ରଥ ଯାତ୍ରା ସମୟରେ ପୁରୀକୁ ୨୬ ଟି ଦୂରଗାମୀ ଟ୍ରେନ୍ଚଳାଚଳ କରିବନି
ପୁରୀ,୨୦/୬(ଏସଏସନିୟୁଜ) ରଥ ଯାତ୍ରା ସମୟରେ ୨୬ ଟି ଦୂରଗାମୀ ଟ୍ରେନ୍ ପୁରୀକୁ ଚଳାଚଳ କରିବନି ।ଏହି ଟ୍ରେନଗୁଡିକ ଖୋର୍ଦ୍ଧା ରୋଡ୍ ପର୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରି ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ । ଜୁଲାଇ ମାସ ତୃତୀୟ ସପ୍ତାହ ପର୍ୟ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ୟ୍ୟନ୍ତ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।