନିକଟରେ ଜୁଆର ଲହଡ଼ି ଭାଙ୍ଗିଥିଲା। ମଙ୍ଗଳା ମୁହାଣରେ ଏହା ଅଧିକ ଆଗକୁ ମାଡ଼ି ଆସିବା ସହ ବେଳାମାର୍ଗକୁ ଧୋଇନେଇ ଥିବାର ଦେଖିବାକୁ ମିଳିଥିଲା ।

ନକଲି ଔଷଧ ମାମଲାରେ ୩ ଗିରଫ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ)ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି । ୩ ଜଣଙ୍କ ମଧ୍ୟରେ ଜଣେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି । ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଏନେଇ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।

ସବୁ ଜୀବନ ମୂଲ୍ୟବାନ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟ ର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ […]

ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ,୨୩/୬୯ଏସଏସନିୟୁଜ) ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ । ଗଜପତିଙ୍କ ବଦଳରେ ମୁଦିରସ୍ତ ଛେରାପହଁରା ନୀତି ସମାପନ କରିବା ନେଇ ଗଜପତି ମହାରାଜାଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସଚିବ ସୂଚନା ଦେଇଛନ୍ତି ।କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ତେବେ ମହାମାରୀ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଛି ।

ବନ୍ଦ କାର୍ ଭିତରେ ଚାଲିଥିଲା ରୋମାନ୍ସ ,ତାପରେ …

ଚନ୍ଦ୍ରଶେଖରପୁର,୨୩/୬(ଏସଏସନିୟୁଜ)ଶୁନ୍‌ଶାନ୍ ଅନ୍ଧାରରାତି । ରାସ୍ତାକଡରେ ଥିବା ଗଛ ମୂଳରେ ନାଲିରଙ୍ଗର କାରଟି ଥୁଆହୋଇଥିଲା । ଡୋର ବନ୍ଦ ରହିବା ସହ ଭିତରୁ ବାଜୁଥିଲେ ମ୍ୟୁଜିକ୍ ।ଏହାସହ କାରଟି ଦୋହଲୁଥିଲା ।ଏହିବାଟେ ଯାଉଥିବା ପିସିଆରକର୍ମଚାରୀମାନଙ୍କ ହାବୁଡରେ ପଡିବାପରେ ଅସଂଜତଅବସ୍ଥାରେ ଜଣେ ଯୁବକ ଓ ଜଣେ ଯୁବତୀ ବାହାରିଥିଲେ ।ଯୁବକଜଣଙ୍କ ନ୍ୟୁଜ୍ ପୋର୍ଟାଲର ସାମ୍ବାଦିକ ହୋଇଥିବାବେଳେ ଯୁବତୀଜଣଙ୍କ ନୁଆକରି ଅଭିନୟ କରୁଥିବା ଆଲବମ ଅଭିନେତ୍ରୀ ।ଏହିଭଳି ଘଟଣା ବିଳମ୍ବିତରାତିରେ ଇନଫୋସିଟି- ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଘଟିଛି । ରାତି ପ୍ରାୟ […]

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି

କଟକ,୨୩/୬(ଏସଏସନିୟୁଜ) ଉଚ୍ଚ ପରିଷଦ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନମନ୍ତେ ଆଡିମିଟ କାର୍ଡ ଓ ଏସଓପି ଜାରି କରାଯାଇଛି । ଆସନ୍ତା ୨୫ ତାରିଖରୁ ଅନଲାଇନରେ Https://samsodisha.gov.in/Juniorweb.aspx ଲିଙ୍କରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଯେଉଁ ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପାରବେନି ସେମାନେ SOP ମାନି ନିଜ ନିଜ କଲେଜରୁ ଆଡମିଟ କାର୍ଡ ଆଣି ପାରିବେ । ଏହା ସହିତ ଜୁଲାଇ ୭ ତାରିଖ […]